ETV Bharat / entertainment

କେରଳ ଷ୍ଟୋରୀ ପରେ ପୁଣି ଏକାଠି କାମ କରିବେ ଭିପୁଲ ଶାହା-ସୁଦୀପ୍ତୋ ସେନ୍ - ବସ୍ତରରେ କାମ କରିବେ ଭିପୁଲ ଶାହା ଏବଂ ସୁଦୀପ୍ତୋ ସେନ୍

ପୁଣି ଏକାଠି କାମ କରିବେ ଭିପୁଲ ଅମୃତଲାଲ ଶାହା ଏବଂ ସୁଦୀପ୍ତୋ ସେନ୍ । ବ୍ଲକବଷ୍ଟର 'ଦ କେରଳ ଷ୍ଟୋରୀ'ର ବିପୁଳ ସଫଳତା ପରେ ଭିପୁଲ ଏବଂ ସୁଦୀପ୍ତୋ ଆଉ ଏକ ଫିଲ୍ମ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ସତ୍ୟ କାହାଣୀ ଉପରେ ଆଧାରିତ ଫିଲ୍ମ 'ବସ୍ତର' ସହ ପୁଣି ବକ୍ସ ଅଫିସରେ ଧମାକା କରିବେ । ଅଧିକ ପଢନ୍ତୁ,

ଦ କେରଳ ଷ୍ଟୋରୀ' ପରେ ପୁଣି ଏକାଠି କାମ କରିବେ ଭିପୁଲ ଶାହା ଏବଂ ସୁଦୀପ୍ତୋ ସେନ୍, 'ବସ୍ତର' ସହ କରିବେ ଧମାକା

author img

By

Published : Jun 27, 2023, 1:21 PM IST

ହାଇଦ୍ରାବାଦ: ଭିପୁଲ ଅମୃତଲାଲ ଶାହା ଜଣେ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ଏବଂ ନିର୍ଦ୍ଦେଶକ । ସେ ଅନେକ ହିଟ୍ ଓ ବ୍ଲକବଷ୍ଟର ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ଏବଂ ଭାରତୀୟ ଚଳଚ୍ଚିତ୍ରକୁ ଏକ ନୂଆ ମୋଡ଼ ଦେଇଛନ୍ତି । ଚଳିତ ବର୍ଷ ତାଙ୍କର ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ 'ଦ କେରଳ ଷ୍ଟୋରୀ' ରିଲିଜ ହୋଇଥିଲା । ଏହି ଚଳଚ୍ଚିତ୍ରଟି ସୁଦୀପ୍ତୋ ସେନଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି । ବକ୍ସ ଅଫିସରେ ଦମଦାର ସଫଳତା ସହ ଭାରତରେ 256 କୋଟି ରୋଜଗାର କରି ଇତିହାସ ରଚିଛି । ବର୍ତ୍ତମାନ ଏହି ଯୋଡି ଆଉ ଏକ ଚଳଚ୍ଚିତ୍ର ପାଇଁ ହାତ ମିଳାଇଛନ୍ତି । ପୁଣି ଏକ ସତ ଘଟଣା ଉପରେ ଆଧାରିତ ଫିଲ୍ମକୁ ନେଇ ବକ୍ସ ଅଫିସରେ ଧମାକା କରିବେ ବୋଲି ଘୋଷଣା କରିଛନ୍ତି । ଏହି ଫିଲ୍ମ ଆସନ୍ତା ଏପ୍ରିଲରେ ବଡ ପରଦାକୁ ଆସିବ ।

'ଦ କେରଳ ଷ୍ଟୋରୀ'ର ଏହି ଜଣାଶୁଣା ନିର୍ଦ୍ଦେଶକ-ନିର୍ମାତା ଯୋଡି 'ବସ୍ତର' ଟାଇଟଲ୍ ସହ ପୁଣିଥରେ ଏକାଠି କାମ କରିବାକୁ ଯାଉଛନ୍ତି । ନିର୍ମାତାମାନେ ସୋସିଆଲ ମିଡିଆରେ ପୋଷ୍ଟର ସେୟାର କରି ଏହି ଘୋଷଣା କରିଛନ୍ତି । ଶାହଙ୍କ ସୂର୍ଯ୍ୟକିରଣ ପିକ୍ଚର୍ସ ନିଜ ଟ୍ୱିଟର ପୃଷ୍ଠାରେ ଏହି ଘୋଷଣା କରିଛନ୍ତି । ପୋଷ୍ଟରେ ଫିଲ୍ମର ଟାଇଟଲ 'ବସ୍ତର' ବୋଲି ଘୋଷଣା ହୋଇଛି । ଏହି ଫିଲ୍ମ ବିଷୟରେ ଅଧିକ କିଛି ପ୍ରକାଶ କରାଯାଇ ନଥିବାବେଳେ କୁହାଯାଉଛି ଯେ ଭିପୁଲ ଅମୃତଲାଲ ଶାହାଙ୍କ ଆଗାମୀ ଫିଲ୍ମ ଆଉ ଏକ ସତ୍ୟ ଘଟଣା ଦ୍ୱାରା ଅନୁପ୍ରାଣିତ ହେବ । ନିର୍ମାତାଙ୍କ କହିବାନୁସାରେ, ପ୍ରକୃତ ଘଟଣା ଉପରେ ଆଧାରିତ ବସ୍ତର, ଆସନ୍ତା ବର୍ଷ ଏପ୍ରିଲ 5ରେ ପରଦାକୁ ଆସିବ । ତେବେ ଆଗାମୀ ଫିଲ୍ମ 'ବସ୍ତର' ଘୋଷଣା ପରେ ଲୋକମାନେ ଏହି ଚଳଚ୍ଚିତ୍ରର ଷ୍ଟାରକାଷ୍ଟ ବିଷୟରେ ଜାଣିବାକୁ ବେଶ ଉତ୍ସାହିତ ଅଛନ୍ତି ।

ସୂଚନା ଥାଉକି, ସୁଦୀପ୍ତୋ ସେନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଭିପୁଲ ଶାହାଙ୍କ ଦ୍ୱାରା ନିର୍ମିତ ଫିଲ୍ମ 'ଦ କେରଳ ଷ୍ଟୋରୀ' ମେ' ୨ରେ ରିଲିଜ ହୋଇଥିଲା । ଟ୍ରେଲର ରିଲିଜ ପରେ ଫିଲ୍ମଟି ବିବାଦକୁ ଆସିଥିଲା । ଫିଲ୍ମ ବିଭିନ୍ନ ରାଜନେତାଙ୍କ ପ୍ରତିକ୍ରିୟା ସହ ଏକ ବଡ଼ ରାଜନୈତିକ ବିବାଦ ସୃଷ୍ଟି କରିଥିଲା । ହେଲେ ବିବାଦ ପରେ ବି ବକ୍ସ ଅଫିସରେ 200 କୋଟିରୁ ଅଧିକ ଟଙ୍କା ରୋଜଗାର କରି ଏକ ଇତିହାସ ରଚିଥିଲା ।

'ଦ କେରଳ ଷ୍ଟୋରୀ'ରେ ମୁଖ୍ୟ ଭୂମିକାରେ ଅଦା ଶର୍ମା, ଯୋଗିତା ବିହାନୀ, ସିଦ୍ଧ ଇଡନୀ ଏବଂ ସୋନିଆ ବାଲାନି ପ୍ରମୁଖ ଅଭିନୟ କରିଛନ୍ତି । ସେନ୍‌ଙ୍କ ଫିଲ୍ମ କେରଳ ଷ୍ଟୋରୀର ଟ୍ରେଲରରେ ରାଜ୍ୟର 32,000 ଯୁବତୀ ନିଖୋଜ ହୋଇଯାଇଥିଲେ ଏବଂ ପରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସରେ ଯୋଗ ଦେଇଥିବା ଦର୍ଶାଯାଇଥିବାରୁ ଏହାକୁ ସମାଲୋଚନା କରାଯାଇଥିଲା । ବିରୋଧ ଯୋଗୁଁ ନିର୍ମାତାମାନଙ୍କୁ ଏହି ସଂଖ୍ୟା ସଂଶୋଧନ କରିବାକୁ ପଡିଥିଲା । ସେପଟେ ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଦର୍ଶକଙ୍କ ଖରାପ ପ୍ରଭାବକୁ ଦର୍ଶାଇ ସ୍କ୍ରିନିଂ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ହରିୟାଣା ଭଳି ବିଜେପି ଶାସିତ ରାଜ୍ୟରେ ଫିଲ୍ମକୁ ଟିକସମୁକ୍ତ କରାଯାଇଥିଲା । ତେବେ ସଫଳତା ସତ୍ତ୍ବେ ନିର୍ମାତାଙ୍କୁ ଫିଲ୍ମର OTT ରିଲିଜ୍ ପାଇଁ ଭଲ ଡିଲ୍ ମିଲିପାରୁ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.