ETV Bharat / entertainment

Gadar 2: ସଲମାନଙ୍କ ପରେ କଙ୍ଗନା ହେଲେ ‘ଗଦର 2’ର ଫ୍ୟାନ୍, ଦେଲେ ଏମିତି କମେଣ୍ଟ

author img

By

Published : Aug 12, 2023, 11:20 AM IST

ସଲମାନ ଖାନଙ୍କ ପରେ ବର୍ତ୍ତମାନ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ ଫିଲ୍ମ ଗଦର ୨ର ପ୍ରଶଂସା କରିଛନ୍ତି । ଇନ୍‌ଷ୍ଟାରେ ଭାଇଜାନ୍‌ କରିଥିବା ପୋଷ୍ଟରେ ଅଭିନେତ୍ରୀ ଏମିତି କମେଣ୍ଟ କରିଛନ୍ତି । ଅଧିକ ପଢନ୍ତୁ

ଗଦର 2
ଗଦର 2

ହାଇଦ୍ରାବାଦ: ସନ୍ନି ଦେଓଲ ଏବଂ ଅମିଷା ପଟେଲଙ୍କ ଅଭିନୀତ ‘ଗଦର 2’ ଏବଂ ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀ ଏବଂ ୟାମି ଗୌତମଙ୍କ ଅଭିନୀତ ଚଳଚ୍ଚିତ୍ର ‘OMG 2’ ଭାରତୀୟ ବକ୍ସ ଅଫିସରେ ଧମାଲ ମଚାଉଛି । ଉଭୟ ଚଳଚ୍ଚିତ୍ରକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି । ଅନ୍ୟପକ୍ଷରେ, ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ଓପନିଂ ଡେ’ରେ ଜବରଦସ୍ତ କଲେକ୍ସନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଠାରେ ସଲମାନ ଖାନ ମଧ୍ୟ ଗଦର 2ର ଓପନିଂ ଡେ’ର କଲେକ୍ସନ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସଲମାନ ଖାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିିଥିଲେ ।

କଙ୍ଗନା ରଣାୱତଙ୍କ ପୋଷ୍ଟ
କଙ୍ଗନା ରଣାୱତଙ୍କ ପୋଷ୍ଟ

ସଲମାନ ଖାନ ଗଦର 2ର ପୋଷ୍ଟର ସେୟାର କରି ଲେଖିଥିଲେ, ‘ଢାଇ କିଲୋ କା ହାଥ ଚାଲିସ କରୋଡ କି ଓପନିଂ, ସନି ପାଜି ଇଜ୍‌ କିଲିଂ ଇଟ୍‌...’ ଏହା ସହିତ ସଲମାନ ଗଦର 2ର ସମସ୍ତ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି । ଉଲ୍ଲେଖନୀୟ ଯେ, ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ଗଦର ୨ ବକ୍ସ ଅଫିସରେ ବହୁତ ରୋଜଗାର କରିଛି । ପ୍ରଥମ ଦିନରେ, ଗଦର 2 ବିଷୟରେ କଳ୍ପନା କରାଯାଉଥିଲା ଯେ ଏହି ଫିଲ୍ମ 35 ରୁ 40 କୋଟି କଲେକ୍ସନ କରିବ, କିନ୍ତୁ ଗଦର 2 ପ୍ରଥମ ଦିନରେ 40 କୋଟିରୁ ଅଧିକ କଲେକ୍ସନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଏହା ମଧ୍ୟ ପଢନ୍ତୁ: Gadar 2: ରିଲିଜ ପୂର୍ବରୁ ରେକର୍ଡ କଲା ସନ୍ନି ଦେଓଲଙ୍କ ଫିଲ୍ମ, ପ୍ରଥମ ଦିନ ଶୋ'ପାଇଁ 2ଲକ୍ଷରୁ ଅଧିକ ଟିକେଟ ବିକ୍ରି

ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ ମଧ୍ୟ ସଲମାନଙ୍କ ପୋଷ୍ଟ ସେୟାର କରି ଫିଲ୍ମ ଗଦର ୨ର ପ୍ରଶଂସା କରିଛନ୍ତି । କଙ୍ଗନା ଇନ୍‌ଷ୍ଟା ଷ୍ଟୋରୀରେ ସଲମାନଙ୍କ ପୋଷ୍ଟ ସେୟାର କରିଛନ୍ତି । ଏହି ଏଥିସହିତ କୁହାଯାଉଛି ଯେ ଯଦି ଗଦର ୨ ସହିତ ଅକ୍ଷୟ କୁମାରଙ୍କ OMG 2 ରିଲିଜ ହୋଇନଥାନ୍ତା ତେବେ ଫିଲ୍ମ ବକ୍ସ ଅଫିସରେ ବଡ ଇତିହାସ ସୃଷ୍ଟି କରିଥାନ୍ତା । କାରଣ OMG 2 ସହିତ ରିଲିଜ୍ ହେତୁ ଗଦର 2କୁ କମ୍ ସ୍କ୍ରିନ୍‌ ମିଳିଛି ଏବଂ ପ୍ରେକ୍ଷାଳୟରେ ଦର୍ଶକଙ୍କ ପାଇଁ ସିଟ୍ ମଧ୍ୟ କମ୍ ପଡିଗଲା । ସୂଚନାଯୋଗ୍ୟ ଯେ, ଅକ୍ଷୟ କୁମାରଙ୍କ ‘OMG 2’ 7 କୋଟି କଲେକ୍ସନ କରିଛି ।

ଏହା ମଧ୍ୟ ପଢନ୍ତୁ: OMG 2 Gadar 2 Box Office: ପରଦାରେ ସନ୍ନି ଦେଓଲ-ଅକ୍ଷୟ କୁମାରଙ୍କ ଲଢେଇ, କିଏ ମାରିବ ବାଜି ?

ଗଦର ୨ ସହ 22ବର୍ଷ ପରେ ସନ୍ନି ଦେଓଲ୍ ପୁଣି ଥରେ ବକ୍ସ ଅଫିସରେ ପାଦ ଦେଇଛନ୍ତି । 2001ରେ ରିଲିଜ ହୋଇଥିବା ଫିଲ୍ମ ଗଦର ଏକ ପ୍ରେମ କଥା ବ୍ଲକବ୍ଲଷ୍ଟର ଫିଲ୍ମ ଭାବେ ପ୍ରମାଣିତ ହୋଇଥିଲା । ଏଥିରେ ଅମୀଷା ପଟେଲ ଏବଂ ସନ୍ନିଙ୍କ ଯୋଡି ଅର୍ଥାତ ତାରା ସିଂ ଏବଂ ସାକିନାଙ୍କ ଲଭ କେମେଷ୍ଟ୍ରି ଦର୍ଶକ ବେଶ ପସନ୍ଦ କରିଥିଲେ । ତେବେ ପୁଣି ଥରେ ଏହି ଯୋଡି ଗଦର 2 ସହ ଏକାଠି ଧମାକା କରିଛନ୍ତି । ଫିଲ୍ମର ଆଡଭାନ୍ସ ବୁକିଂ ଦମଦାର ରହିଥିଲା । ଏହି ଫିଲ୍ମର ପ୍ରଥମ ଦିନର ପ୍ରଥମ ଶୋ' ପାଇଁ 2ଲକ୍ଷରୁ ଅଧିକ ଟିକେଟ ବିକ୍ରି ହୋଇଥିଲା । ଗଦର 2ରେ ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ବ୍ୟତୀତ ଗୌରବ ଚୋପ୍ରା, ଉତ୍କର୍ଷ ଶର୍ମା ଏବଂ ଲଭ୍‌ ସିହ୍ନା ନଜର ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.