ETV Bharat / entertainment

ପୁଣି ପ୍ରେମରେ ପଡିଲେ କି ଭାଇଜାନ୍‌ ? ଭାଇରାଲ ହେଉଛି ସଂଗୀତା ବିଜଲାନିଙ୍କ ସହ ଭିଡିଓ - ସଲମାନ ଖାନ ସଂଗୀତା ବିଜଲାନି କିସ୍ ଭିଡିଓ ଭାଇରାଲ

Salman Khan Birthday: ସଲମାନ ଖାନ ପୂର୍ବତନ ଗର୍ଲଫ୍ରେଣ୍ଡ ସଂଗୀତ ବିଜଲାନିଙ୍କୁ ଆଲିଙ୍ଗନ କରି ତାଙ୍କ ମଥାରେ ଚୁମ୍ବନ ଦେଇଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । ଅଧିକ ପଢନ୍ତୁ

ସଲମାନ ଖାନ ଜନ୍ମଦିନ
ସଲମାନ ଖାନ ଜନ୍ମଦିନ
author img

By

Published : Dec 27, 2022, 1:35 PM IST

ହାଇଦ୍ରାବାଦ: ବଲିଉଡର ଅନେକ ତାରକା ସ୍କ୍ରିପ୍ଟର ଚାହିଦା ନାଁରେ ଚଳଚ୍ଚିତ୍ରରେ ଅନେକ ଇଣ୍ଟିମେଣ୍ଟ ସିନ୍‌ କରିଛନ୍ତି । କିନ୍ତୁ ସଲମାନ ଖାନ (Salman Khan) ଫିଲ୍ମରେ ତାଙ୍କର 'ନୋ କିସିଂ ପଲିସି' ବଜାୟ ରଖିଛନ୍ତି । ପ୍ରଶଂସକଙ୍କ ଭାଇଜନ ପରଦାରେ କିସିଂ ସିନ୍‌ କରିବାକୁ ବାରଣ କରନ୍ତି । କିନ୍ତୁ ଯେତେବେଳେ ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ସଂଗୀତ ବେଜଲାନି (Sangeeta Bijlani) ସୋମବାର ରାତିରେ ତାଙ୍କ ଜନ୍ମଦିନ ପାର୍ଟିରେ (Salman Khan Birthday) ପହଞ୍ଚିଥିଲେ, ସେତେବେଳେ ସଲମାନ ତାଙ୍କୁ ଚୁମ୍ବନ ଦେଇ ନିଜର ସ୍ନେହ ଏବଂ ପ୍ରେମ ବ୍ୟକ୍ତ କରିଥିଲେ । ଯାହାର ଏକ ଭିଡିଓ ବର୍ତ୍ତମାନ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଆଜି ଅର୍ଥାତ୍ 27 ଡିସେମ୍ବରରେ ସଲମାନ ତାଙ୍କର 57ତମ ଜନ୍ମଦିନ (Salman Khan Birthday) ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କ ଭଉଣୀ ଅର୍ପିତା ଖାନ ଶର୍ମା ଏବଂ ଆୟୁଷ ଶର୍ମା ସଲମାନଙ୍କ ଜନ୍ମଦିନ ପାଇଁ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ। ବଲିଉଡର ପ୍ରସିଦ୍ଧ ସେଲିବ୍ରିଟିମାନେ ଏହି ପାର୍ଟିରେ ଯୋଗ ଦେଇଥିଲେ । ଏହି ପାର୍ଟିରେ ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ତାଙ୍କର ଘନିଷ୍ଠ ବନ୍ଧୁ ସଂଗୀତା ବିଜଲାନି ମଧ୍ୟ ଉପସ୍ଥିତ ଥିଲେ। ସଂଗୀତ ବ୍ଲୁ ଶିମିରି ମିନି ଡ୍ରେସରେ ଗର୍ଜିଅସ୍‌ ଦେଖାଯାଉଥିଲେ ।

ପାର୍ଟିରେ ପହଞ୍ଚିଥିବା ସଂଗୀତାଙ୍କୁ ଦେଖି ସଲମାନ ଖାନ ଭାବପ୍ରବଣ ହୋଇଯାଇଥିଲେ। ସେ କେବଳ ତାଙ୍କ ସହିତ ବାହାରେ ଠିଆ ହୋଇନଥିଲେ ବରଂ ସଂଗୀତାଙ୍କୁ ତାଙ୍କ କପାଳରେ ସ୍ନେହରେ ଚୁମ୍ବନ ଦେଇ ଆଲିଙ୍ଗନ କରୁଥିବାର ମଧ୍ୟ ଦେଖାଯାଇଥିଲା। ପାର୍ଟିରେ ମଧ୍ୟ ସଲମାନ ଖାନ ସଂଗୀତାଙ୍କ ସହ ଏକାଠି ନଜର ଆସିଥିଲେ ।

ଛପା ହୋଇଥିଲା ସଲମାନ-ସଂଗୀତାଙ୍କ ବିବାହ କାର୍ଡ

ସଂଗୀତା ଏବଂ ସଲମାନ ଖାନଙ୍କ ମଧ୍ୟରେ ଏକ ପୁରୁଣା ସମ୍ପର୍କ ଥିଲା । ସଂଗୀତା ଏବଂ ସଲମାନ ପ୍ରାୟ 10 ବର୍ଷ ପର୍ଯ୍ୟନ୍ତ ରିଲେସନସିପ୍‌ରେ ଥିଲେ। ପ୍ରତିଟି କ୍ଷେତ୍ରରେ ପରସ୍ପରକୁ ସମର୍ଥନ କରୁଥିବା ଏହି ଯୋଡି ବିବାହ କରିବାକୁ ମଧ୍ୟ ପୂରାପୂରି ପ୍ରସ୍ତୁତ ଥିଲେ। ଏହି ଯୋଡି 27 ମଇ 1994 ରେ ବିବାହ କରିଥାନ୍ତେ। ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା, ଏପରିକି ବିବାହ କାର୍ଡ ମଧ୍ୟ ଛପା ସରିଥିଲା । କିନ୍ତୁ ମଝିରେ ସଙ୍ଗୀତା ସଲମାନଙ୍କୁ ଅନ୍ୟ ଏକ ଝିଅ ସହିତ ଦେଖିବାକୁ ପାଇଥିଲେ। ଏହି ଧୋକା ସହିତ ସଲମାନ-ସଂଗୀତାଙ୍କର ଏହି ସମ୍ପର୍କ ଭାଙ୍ଗିଗଲା ।

ଏହା ବି ପଢନ୍ତୁ: Salman Khan B'day Bash: ଧୁମଧାମ୍‌ରେ ପାଳିତ ହେଲା ଦବଙ୍ଗ ଖାନ୍‌ଙ୍କ ଜନ୍ମଦିନ, ନଜର ଆସିଲେ ସେଲିବ୍ରିଟି

ପ୍ରେମ ସମ୍ପର୍କ ଶେଷ ହେବା ପରେ ମଧ୍ୟ ସଂଗୀତାକୁ ଖାନ୍‌ ପରିବାରର ସହିତ ପ୍ରତ୍ୟେକ ପାର୍ଟି ଏବଂ ଫଙ୍କସନ୍‌ରେ ଦେଖିବାକୁ ମିଳିଛି । ଏକ ସାକ୍ଷାତକାରରେ ସଂଗୀତା ସଲମାନଙ୍କ ସହ ତାଙ୍କ ସମ୍ପର୍କକୁ ନେଇ କହିଥିଲେ, 'ସଂଯୋଗ କେବେ ଶେଷ ହୁଏ ନାହିଁ । ଆପଣଙ୍କ ସାଥୀ ଏବଂ ସ୍କୁଲ ସାଙ୍ଗମାନଙ୍କ ମଧ୍ୟରେ ପ୍ରେମ କେବେ ଶେଷ ହୁଏ ନାହିଁ । ଲୋକମାନେ ଆସନ୍ତି ଏବଂ ଯାଆନ୍ତି, ଜୀବନରେ କେଉଁ ଜିନିଷ ସ୍ଥାୟୀ ନୁହେଁ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣ ସେମାନଙ୍କୁ ଘୃଣା କରିବା ଆରମ୍ଭ କରିବେ । ମୋ ଜୀବନରେ ମଧ୍ୟ ଏକ ସମୟ ଥିଲା ଯେତେବେଳେ ମୁଁ ପିଲାଳିଆମୀ କରିଛି କିନ୍ତୁ ବର୍ତ୍ତମାନ ମୋର ବୁଝିବା ବୟସ ଆସିଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.