ETV Bharat / entertainment

Adipurush: ଦର୍ଶକଙ୍କ ସହ ପ୍ରଭୁ ହନୁମାନ ଦେଖିବେ ଫିଲ୍ମ ! ସବୁ ଥିଏଟରରେ ଗୋଟିଏ ସିଟ୍ ବୁକ୍

ପ୍ରଭାସଙ୍କ ଅଭିନୀତ ଆଦିପୁରୁଷ ଜୁନ 16ରେ ରିଲିଜ ହେବାକୁ ଯାଉଛି । ଏହା ପୂର୍ବରୁ ନିର୍ମାତାମାନେ ଏକ ବଡ ଘୋଷଣା କରିଛନ୍ତି । ସମସ୍ତ ଥିଏଟରରେ ପ୍ରଭୁ ହନୁମାନଙ୍କ ପାଇଁ ଗୋଟିଏ ସିଟ୍ ରିଜର୍ଭ କରିଛନ୍ତି । ଭାରତୀୟ ସିନେମା ଇତିହାସରେ ଏଭଳି ପ୍ରଥମ ଥର ପାଇଁ ହେବାକୁ ଯାଉଛି । ଅଧିକ ପଢନ୍ତୁ

author img

By

Published : Jun 6, 2023, 10:32 AM IST

ଆଦିପୁରୁଷ ରିଲିଜ ହେଉଥିବା ସବୁ ଥିଏଟରର ପ୍ରଥମ ସିଟ୍ ପ୍ରଭୁ ହନୁମାନଙ୍କ ପାଇଁ ବୁକ୍

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ଅଭିନୀତ ପୌରାଣିକ ଆଧାରିତ ଚଳଚ୍ଚିତ୍ର ଆଦିପୁରୁଷକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏକ ଭିନ୍ନ କ୍ରେଜ ରହିଛି । ଏହି ଫିଲ୍ମ ରିଲିଜ୍ ପାଇଁ ମାତ୍ର ଦୁଇ ସପ୍ତାହ ବାକି ରହିଛି । ଏଥିସହିତ ତିରୁପତିରେ ଫିଲ୍ମର ପ୍ରି-ରିଲିଜ୍ ଇଭେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି । ଯାହାର ପ୍ରସ୍ତୁତି ଜୋରସୋରରେ ଚାଲିଛି । ଫିଲ୍ମର ପୁରା ଷ୍ଟାରକାଷ୍ଟ ତିରୁପତିରେ ଏକାଠି ହେବାକୁ ଯାଉଛି । ତେବେ ଏହାରି ମଧ୍ୟରେ ଫିଲ୍ମ ରିଲିଜ ହେବା ପୂର୍ବରୁ ନିର୍ମାତାମାନେ ଆଉ ଏକ ବଡ଼ ଘୋଷଣା କରିଛନ୍ତି । ସମସ୍ତ ଥିଏଟରର ପ୍ରଥମ ସିଟ୍ ପ୍ରଭୁ ହନୁମାନଙ୍କ ନାମରେ ରିଜର୍ଭ ରହିବ ।

ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଫିଲ୍ମ ରିଲିଜ୍ ପୂର୍ବରୁ ନିର୍ମାତା ଘୋଷଣା କରିଛନ୍ତି ଯେ ପ୍ରତ୍ୟେକ ଥିଏଟରର ଗୋଟିଏ ସିଟ୍ ପ୍ରଭୁ ହନୁମାନଙ୍କ ପାଇଁ ଉତ୍ସର୍ଗ କରାଯିବ । ପ୍ରତ୍ୟେକ ସ୍କ୍ରିନିଂରେ ପ୍ରଥମ ସିଟ୍ ବିକ୍ରି ହେବ ନାହିଁ । ସେମାନେ ଲେଖିଛନ୍ତି, "ଯେଉଁଠାରେ ରାମାୟଣ ପଢାଯାଏ ସେଠାରେ ପ୍ରଭୁ ହନୁମାନ ଦେଖାଯାଇଥାନ୍ତି । ଏହା ଆମର ବିଶ୍ବାସ । ଏହି ବିଶ୍ବାସକୁ ସମ୍ମାନ ଜଣାଇ ପ୍ରତ୍ୟେକ ଥିଏଟର ଆଦିପୁରୁଷର ସ୍କ୍ରିନିଂରେ ପ୍ରଭୁ ହନୁମାନଙ୍କ ପାଇଁ ଗୋଟିଏ ସିଟ୍ ବିକ୍ରୟ ନକରି ରିଜର୍ଭ କରିବେ । ରାମଙ୍କ ସର୍ବଶ୍ରେଷ୍ଠ ଭକ୍ତ ହନୁମାନ । ଏଣୁ ଭଗବାନ ହନୁମାନଙ୍କ ଉପସ୍ଥିତିରେ ମହାନତାର ସହ ନିର୍ମିତ ଆଦିପୁରୁଷଙ୍କୁ ଆମେ ସମସ୍ତେ ଦେଖିବା ଉଚିତ୍ ।"

ସୂଚନା ଥାଉ କି, ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ଆଦିପୁରୁଷ ହେଉଛି 2023ର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ । ଆଦିପୁରୁଷ ହେଉଛି ଭାରତୀୟ ମହାପୁରୁଷ ରାମାୟଣ ଉପରେ ଆଧାରିତ ଏକ ପୌରାଣିକ ଚଳଚ୍ଚିତ୍ର । ଏହି ଫିଲ୍ମଟି ଓମ୍‌ ରାଉତ ରଚନା ଏବଂ ନିର୍ଦ୍ଦେଶନା ଦେଇଛନ୍ତି । ପ୍ରଭାସ, କ୍ରିତି ସାନନ ଏବଂ ସୈଫ ଅଲି ଖାନଙ୍କ ସମେତ ସନ୍ନି ସିଂ ଏବଂ ଦେବଦତ୍ତ ନାଗେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କୁ ରାମ, କ୍ରିତି ସାନନ ମାତା ସୀତା, ସନ୍ନି ସିଂଙ୍କୁ ଲକ୍ଷ୍ମଣ ଏବଂ ସୈଫ ଅଲି ଖାନ୍‌ଙ୍କୁ ରାବଣ ଭୂମିକାରେ ଦେଖିବାକୁ ମିଳିବ । ଜୁନ୍ 16ରେ ଏହି ଫିଲ୍ମ ରିଲିଜ ହେବ । 500 କୋଟି ଟଙ୍କାର ବଜେଟରେ ନିର୍ମିତ ହୋଇଥିବା ଏହି ଫିଲ୍ମ ସମଗ୍ର ବିଶ୍ୱରେ 5ଟି ଭାଷାରେ ଏକ ବଡ଼ ରିଲିଜ୍ ପାଇଁ ପ୍ରସ୍ତୁତ ହୋଇଛି । 5ଟି ଭାଷା ଅର୍ଥାତ୍ ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟାଲମ, ଏବଂ କନ୍ନଡ ଭାଷାରେ ଫିଲ୍ମ ରିଲିଜ ହେବ । ଫିଲ୍ମର ଟ୍ରେଲର ଏବଂ ଗୀତ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିବା ବେଳେ ଫିଲ୍ମ ରିଲିଜକୁ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି ଦର୍ଶକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.