ETV Bharat / entertainment

ସୀତା ନବମୀରେ ଆଦିପୁରୁଷର ଆଉ ଏକ ମୋସନ୍ ପୋଷ୍ଟର୍ ରିଲିଜ୍, ମାତା ଜାନକୀଙ୍କ ବେଶରେ କ୍ରିତି

author img

By

Published : Apr 29, 2023, 1:29 PM IST

ସୀତା ନବମୀରେ ଆଦିପୁରୁଷର ଆଉ ଏକ ମୋସନ୍ ପୋଷ୍ଟର୍ ରିଲିଜ୍ କଲେ ଫିଲ୍ମ ନିର୍ମାତା । ଅଧିକ ପଢନ୍ତୁ

Adipurush
Adipurush

ହାଇଦ୍ରାବାଦ: ସୀତା ନବମୀରେ ଆଦିପୁରୁଷର 'ସୀତା'ଙ୍କ ମୋସନ୍ ପୋଷ୍ଟର୍ ରିଲିଜ୍ । ଫିଲ୍ମ ନିର୍ମାତା ମୋସନ୍ ପୋଷ୍ଟର୍ ରିଲିଜ୍ କରି ଥିବାବେଳେ ପୋଷ୍ଟରରେ ଅଭିନେତ୍ରୀ କ୍ରିତି ସନନ୍ ମାତା ଜାନକୀଙ୍କ ବେଶରେ ନଜର୍ ଆସିଛନ୍ତି । ଅକ୍ଟୋବର 2022ରେ ଚଳଚ୍ଚିତ୍ରର ଟିଜର ଉନ୍ମୋଚନ ହେବା ପର ଠାରୁ ନିର୍ମାତାମାନେ ପ୍ରଶଂସକଙ୍କ ଉତ୍କଣ୍ଠାକୁ ଦୃଷ୍ଟିରେ ରଖି ନୂଆ ନୂଆ ପୋଷ୍ଟର୍ ଓ ମୋସନ୍ ପୋଷ୍ଟର୍ ରିଲିଜ୍ କରୁଛନ୍ତି । ଅପ୍ରେଲ୍ 22 ପର୍ଶୁରାମ ଜୟନ୍ତୀ ଅବସରରେ ଚଳଚ୍ଚିତ୍ରର ଆଉ ଏକ ମୋସନ୍ ପୋଷ୍ଟର୍ ରିଲିଜ୍ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:- Jiah khan suicide case: ସୁରଜ ପଞ୍ଚୋଲି ନିର୍ଦ୍ଦୋଷରେ ଖଲାସ

ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଆଦିପୁରୁଷ ରାମାୟଣ କାହାଣୀରୁ ସଂଗୃହିତ ବୋଲି କୁହାଯାଉଛି । ଏହି ସିନେମା ଆସନ୍ତା ଜୁନ୍ 16ରେ ରିଲିଜ୍ ହେବ । ଏହାର ଦୁଇ ଦିନ ପୂର୍ବରୁ ଜୁନ୍ 13 ରେ ୱାର୍ଲ୍ଡ ପ୍ରିମିୟର୍ ପାଇଁ ଟ୍ରିବେକା ଫିଲ୍ମ ଫେଷ୍ଟିଭାଲରେ ସିନେମାର ସ୍କ୍ରିନିଂ କରାଯିବ । ନିର୍ଦ୍ଦେଶକ ଓମ୍ କହିଛନ୍ତି, "ଆମେ ପ୍ରଭୁ ଶ୍ରୀ ରାମ ଏବଂ ରାମାୟଣର କାହାଣୀକୁ କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱର ଯୁବପିଢିଙ୍କ ନିକଟରେ ଚିତ୍ରଣ କରିବାକୁ ଚାହୁଁଥିଲୁ । ଏହି ମାଧ୍ୟମରେ ଆମେ ସମଗ୍ର ବିଶ୍ବରେ ଭାରତର ପୌରାଣିକ କିମ୍ବଦନ୍ତୀକୁ ଚିତ୍ରଣ କରିପାରିବୁ । "

ଏହା ମଧ୍ୟ ପଢନ୍ତୁ:- Filmfare Awards 2023: ଗଙ୍ଗୁବାଇ କାଠିଆୱାଡି ଓ ବଧାଇ ଦୋକୁ ଆୱାର୍ଡ ବର୍ଷା, ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ

ମୋସନ୍ ପୋଷ୍ଟର୍ ରିଲିଜ୍ ଅବସରରେ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି ଯେ, "ସବୁଠି ଚ୍ୟାଲେଞ୍ଜ ଥାଏ । ଏହି ଚ୍ୟାଲେଞ୍ଜ କେବଳ ଆମର ସିନେମାର ଉନ୍ନତି କରିବନି, ବରଂ ଆମର ଯାତ୍ରାକୁ ମଧ୍ୟ ଅଧିକ ଶକ୍ତିଶାଳୀ କରିବ । ବିଶେଷକରି ଭାରତରେ ପ୍ରଥମ କରି ପ୍ରସ୍ତୁତ ହେଉଥିବା ଏହିପରି ଚଳଚ୍ଚିତ୍ରରେ ବ୍ୟବହୃତ ଟେକ୍ନୋଲୋଜି ସମସ୍ତଙ୍କ ପସନ୍ଦ ଆସିବ । କାରଣ ଏପରି ଟେକ୍ନୋଲୋଜି ବଡ ବଡ ହଲିଉଡ ମୁଭିରେ ଦେଖିବାକୁ ମିଳେ ବୋଲି ନିର୍ଦ୍ଦେଶକ ଓମ୍ କହିଛନ୍ତି ।

ସୂଚନା ଅନୁସାରେ, ଜୁନ୍ 16ରେ ସମଗ୍ର ଦେଶରେ 5ଟି ଭାଷାରେ ରିଲିଜ୍ ହେବ 'ଆଦିପୁରୁଷ' । ମୁଖ୍ୟ ଭୂମିକାରେ ପ୍ରଭାସ ଏବଂ କ୍ରିତି ସାନନ୍‌ଙ୍କ ବ୍ୟତୀତ ସୈଫ ଅଲି ଖାନ୍, ସନ୍ନି ସିଂ ଏବଂ ଅନ୍ୟମାନେ ଅଭିନୟ କରିଛନ୍ତି । ଫିଲ୍ମଙ୍କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢିବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.