ETV Bharat / entertainment

ଆଦିପୁରୁଷର ମୋସନ୍ ପୋଷ୍ଟର୍ ରିଲିଜ, ଜୟ ଶ୍ରୀରାମ ନାରା ଦେଇ ଏପରି କ୍ୟାପ୍ସନ ରଖିଲେ ଷ୍ଟାର୍

author img

By

Published : Apr 22, 2023, 2:04 PM IST

'ଆଦିପୁରୁଷ'ର ଆସିଲା ପ୍ରୋମୋସନାଲ୍ ପୋଷ୍ଟର୍ । ଜୟ ଶ୍ରୀରାମ ନାରାରେ କମ୍ପୁଛି ଚଳଚ୍ଚିତ୍ରର ମୋସନ୍ ପୋଷ୍ଟର୍ । ଫ୍ୟାନ୍ସ ଦେଲେ ଏପରି ପ୍ରତିକ୍ରିୟା ।

Adipurush
Adipurush

ହାଇଦ୍ରାବାଦ: କେତେବେଳେ ପୋଷ୍ଟର୍‌କୁ ନେଇ ତ ପୁଣି କେତେବେଳେ କଷ୍ଟ୍ୟୁମ୍‌କୁ ନେଇ ବିବାଦରେ ଥିବା 'ଆଦିପୁରୁଷ'ର ଆସିଲା ପ୍ରୋମୋସନାଲ୍ ପୋଷ୍ଟର୍ । ଜୟ ଶ୍ରୀରାମ ନାରାରେ କମ୍ପୁଛି ଏହି ଚଳଚ୍ଚିତ୍ରର ପୋଷ୍ଟର୍ । 'ଆଦିପୁରୁଷ'ର ଏହି ମୋସନ୍‌ ପୋଷ୍ଟରକୁ 5ଟି ଭାଷାରେ ରିଲିଜ୍ କରିଛନ୍ତି ଫିଲ୍ମ ମେକର୍ । ସିନେମାର ମୁଖ୍ୟ ଚରିତ୍ରରେ ଥିବା ସାଉଥ୍ ସୁପର୍‌ଷ୍ଟାର୍ ପ୍ରଭାସ ଏବଂ ବଲିଉଡ୍ ଆଇକନ୍ କୀର୍ତ୍ତି ସନନ୍ ଏହି ପୋଷ୍ଟରକୁ ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର୍ କରିଛନ୍ତି ।

ପ୍ରଭାସ ଇନଷ୍ଟାଗ୍ରାମରେ ଜୟ ଶ୍ରୀ ରାମ ଗୀତର ମୋସନ ପୋଷ୍ଟର ସେୟାର କରି ଲେଖିଛନ୍ତି, "ଜବ୍ ନ ଜା ପାଓ ସାରେ ଧାମ୍ ତୋ ବସ୍ ଲେ ଲୋ ପ୍ରଭୁ କା ନାମ୍ ଜୟ ଶ୍ରୀରାମ୍ । ଅର୍ଥାତ୍ ଯଦି ଚାରି ଧାମ ପରିଦର୍ଶନ କରିପାରୁ ନାହାନ୍ତି, ତେବେ କେବଳ ପ୍ରଭୁ ଶ୍ରୀରାମଙ୍କ ନାମ ଜପ କରନ୍ତୁ ।" ଜୟ ଶ୍ରୀରାମ🙏🏻 । କୀର୍ତ୍ତି ସନନ୍ ମଧ୍ୟ ଏହି କ୍ୟାପ୍ସନ୍ ସହ ସିନେମାର ମୋସନ ପୋଷ୍ଟର୍ ସେୟାର୍ କରିଛନ୍ତି । ଏହି ପୋଷ୍ଟର ହିନ୍ଦି, ତେଲୁଗୁ ତାମିଲ, ମାଲାୟାଲମ୍ ଏବଂ କନ୍ନଡ଼ ଭାଷାରେ ରିଲିଜ୍ ହୋଇଛି ।

ଏହା ମଧ୍ୟ ପଢନ୍ତୁ:- ମେ' ୬ରେ ମିଷ୍ଟର ଆଣ୍ଡ୍ ମିସ୍ ଉତ୍କଳ ଫ୍ୟାଶନ ଶୋ', ରାମ୍ପ୍‌ରେ ଚାଲିବେ ବରିଷ୍ଠ ନାଗରିକ

ପ୍ରଭାସ ଭିଡିଓ ସେୟାର କରିବାର ମାତ୍ର କିଛି ସମୟ ମଧ୍ୟରେ ମୋସନକୁ ଖୁବ୍ ଲାଇକ୍ ଓ କମେଣ୍ଟ ମିଳିଛି । ପ୍ରଶଂସକମାନେ ଏହାକୁ ଖୁବ୍ ପସନ୍ଦ କରିଥିବା ଜଣାପଡିଛି । ଜୟ ଶ୍ରୀ ରାମ ଗୀତିକାର ମୋସନ ପୋଷ୍ଟର ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜଣେ ପ୍ରଶଂସକ ଲେଖିଛନ୍ତି, "ସମ୍ପୂର୍ଣ୍ଣ ଭିଡିଓକୁ ଅପେକ୍ଷା କରିଛୁ ।" ଅନ୍ୟ ଜଣେ ନେଟିଜେନ୍ସ ଲେଖିଛନ୍ତି, "16 ଜୁନ୍‌କୁ ଅପେକ୍ଷା ।"

ସୂଚନା ଅନୁସାରେ, ଜୁନ୍ 16ରେ ସମଗ୍ର ଦେଶରେ 5ଟି ଭାଷାରେ ରିଲିଜ୍ ହେବ 'ଆଦିପୁରୁଷ' । ଏହା ପୂର୍ବରୁ ଜୁନ୍‌ 13ରେ ୱାର୍ଲ୍ଡ ପ୍ରିମିୟର ପାଇଁ ଟ୍ରିବେକା ଫିଲ୍ମ ଫେଷ୍ଟିଭାଲରେ ସିନେମାର ସ୍କ୍ରିନିଂ କରାଯିବ । ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଓମ୍ ରାଉତ ଏହି ସିନେମାର ନିର୍ଦ୍ଦେଶନା କରିଛନ୍ତି । ସେହିପରି ମୁଖ୍ୟ ଭୂମିକାରେ ପ୍ରଭାସ ଏବଂ କୀର୍ତ୍ତି ସନନ୍‌ଙ୍କୁ ବାଦ୍ ଦେଲେ ଏଥିରେ, ସୈଫ ଅଲି ଖାନ୍, ସନ୍ନି ସିଂ ଏବଂ ଅନ୍ୟମାନେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- KKBKKJ: ଅନଲାଇନରେ ଲିକ ହେଲା ସଲମାନ ଖାନଙ୍କ ଫିଲ୍ମ, HD କ୍ବାଲିଟିରେ ଫିଲ୍ମ ଉପଲବ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.