ETV Bharat / entertainment

'ଆଦିପୁରୁଷ'ର ପୋଷ୍ଟରକୁ ନେଇ ପୁଣି ବିବାଦ, ଥାନାରେ ମାମଲା ରୁଜୁ

author img

By

Published : Apr 5, 2023, 1:27 PM IST

ପୁଣିଥରେ ବିବାଦରେ ଛନ୍ଦି ହୋଇଛି ଓମ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ ଆଦିପୁରୁଷ । ନିକଟରେ ରିଲିଜ ଫିଲ୍ମର ନୂଆ ପୋଷ୍ଟର ଜରିଆରେ ସନାତନ ଧର୍ମକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ମାମଲା ରୁଜୁ ହୋଇଛି। ଅଧିକ ପଢନ୍ତୁ,

ଆଦିପୁରୁଷ'ର ନୂଆ ପୋଷ୍ଟରକୁ ନେଇ ପୁଣି ବିବାଦ, ଥାନାରେ ଅଭିଯୋଗ

ମୁମ୍ବାଇ: ପ୍ରଭାସ, କ୍ରିତି ସାନନ୍ ଏବଂ ସୈଫ ଅଲି ଖାନଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ'ର ପିଛା ଛାଡୁନି ବିବାଦ । ଆଦିପୁରୁଷ ଘୋଷଣା ହେବା ଦିନଠାରୁ ନୂଆ ନୂଆ ବିବାଦ ସାମ୍ନାକୁ ଆସୁଛି । ପୋଷ୍ଟରକୁ ନେଇ ପୁଣି ବିବାଦରେ ଫସିଛି ଏହି ଫିଲ୍ମ । ନିକଟରେ ରାମ ନବମୀ ଅବସରରେ ନିର୍ଦ୍ଦେଶକ ଓମ ରାଉତଙ୍କ 'ଆଦିପୁରୁଷ'ର ନୂଆ ପୋଷ୍ଟର ରିଲିଜ ହୋଇଥିଲା । ପୂର୍ବରୁ ରିଲିଜ ହୋଇଥିବା ଫିଲ୍ମର ପ୍ରଥମ ପୋଷ୍ଟର ଟ୍ରୋଲ ହୋଇଥିବା ବେଳେ ବର୍ତ୍ତମାନ ପୁଣିଥରେ ଆଉ ଏକ ପୋଷ୍ଟରରେ ରାମ ଓ ସୀତାଙ୍କ ଲୁକ୍‌କୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହି ଫିଲ୍ମ ପୁଣିଥରେ ଏକ ଆଇନଗତ ବିବାଦରେ ଛନ୍ଦି ହୋଇଛି । ଆଦିପୁରୁଷର ନୂଆ ପୋଷ୍ଟରକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି ।

ପୂର୍ବରୁ ରିଲିଜ ହୋଇଥିବା ଫିଲ୍ମର ପ୍ରଥମ ପୋଷ୍ଟରରେ ରାବଣଙ୍କ ଲୁକକୁ ନେଇ ଟ୍ରୋଲ କରାଯାଇଥିବା ବେଳେ ବର୍ତ୍ତମାନ ରାମ ଏବଂ ସୀତାଙ୍କୁ ନେଇ ବିବାଦ ସୃଷ୍ଟି ହୋଇଛି । ସାକିନାକା ପୋଲିସ ଷ୍ଟେସନରେ ନିର୍ମାତା ତଥା ପୁରା ଷ୍ଟାର କାଷ୍ଟ 'ଆଦିପୁରୁଷ' ନିର୍ଦ୍ଦେଶକ ଓମ ରାଉତଙ୍କ ବିରୋଧରେ ଅଭିଯୋଗ କରାଯାଇଛି । ସଞ୍ଜୟ ଦିନାଥ ତିୱାରୀ ନାମକ ଜଣେ ବ୍ୟକ୍ତି ଫିଲ୍ମ ନିର୍ମାତାଙ୍କ ବିରୋଧରେ ଏହି ଅଭିଯୋଗ କରିଛନ୍ତି ।

ଜାଣନ୍ତୁ କାହିଁକି ଏହି ବିବାଦ: ସଞ୍ଜୟ ଦିନାଥ ତିୱାରୀ ନିଜକୁ ସନାତନ ଧର୍ମର ପ୍ରଚାରକ ବୋଲି ବର୍ଣ୍ଣନା କରିଛନ୍ତି । ଅଭିଯୋଗକାରୀ ବମ୍ବେ ହାଇକୋର୍ଟର ଓକିଲ ଆଶିଷ ରାୟ ଏବଂ ପଙ୍କଜ ମିଶ୍ରଙ୍କ ମାଧ୍ୟମରେ ଏହି ଅଭିଯୋଗ କରିଛନ୍ତି । ଅଭିଯୋଗକାରୀ କହିଛନ୍ତି ଯେ, 'ଆଦିପୁରୁଷ'ର ନୂଆ ପୋଷ୍ଟରରେ ରାମ ପଇତା ବା ଜନେୟୁ ପିନ୍ଧିନଥିବା ନଜର ଆସିଛନ୍ତି ଏବଂ ସୀତାଙ୍କ ମଥାରେ କୌଣସି ସିନ୍ଦୁର ନାହିଁ । ପୋଷ୍ଟରରେ ସୀତା ଅବିବାହିତ ବୋଲି ଦର୍ଶାଯାଇଛି । ଫିଲ୍ମ ନିର୍ମାତା ପୋଷ୍ଟର ମାଧ୍ୟମରେ ମନଇଚ୍ଛା ସନାତନ ଧର୍ମକୁ ଆଘାତ ଦେଇଥିବା ସେ କହିଛନ୍ତି ।

ସୂଚନାଥାଉ କି, ଆଦିପୁରୁଷ ଫିଲ୍ମରେ ସାଉଥ ଅଭିନେତା ପ୍ରଭାସ, କ୍ରିତି ସାନନ, ସନ୍ନି ସିଂ ଏବଂ ସୈଫ ଅଲି ଖାନ ମୁଖ୍ୟ ଭୂମିକାରେ ନଜର ଆସିବେ । ଗତବର୍ଷ ଫିଲ୍ମର ଟିଜର ରିଲିଜ ହୋଇଥିଲା । ସେହି ସମୟରେ ସୈଫ ଅଲି ଖାନଙ୍କ ଅଭିନୀତ ରାବଣର ଲୁକକୁ ନେଇ ଅନେକ ଟ୍ରୋଲ କରିଥିଲେ । ସେହିପରି ନିକଟରେ ରାମ ନବମୀ ଅବସରରେ ନିର୍ଦ୍ଦେଶକ ଓମ ରାଉତଙ୍କ ଫିଲ୍ମ 'ଆଦିପୁରୁଷ'ର ନୂଆ ପୋଷ୍ଟର ରିଲିଜ କରିଥିଲେ । ଏଥିରେ ରାମ, ସୀତା, ହନୁମାନ ଏବଂ ଲକ୍ଷ୍ମଣଙ୍କ ଲୁକ ଦର୍ଶାଯାଇଥିଲା । ଏହି ପୋଷ୍ଟରରେ ରାଘବ ରୂପରେ ପ୍ରଭାସଙ୍କୁ, ଜାନକୀଙ୍କ ରୂପରେ କ୍ରିତି ସାନନ ଏବଂ ବଜରଙ୍ଗଙ୍କ ରୂପରେ ଦେବଦତ୍ତ ନାଗଙ୍କୁ ଦେଖିବାକୁ ମିଳିଥିଲା । ଏବେ ରାମ ଏବଂ ସୀତାଙ୍କ ଲୁକ ଉପରେ ଆପତ୍ତି ଉଠାଯାଇଛି । ତେବେ ଫିଲ୍ମଟି ଚଳିତ ବର୍ଷ ଜୁନ୍ 16 ରେ ରିଲିଜ ହେବାକୁ ଥିବା ବେଳେ ବିବାଦ କିନ୍ତୁ ଫିଲ୍ମର ପିଛା ଛାଡୁନି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.