ETV Bharat / entertainment

Adipurush: ଦେଶବାସୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ମନୋଜ, କହିଲେ ଏମିତି

author img

By

Published : Jul 8, 2023, 12:25 PM IST

ଶେଷରେ ଦେଶବାସୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ସଂଳାପ ଲେଖକ ମନୋଜ ମୁନ୍ତଶୀର । ଦେଶବାସୀଙ୍କୁ ହାତ ଯୋଡି କ୍ଷମା ମାଗୁଛି ବୋଲି ଟ୍ବିଟ୍ କଲେ । ଅଧିକ ପଢନ୍ତୁ

Manoj Muntashir
Manoj Muntashir

ହାଇଦ୍ରାବାଦ: ସାରା ଦେଶରେ ବିରୋଧର ସମ୍ମୁଖୀନ ହେଉଥିବା ବିବାଦୀୟ ଚଳଚ୍ଚିତ୍ର 'ଆଦିପୁରୁଷ'କୁ ନେଇ ଲୋକଙ୍କ ମଧ୍ୟରେ କ୍ରୋଧ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ । ଚଳଚ୍ଚିତ୍ର 'ଆଦିପୁରୁଷ' କେବଳ ଲୋକଙ୍କ ବିଶ୍ୱାସକୁ ଆଘାତ ଦେଇନାହିଁ, ବରଂ ରାମଙ୍କ ଭକ୍ତଙ୍କ ଭାବନାକୁ ମଧ୍ୟ ଆଘାତ ଦେଇଛି । ଏହାକୁ ନେଇ ଅନେକ ବାଦବିବାଦ ଦେଖିଯାଇଥିବା ବେଳେ ଫ୍ଲପ ହେବାକୁ ବସିଛି ଫିଲ୍ମ । ଚଳଚ୍ଚିତ୍ର ନିର୍ମାତା ଓମ୍ ରାଉତ ଏବଂ ଏହି ଚଳଚ୍ଚିତ୍ରର ସଂଳାପ ଲେଖିଥିବା ଲେଖକ ମନୋଜ ମୁନ୍ତଶୀର 'ରାମାୟଣ' ଏବଂ ପ୍ରଭୁ ରାମଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି ।

  • मैं स्वीकार करता हूँ कि फ़िल्म आदिपुरुष से जन भावनायें आहत हुईं हैं.
    अपने सभी भाइयों-बहनों, बड़ों, पूज्य साधु-संतों और श्री राम के भक्तों से, मैं हाथ जोड़ कर, बिना शर्त क्षमा माँगता हूँ.
    भगवान बजरंग बली हम सब पर कृपा करें, हमें एक और अटूट रहकर अपने पवित्र सनातन और महान देश की…

    — Manoj Muntashir Shukla (@manojmuntashir) July 8, 2023 " class="align-text-top noRightClick twitterSection" data=" ">

ବର୍ତ୍ତମାନ ଫିଲ୍ମର ସଂଳାପ ଲେଖକ ମନୋଜ ମୁନ୍ତଶୀର ନିଜ ଭୁଲକୁ ଅନୁଭବ କରିଛନ୍ତି ଏବଂ ସମଗ୍ର ଦେଶ ସାମ୍ନାରେ ହାତ ଯୋଡି ରାମ ଭକ୍ତମାନଙ୍କୁ କ୍ଷମା ମାଗିଛନ୍ତି । ଏହି ପରିପ୍ରେକ୍ଷୀରେ ମନୋଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ମନୋଜ ଅନେକ ପ୍ରକାର କଥା ଲେଖି ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ।

ଟ୍ବିଟ୍ କରି ଏଭଳି କହିଲେ ମନୋଜ: 'ଆଦିପୁରୁଷ' ଉପରେ ଲୋକଙ୍କ କ୍ରୋଧକୁ ଦେଖି ମନୋଜ ନିଜ ଭୁଲକୁ ସ୍ବୀକାର କରିଛନ୍ତି । ସେ ଟ୍ବିଟ୍ କରିଛନ୍ତି, "ମୁଁ ସ୍ୱୀକାର କରୁଛି ଯେ ଆଦିପୁରୁଷ ଚଳଚ୍ଚିତ୍ର ଦ୍ୱାରା ଜନସାଧାରଣଙ୍କ ଭାବନା ଆଘାତ ପାଇଛି । ମୁଁ ବିନା ସର୍ତ୍ତରେ ମୋର ସମସ୍ତ ଭାଇ ଓ ଭଉଣୀ, ବୟସ୍କ, ସମ୍ମାନିତ ସାଧୁ ଏବଂ ଶ୍ରୀ ରାମଙ୍କର ଭକ୍ତମାନଙ୍କୁ କ୍ଷମା ମାଗୁଛି । ଭଗବାନ ବଜରଙ୍ଗ ବାଲି ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ । ଆଗକୁ ଏକାଠି ହୋଇ ସନାତନ ଧର୍ମ ଏବଂ ଦେଶସେବା କରିବାକୁ ଶକ୍ତି ଦିଅନ୍ତୁ ।"

ଏହା ମଧ୍ୟ ପଢନ୍ତୁ: Adipurush: ବିବାଦ ଘେରରେ ଫିଲ୍ମ ନିର୍ଦ୍ଦେଶକ ଏବଂ ନିର୍ମାତା, ପରିବର୍ତ୍ତନ ହେବ ଫିଲ୍ମର ସଂଳାପ

ମୋନଜଙ୍କ ପାଇଁ କ୍ଷମା ପ୍ରାର୍ଥନା ସାଜିଲା ସମସ୍ୟା: କହିରଖୁଛି ଯେ, ଫିଲ୍ମ ରିଲିଜ ହେବା ପରେ ପ୍ରଶଂସକମାନେ ନିଜର କ୍ରୋଧ ଦେଖାଇଥିବା ବେଳେ ଏବଂ ମନୋଜ କ୍ଷମା ପ୍ରାର୍ଥନା କରିବା ପରେ ମଧ୍ୟ ଟ୍ରୋଲର ଶିକାର ହୋଇଛନ୍ତି । ଅନେକ ୟୁଜର୍ସ ତାଙ୍କ ଟ୍ବିଟକୁ ନେଇ ଅନେକ ଖରାପ ମନ୍ତବ୍ୟ ଦେଇଛନ୍ତି ।

ଜଣେ ୟୁଜର୍ ଲେଖିଛନ୍ତି, "ତୁମେ ବିଶ୍ୱାସ କରିବାକୁ ବହୁତ ସମୟ ନେଇଥିଲ ଯେ ଆଦିପୁରୁଷ ସିରିଏଲ ଠାରୁ ମଧ୍ୟ ଆହୁରି ଖରାପ କପି । ଯେତେବେଳେ ଫିଲ୍ମ ଫ୍ଲପ୍ ହେଲା ଏବଂ ଆଗକୁ ପରବର୍ତ୍ତୀ ଚଳଚ୍ଚିତ୍ରର କରିବାର ସମୟ ଆସିଗଲା ସେତେବେଳେ ସେ କ୍ଷମା ମାଗିଲେ । ଯଦି ସେ ହୃଦୟରୁ କ୍ଷମା ମାଗିବାର ଥାଆନ୍ତେ ତେବେ ଫିଲ୍ମ ରିଲିଜ ହେବାର ପରଦିନ ହିଁ କ୍ଷମା ମାଗିପାରି ଥାଆନ୍ତେ । ଏବେ ଏତେ ବିଳମ୍ବରେ କ୍ଷମା ମାଗିବାର ଅର୍ଥ କ'ଣ ହୋଇପାରେ ।"

ଆଉ ଏକ ୟୁଜର୍ସ ଲେଖିଛନ୍ତି, "ଭାଇ ଯଦି ତୁମେ ଏକ ଆନ୍ତରିକତାର ସହ ହାତ ଯୋଡି କ୍ଷମା ମାଗିବ ତେବେ ଭଗବାନ ମଧ୍ୟ କ୍ଷମା କରିଦେବେ । ଆମେ ତ କେବଳ ଶ୍ରୀରାମଙ୍କର ଭକ୍ତ, ତେଣୁ ଆମେ ତୁମକୁ କ୍ଷମା କରୁଛୁ । କିନ୍ତୁ ଭବିଷ୍ୟତରେ ସନାତନ ଧର୍ମ ସହ ଏଭଳି କରିବା ପାଇଁ ଚେଷ୍ଟା ବି କରିବେ ନାହିଁ ।"

ଆଦିପୁରୁଷ ବକ୍ସ ଅଫିସ କଲେକ୍ସନ: ଯଦି ଆଦିପୁରୁଷର ବକ୍ସ ଅଫିସ କଲେକ୍ସନ କଥା ଦେଖିବା ତେବେ ଫିଲ୍ମ ରିଲିଜ ହେବାର ଆଜି 22 ଦିନ । ଏହି ଫିଲ୍ମ ଜୁନ 16ରେ ମୁକ୍ତିଲାଭ କରିଥିଲା ​​ଏବଂ ଉଦଘାଟନୀ ଦିନରେ ହିଁ 88 କୋଟି ଟଙ୍କା ବ୍ୟବସାୟ କରିଥିଲା । ପରଦିନ ଫିଲ୍ମ ବିରୋଧରେ ଦେଶବ୍ୟାପୀ ବିରୋଧ ହୋଇଥିଲା ଏବଂ ଏହାର ଆୟ ସିଙ୍ଗଲ ଡିଜିଟକୁ ଖସି ଆସିଥିଲା । ଏହି ଚଳଚ୍ଚିତ୍ର ଘରୋଇ ସିନେମାରେ 300 କୋଟି ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରି ନଥିବା ବେଳେ ବିଶ୍ବବ୍ୟାପୀ 450 କୋଟି ଟଙ୍କା ରୋଜଗାର କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.