ETV Bharat / entertainment

Adipurush Bo Collection: ରିଲିଜ ପରେ ତେଜୁଛି ବିବାଦ, କମିଲା ଫିଲ୍ମର ଆୟ

author img

By

Published : Jun 18, 2023, 11:18 AM IST

16 ଜୁନରେ ରିଲିଜ କରିଥିବା ହାଇ ବଜେଟ୍ ଚଳଚ୍ଚିତ୍ର 'ଆଦିପୁରୁଷ'କୁ ନେଇ ବର୍ତ୍ତମାନ ତେଜିବାରେ ଲାଗିଛି ବିବାଦ । ଫିଲ୍ମର ସଂଳାପ ଏବଂ ଭିଏଫଏକ୍ସକୁ ନେଇ ବିରୋଧ କରାଯାଉଛି । ଯାହାର ପ୍ରଭାବ ଏବେ ଫିଲ୍ମର ବ୍ୟବସାୟ ଉପରେ ମଧ୍ୟ ପଡିବାରେ ଲାଗିଛି । 2ୟ ଦିନରେ ଫିଲ୍ମ କେତେ କଲାଣି ଆୟ, ଜାଣନ୍ତୁ

ଆଦିପୁରୁଷ ରିଲିଜ ପରେ ତେଜୁଛି ବିବାଦ, କମିଲା ଫିଲ୍ମର ଆୟ

ମୁମ୍ବାଇ: ପ୍ରଭାସ ଏବଂ କ୍ରିତି ସାନନଙ୍କ ପାନ ଇଣ୍ଡିଆ ଫିଲ୍ମ 'ଆଦିପୁରୁଷ' ଏବେ ଶିରୋନାମାରେ ରହିଛି । ଫିଲ୍ମ ରିଲିଜ ହେବା ପରେ ଏହାର ସଂଳାପ ଏବଂ ଭିଏଫଏକ୍ସ ଯୋଗୁଁ ଅନେକ ବିବାଦର ସମ୍ମୁଖୀନ ହୋଇଛି । ଯାହାର ପ୍ରଭାବ ବର୍ତ୍ତମାନ ଫିଲ୍ମର ଆୟ ଉପରେ ମଧ୍ୟ ପଡିଛି । ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସରେ ବହୁତ ଭଲ ବ୍ୟବସାୟ କରିଥିଲା । ଏବଂ ଫିଲ୍ମଟି ଏହାର ଓପନିଂ ଦିନରେ 140 କୋଟି ଟଙ୍କା ସଂଗ୍ରହ କରି ରେକର୍ଡ ସୃଷ୍ଟି କରିଥିଲା ​​। ହେଲେ 2ୟ ଦିନରେ ଫିଲ୍ମର ଆୟ ହ୍ରାସ ପାଇବାରେ ଲାଗିଛି ।

ରିପୋର୍ଟ ଅନୁସାରେ, ବିଶ୍ବର ରୋଜଗାର ବିଷୟରେ କହିବାକୁ ଗଲେ ଫିଲ୍ମ ପ୍ରଥମ ଦିନରେ 140 କୋଟି ଟଙ୍କା ସଂଗ୍ରହ କରିଛି । ଏବଂ ଦ୍ୱିତୀୟ ଦିନରେ ଫିଲ୍ମର ସଂଗ୍ରହ ହେଉଛି 65 କୋଟି ଟଙ୍କା । ଏହା ସହିତ ଘରୋଇ ବକ୍ସ ଅଫିସରେ ଫିଲ୍ମର ମୋଟ ଆୟ 151 କୋଟିକୁ ବୃଦ୍ଧି ପାଇଛି । ପ୍ରଥମ ଦିନର ରୋଜଗାର ବିଷୟରେ କହିବାକୁ ଗଲେ ଆଦିପୁରୁଷ ସମସ୍ତ ଭାଷାରେ 86.75 କୋଟି ରୋଜଗାର କରିଥିଲା । ଯେଉଁଥିରେ ହିନ୍ଦୀ 37.25 କୋଟି, ତେଲୁଗୁ 48 କୋଟି, ମାଲାୟାଲମ୍ 0.4 କୋଟି, ତାମିଲ 0.7 କୋଟି ଏବଂ କନ୍ନଡ 0.4 କୋଟି ରୋଜଗାର କରିଥିଲା ।

ସୂଚନା ଥାଉ କି, ରିଲିଜ ହେବା ପର ଠାରୁ ଆଦିପୁରୁଷ ଏହାର ମୁଖ୍ୟ ଚରିତ୍ରଙ୍କ ଦ୍ବାରା କୁହାଯାଉଥିବା ସଂଳାପ ଏବଂ ଭିଏଫଏକ୍ସ ହେତୁ ଫିଲ୍ମ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଛି । ବିଶେଷକରି ହନୁମାନଙ୍କ ଦ୍ୱାରା କଥିତ ଏକ ସଂଳାପକୁ ଲୋକମାନେ ଅନେକ ଟ୍ରୋଲ କରିଛନ୍ତି । ଏହି ସମୟରେ ଫିଲ୍ମର ସଂଳାପ ଲେଖକ ମନୋଜ ମୁଣ୍ଟାଶିର ଆଗକୁ ଆସି ଏ ବିଷୟରେ ସ୍ପଷ୍ଟୀକରଣ ରଖିଛନ୍ତି ।

ସେ କହିଛନ୍ତି ଯେ ଆମେ ରାମାୟଣ କରିନାହୁଁ, ଆମେ କେବଳ ରାମାୟଣରୁ ପ୍ରେରଣା ନେଇଛୁ ଏବଂ ଯୁବ ପିଢିଙ୍କ ପାଇଁ ଏହାର ଏକ ମୁଖ୍ୟ ଅଂଶ କରିଛୁ ଯାହା ଦ୍ବାରା ସେମାନେ ଆମର ପ୍ରାଚୀନ ଇତିହାସକୁ ସହଜରେ ବୁଝିପାରିବେ । ତେବେ ଫିଲ୍ମରେ ଅଭିନେତା ପ୍ରଭାସ ରାମ, କ୍ରିତି ସାନନ୍ ଜାନକୀ ଏବଂ ସନ୍ନି ସିଂ ଲକ୍ଷ୍ମଣଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ଏମାନଙ୍କ ବ୍ୟତୀତ ଦେବଦତ୍ତ ନାଗେ ହନୁମାନ ଏବଂ ସୈଫ ଅଲି ଖାନ ଲଙ୍କେଶ ଭୂମିକାରେ ଅଭିନୟ କରିଛନ୍ତି । 5ଟି ଭାଷାରେ ଫିଲ୍ମ ସାରା ବିଶ୍ବରେ ରିଲିଜ କରିଛି । ତେବେ ଦେଖିବାକୁ ବାକି ରହିଲା, ବିବାଦ ମଧ୍ୟରେ ଫିଲ୍ମ ଅଧିକ ଆୟ କରି ସଫଳତା ହାସଲ କରିପାରୁଛି ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.