ETV Bharat / entertainment

Adipurush box office collection: ବକ୍ସ ଅଫିସରେ ଆଦିପୁରୁଷର କାହାଣୀ ଖତମ, କ୍ୟାନ୍ସଲ ହେଲା ଶୋ'

author img

By

Published : Jun 24, 2023, 12:48 PM IST

ବିବାଦ ଭିତରେ ତିଷ୍ଠି ପାରିଲାନି ଆଦିପୁରୁଷ। ଟିକେଟ ବିକ୍ରି ହୋଇନପାରିବାରୁ କ୍ୟାନ୍ସଲ ହେଲା ଶୋ। ଅଧିକ ପଢନ୍ତୁ

Adipurush box office collection
Adipurush box office collection

ହାଇଦ୍ରାବାଦ: ବିବାଦୀୟ ଚଳଚ୍ଚିତ୍ର ଆଦିପୁରୁଷ ଦିନକୁ ଦିନ ବକ୍ସ ଅଫିସରେ ଫ୍ଲପ ହେବାରେ ଲାଗିଛି । ବିବାଦ ଭିତରେ ତିଷ୍ଠି ପାରୁନାହିଁ ଆଦିପୁରୁଷ । ଏହାସହ ଚଳଚ୍ଚିତ୍ରର ରୋଜଗାର ପ୍ରତିଦିନ ଦ୍ରୁତ ଗତିରେ ହ୍ରାସ ପାଉଛି । 16 ଜୁନରେ ମୁକ୍ତିଲାଭ କରିଥିବା ଆଦିପୁରୁଷ ଫିଲ୍ମ ଆଜି 9ମ ଦିନରେ ପହଞ୍ଚିଛି । ଫିଲ୍ମ ରିଲିଜର ଅଷ୍ଟମ ଦିନରେ ମଧ୍ୟ ବକ୍ସ ଅଫିସରେ ଆଶ୍ଚର୍ଯ୍ୟଜନକ କିଛି କରି ନଥିଲା ଏବଂ ଫିଲ୍ମର ରୋଜଗାର ହାତ ଗଣତି ହୋଇଛି ।

ଆଦିପୁରୁଷର ବିଶ୍ବବ୍ୟାପୀ ବକ୍ସ ଅଫିସ୍ ସଂଗ୍ରହ ହ୍ରାସ ପାଉଛି । 600 କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ଏହାର ମୂଲ୍ୟ ବାହାର କରିବାରେ ପଛରେ ପଡିଛି । ବାହୁବଳୀ ତାରକା ପ୍ରଭାସ ଏବଂ ବଲିଉଡର ବିଉଟି କ୍ରିତି ସାନନଙ୍କ ଯାଦୁ ମଧ୍ୟ ଓମ ରାଉତଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ ପ୍ରଶଂସକଙ୍କ ଉପରେ କାମ କରୁନାହିଁ । ଅନେକ ହଲରେ ବହୁତ କମ ପରିମାଣରେ ଟିକେଟ୍‌ ବିକ୍ରି ହେଇଥିବାରୁ ଶୋକୁ ମଧ୍ୟ କ୍ୟାନ୍ସଲ କରାଯାଇଥିବା ସୂଚନା ମିଳିଛି ।

ବକ୍ସ ଅଫିସରେ ଅଷ୍ଟମ ଦିନର ରୋଜଗାର ବହୁତ କମ ରହିଥିଲା । ଏହି ରୋଜଗାର ହିଁ ଦର୍ଶାଉଛି ଯେ, ଲୋକମାନେ ଏହି ଫିଲ୍ମ ଦେଖିବା ପାଇଁ ଆଗ୍ରହୀ ନୁହନ୍ତି । ପ୍ରେକ୍ଷାଳୟରେ ଫିଲ୍ମର ଅଷ୍ଟମ ଦିନର ଆନୁମାନିକ ଆୟ 3.25 କୋଟି ଟଙ୍କା ରହିଥିବା ବେଳେ ଭାରତୀୟ ବକ୍ସ ଅଫିସ୍ ସଂଗ୍ରହ 264.80 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏଥି ସହିତ, ବିଶ୍ବବ୍ୟାପୀ ଚଳଚ୍ଚିତ୍ର ଅଷ୍ଟମ ଦିନରେ ପ୍ରାୟ 5 କୋଟି ଏବଂ ମୋଟ 410 କୋଟିରୁ ଅଧିକ ସଂଗ୍ରହ କରିଛି ।

ପ୍ରକାଶଥାଉକି, ଜୁନ୍ 16ରେ ହିନ୍ଦୀ, ତେଲୁଗୁ, କନ୍ନଡ, ମାଲାୟାଲମ୍ ଏବଂ ତାମିଲ ଭାଷାରେ ସାରା ଦେଶରେ ମୁକ୍ତିଲାଭ କରିଥିବା ଆଦିପୁରୁଷ । ମାତ୍ର ତିନି ଦିନ ମଧ୍ୟରେ 340 କୋଟି ଟଙ୍କା ଆୟ କରିଥିଲା । ରାମାୟଣ ଉପରେ ଆଧାରିତ ଏହି ଫିଲ୍ମର ସଂଳାପ ଯୋଗୁଁ ଲୋକଙ୍କ ଆକ୍ରୋଶର ଶିକାର ହୋଇଛି । ଆଦିପୁରୁଷ ଫିଲ୍ମରେ ମାତା ସୀତାଙ୍କୁ ଭାରତର ଝିଅ ଭାବରେ ବର୍ଣ୍ଣନା କରାଯାଇଥିଲା । ଏହାକୁ ନେଇ ନେପାଳରେ ବିରୋଧ କରାଯାଇଥିଲା । ଏହି ଫିଲ୍ମଟି ଜୁନ୍ 22 ଏବଂ 23 ରେ 150 ଟଙ୍କା ଟିକେଟର ଏକ ସ୍ୱତନ୍ତ୍ର ଅଫର ଦିଆଯାଇଥିଲା । ତଥାପି ବିବାଦ ଯୋଗୁଁ ଫିଲ୍ମ ଆଦାୟ କରିପାରିନଥିଲା ।

ଏହାରି ଭିତରେ ହନୁମାନଙ୍କ ଡାଇଲଗକୁ ମଧ୍ୟ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଚଳଚ୍ଚିତ୍ରର ସବୁଠାରୁ ବିବାଦୀୟ ସଂଳାପ 'ତେଲ ତେରେ ବାପ କା, କପଡ଼ା ତେରେ ବାପ କା, ଆଗ ଭି ତେରେ ବାପ କି ଔର ଜଲେଗି ଭୀ ତେରେ ବାପ କି'ରେ ପରିବର୍ତ୍ତନ କରାଯାଇଛି । 'କପଡା ତେରୀ ଲଙ୍କା କା, ତେଲ ତେରୀ ଲଙ୍କା କା, ଆଗ ଭୀ ତେରେ ଲଙ୍କା କି ଔର ଜଲେଗି ଭି ତେରେ ଲଙ୍କା ହିକୁ ପରିବର୍ତ୍ତନ କରାଯାଇଛି । ତଥାପି ରାମାୟଣ କଥାବସ୍ତୁକୁ ଅପମାନ କରିଥିବାରୁ ରୋଜଗାର କରିପାରୁନାହିଁ ଫିଲ୍ମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.