ETV Bharat / entertainment

Adipurush: ଅଷ୍ଟ୍ରେଲିଆରେ ରେକର୍ଡ ଭାଙ୍ଗିଲା ପ୍ରଭାସଙ୍କ ଫିଲ୍ମ, KGFକୁ ପଛରେ ପକାଇଲା ଆଦିପୁରୁଷ

author img

By

Published : Jun 11, 2023, 5:52 PM IST

ଓମ୍ ରାଉତଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ 'ଆଦିପୁରୁଷ'ର ଆଜିଠୁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି । ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂ ନେଇ ୱାର୍ଲଡ୍‌ ଫିଲ୍ମ ବଜାରରେ ଅଧିକ ଆୟ କରି ରେକର୍ଡ ସୃଷ୍ଟି କରିଛି ଫିଲ୍ମ । ଅଧିକ ପଢନ୍ତୁ

ଆଡଭାନ୍ସ ବୁକିଂରେ ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆରେ ରେକର୍ଡ ଭାଙ୍ଗିଲା ପ୍ରଭାସଙ୍କ ଫିଲ୍ମ

ହ୍ରାଇଦ୍ରାବାଦ: ଓମ୍ ରାଉତଙ୍କ ନିର୍ଦ୍ଦେଶିତ 'ଆଦିପୁରୁଷ' ଫିଲ୍ମ ରିଲିଜ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ପ୍ରଭାସ, କ୍ରିତି ସାନନ୍ ଏବଂ ସୈଫ ଅଲି ଖାନଙ୍କ ଅଭିନୀତ ଭୂଷଣ କୁମାର ପ୍ରଡକ୍ସନ୍ ଦ୍ବାରା ନିର୍ମିତ ଭାରତୀୟ ସିନେମାର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରେ ଅନ୍ୟତମ । ଜୁନ୍ 16ରେ ଏହି ଫିଲ୍ମ ରିଲିଜ ହେବ । ଏଥିପାଇଁ ଆଜିଠାରୁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଅନ୍ତଃର୍ଜାତୀୟ ବଜାରରେ ଅଧିକ ଆଗୁଆ ଟିକେଟ ବୁକିଂ କରି ରେକର୍ଡ ସୃଷ୍ଟି କରିଛି । ଏହି ଫିଲ୍ମ ସାଉଥ୍‌ ହିଟ୍‌ ଫିଲ୍ମ KGFକୁ ମଧ୍ୟ ପଛରେ ପକାଇଛି ।

ଫିଲ୍ମ ରିଲିଜକୁ ଆଉ ମାତ୍ର 6 ଦିନ ବାକି ଥିବା ବେଳେ ଫିଲ୍ମର ପୁରା ଟିମ୍‌ର ଏହାର ପ୍ରମୋସନରେ ଲାଗି ପଡିଛନ୍ତି । ଏହି ପରିପ୍ରକ୍ଷୀରେ ଆଜିଠାରୁ ବୁକିଂ ଆରମ୍ଭ ହୋଇଥିବା ବେଳେ ଅନ୍ତଃର୍ଜାତୀୟ ବଜାରରେ ଏହା ଭଲ ଆୟ କରିବ ବୋଲି ଆଶା କରାଯାଉଛି । ବିଦେଶ ବଜାରରେ ଏହି ଫିଲ୍ମର ଆଡଭାନ୍ସ ଟିକେଟ୍‌ ବୁକିଂ ସର୍ବାଧିକ ରହିଛି । ପ୍ରାରମ୍ଭିକ ବୁକିଂ ରିପୋର୍ଟ ଅନୁଯାୟୀ, ଆଦିପୁରୁଷ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ଆଡଭାନ୍ସ ବୁକିଂ କ୍ଷେତ୍ରରେ ରେକର୍ଡ ଭାଙ୍ଗିଛି ।

ସୂଚନାନୁସାରେ, USAରେ 187ଟି ସ୍ଥାନରେ ସମୁଦାୟ 10,727 ଟିକେଟ୍ ବିକ୍ରି ହୋଇ ମୋଟ ଆୟ ପ୍ରାୟ 2 କୋଟିରେ ପହଞ୍ଚିଛି । ଦମଦାର ପ୍ରି-ରିଲିଜ୍ କଲେକ୍ସନ୍ ସହ ରିଲିଜ୍‌କୁ 6 ଦିନ ବାକି ଥିବାବେଳେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ଅଧିକ ଟିକେଟ ବିକ୍ରି କରି ଫିଲ୍ମ ରେକର୍ଡ ସୃଷ୍ଟି କରିଛି । ଯାହା ସାଉଥର ହିଟ ଫିଲ୍ମ KGF 2କୁ ପଛରେ ପକାଇ ଅଧିକ ସଂଗ୍ରହ କରିଛି । ପ୍ରଥମ ଦିନରେ ଆନ୍ତଃର୍ଜାତୀୟ ସ୍ତରରେ ଏଭଳି ରେକର୍ଡ ସଂଖ୍ୟକ ଟିକେଟ ବିକ୍ରୟ ଦେଖି ଫିଲ୍ମ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିବା ସହ ଅଧିକ ଆୟ କରି ଇତିହାସ ରଚିବ ବୋଲି ଆଶା କରାଯାଉଛି । ଏଥିସହ ଏହା ଅନ୍ୟ ହଲିଉଡ ଫିଲ୍ମକୁ ମଧ୍ୟ କଡା ଟକ୍କର ଦେବ ବୋଲି କୁହାଯାଉଛି ।

ସୂଚନା ଅନୁସାରେ, ନିର୍ମାତାମାନେ ଏହା ମଧ୍ୟ କହିଛନ୍ତି ଯେ, ଆଦିପୁରୁଷକୁ ଜୁନ୍ 13ରେ ନ୍ୟୁୟର୍କରେ ଆୟୋଜିତ ଟ୍ରାଇବେକା ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ କରାଯିବ । ପ୍ରାୟ 4 ହଜରା ସ୍କ୍ରିନ୍‌ରେ ଏହି ଫିଲ୍ମ ହିନ୍ଦୀ ଭାଷାରେ ରିଲିଜ୍ ହେବ ବୋଲି କୁହାଯାଉଛି । ରିପୋର୍ଟ ଅନୁଯାୟୀ ଦେଶବ୍ୟାପୀ ପ୍ରାୟ 6 ହଜାର 2 ଶହ ସ୍କ୍ରିନରେ ଫିଲ୍ମ ରିଲିଜ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆଡଭାନ୍ସ ବୁକିଂ ଜୋରସୋରରେ ଚାଲିଛି ଏବଂ ଫିଲ୍ମରେ ବିଭିନ୍ନ ସଂସ୍କରଣ ପାଇଁ ଏକାଧିକ ଡିଷ୍ଟ୍ରିବ୍ୟୁଟର ରହିଛନ୍ତି । ଅନିଲ ଥଡାନି ହିନ୍ଦୀ ଭର୍ସନର ତଦାରଖ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.