ETV Bharat / entertainment

Kangana vs Uddhav: ମୁଁ କହିଥିଲି ଗର୍ବ ଭାଙ୍ଗିବ ନିଶ୍ଚିତ

author img

By

Published : Jun 30, 2022, 10:15 PM IST

ମହାରାଷ୍ଟ୍ର ରାଜନୀତିରେ ଝଡ ସୃଷ୍ଟି ହୋଇଛି। ଗୋଟିଏ ପଟେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବାବେଳେ, ଅନ୍ୟ ପଟେ ଦେବେନ୍ଦ୍ର ଫଡନାଭିସ ଆଗାମୀ ରଣନୀତି ସ୍ଥିର କରିବାରେ ବ୍ୟସ୍ତ ଅଛନ୍ତି। ଏହି ରାଜନୈତିକ ସଙ୍କଟ ମଧ୍ୟରେ ଏବେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବୟାନ ସାମ୍ନାକୁ ଆସିଛି। ଅଧିକ ପଢନ୍ତୁ

ମୁଁ କହିଥିଲି ଗର୍ବ ଭାଙ୍ଗିବା ନିଶ୍ଚିତ: କଙ୍ଗନା ରଣାୱତ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଝଡ ସୃଷ୍ଟି ହୋଇଛି। ଗୋଟିଏ ପଟେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବାବେଳେ, ଅନ୍ୟ ପଟେ ଦେବେନ୍ଦ୍ର ଫଡନାଭିସ ଆଗାମୀ ରଣନୀତି ସ୍ଥିର କରିବାରେ ବ୍ୟସ୍ତ ଅଛନ୍ତି। ଏହି ରାଜନୈତିକ ସଙ୍କଟ ମଧ୍ୟରେ ଏବେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବୟାନ ସାମ୍ନାକୁ ଆସିଛି। ଅଭିନେତ୍ରୀ କଙ୍ଗନା ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରିଥିବାବେଳେ ଉଦ୍ଧବ ଠାକରେ ଏବଂ ତାଙ୍କ ସରକାରଙ୍କୁ ଅପମାନିତ କରିଛନ୍ତି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଅଭିନେତ୍ରୀ କହିଛନ୍ତି, '1975 ପରେ ଏହି ହେଉଛି ଭାରତ ଗଣତନ୍ତ୍ରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ୧୯୭୫ ରେ, ଜେପି ନାରାୟଣଙ୍କ ଆହ୍ୱାନ ସହିତ ସିଂହାସନ ଛାଡିବାକୁ ଲୋକମାନେ ଆସିଥିଲେ, ସିଂହାସନ ଥରିଗଲା । 2020 ରେ ମୁଁ କହିଥିଲି, ଗଣତନ୍ତ୍ର ହେଉଛି ଏକ ବିଶ୍ୱାସ ଏବଂ ଯିଏ କ୍ଷମତାର ଗର୍ବରେ ଏହି ବିଶ୍ୱାସକୁ ଭାଙ୍ଗେ, ସେମାନଙ୍କର ଗର୍ବ ଭାଙ୍ଗିବାଟା ନିଶ୍ଚିତ । ଦ୍ୱିତୀୟ କଥା କହିଛନ୍ତି, ହନୁମାନଙ୍କୁ ଶିବଙ୍କର ଦ୍ୱାଦଶ ଅବତାର ବୋଲି ବିବେଚନା କରାଯାଏ । ଯେତେବେଳେ ଶିବସେନା ହନୁମାନ ଚାଲିସାଙ୍କୁ ନିଷିଦ୍ଧ କରନ୍ତି, ସେତେବେଳେ ଶିବ ମଧ୍ୟ ତାଙ୍କୁ ବଞ୍ଚାଇ ପାରିବେ ନାହିଁ । ହର ହର ମହାଦେବ, ଜୟ ହିନ୍ଦ, ଜୟ ମହାରାଷ୍ଟ୍ର...। ଏହି ଭିଡିଓ ସେୟାର କରିବା ସମୟରେ କଙ୍ଗନା ଏହା ବି ଲେଖିଛନ୍ତି କି, 'ଯେତେବେଳେ ପାପ ବଢେ, ସେତେବେଳେ ବିନାଶ ହୁଏ ଏବଂ ତା’ପରେ ସୃଷ୍ଟି ହୁଏ…'।

ଏହା ବି ପଢନ୍ତୁ: Maharashtra Political Crisis: ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

ଏହା ପୂର୍ବରୁ ମଧ୍ୟ କଙ୍ଗନା ରଣାୱତଙ୍କ (Kangana Ranaut) ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେତେବେଳେ କଙ୍ଗନା ରଣାୱତଙ୍କ ମୁମ୍ବାଇ କାର୍ଯ୍ୟାଳୟ ବିଏମସି ଦ୍ୱାରା ଭଙ୍ଗା ଯାଇଥିଲା, ସେତେବେଳେ ସେ ଉଦ୍ଧବ ଠାକରେଙ୍କୁ ଜୋରଦାର ଟାର୍ଗେଟ କରିଥିଲେ । କଙ୍ଗନା କହିଥିଲେ, 'ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତୁମକୁ କ'ଣ ଲାଗୁଛି ତୁମେ ଫିଲ୍ମ ମାଫିଆ ସହ ମିଶି ମୋ ଘର ଭାଙ୍ଗି ମୋ ଠାରୁ ପ୍ରତିଶୋଧ ନେଇଛ । ଆଜି ମୋ ଘରକୁ ଭାଙ୍ଗି ଦେଇଛ, ଆସନ୍ତାକାଲି ତୁମର ଅହଂକାର ଭାଙ୍ଗିଯିବ । ଏହା ସମୟର ଚକ୍ର ମନେ ରଖିବ । ସର୍ବଦା ଏକାଭଳି ସମୟ ରୁହେନାହିଁ ।’

ଏହା ବି ପଢନ୍ତୁ: ‘ଆଜି ମୋ ଘର ଭାଙ୍ଗିଛ, କାଲି ତୁମ ଅହଂକାର ଭାଙ୍ଗିବ ଉଦ୍ଧବ ଠାକରେ’

କଙ୍ଗନା ଆହୁରି ମଧ୍ୟ କହିଥିଲେ କି, 'ମହିଳାଙ୍କୁ ଅପମାନ କରୁଥିବା ବ୍ୟକ୍ତିଙ୍କ ବିନାଶ ନିଶ୍ଚିତ ହେବ। ଇତିହାସ ସାକ୍ଷୀ ଅଛି, ରାବଣ ସୀତାଙ୍କୁ ଓ କୌରବ ଦ୍ରୌପଦୀଙ୍କୁ ଅପମାନିତ କରିଥିଲେ। ମୁଁ ସେହି ଦେବୀମାନଙ୍କ ପାଦରେ ଥିବା ଧୂଳି ସହିତ ବି ସମାନ ନୁହେଁ। କିନ୍ତୁ ମୁଁ ମଧ୍ୟ ଜଣେ ମହିଳା। ମୁଁ ମୋର ସମ୍ମାନ ପାଇଁ ଛିଡା ହୋଇଛି। ମୁଁ କାହାରି ପ୍ରତି କୌଣସି ଅନିଷ୍ଟ କରି ନାହିଁ। ମୁଁ କେବଳ ଜଣେ ମହିଳା ଭାବରେ ମୋର ସମ୍ମାନ ରକ୍ଷା କରୁଛି। କିନ୍ତୁ ମୋତେ ଅପମାନିତ କରାଯାଇଛି। ତେଣୁ ମୁଁ ଭିଡିଓ ମେସେଜ୍‌ରେ କହୁଛି- ମୋର ବିଶ୍ୱାସ ଯେତେବେଳେ ତୁମେ ଜଣେ ମହିଳାଙ୍କୁ ଅପମାନ କରୁଛ ତେବେ ତୁମର ବିନାଶକୁ କେହି ବି ରୋକି ପାରିବେ ନାହିଁ।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.