ETV Bharat / entertainment

ବିହାର ଭାଇରାଲ ବୟ ଅମରଜିତଙ୍କୁ ଭେଟିଲେ ସୋନୁ ସୁଦ୍‌, ବଲିଉଡରେ ଗାଇବାକୁ ଦେଲେ ଅଫର୍‌

author img

By

Published : Mar 1, 2023, 9:43 AM IST

ବିହାରର ଅମରଜିତ ଜୟକରଙ୍କୁ ଭେଟିଲେ ଅଭିନେତା ସୋନୁ ସୁଦ। ନିଜ ଫିଲ୍ମରେ ଗୀତ ଗାଇବାର ଦେଲେ ସୁଯୋଗ । ଅଧିକ ପଢନ୍ତୁ

ବିହାରୀ ପୁଅ ଅମରଜିତ ଜୟକରଙ୍କୁ ଭେଟିଲେ ସୋନୁ ସୁଦ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ଭେଟିଲେ ବିହାରର ଅମରଜିତ ଜୟକର । ଏହି ପରିପ୍ରେକ୍ଷୀରେ ସୋନୁ ଅମରଜିତଙ୍କ ପ୍ରଶଂସା କରିବା ସହ ନିଜ ଫିଲ୍ମରେ ଗୀତ ଗାଇବାକୁ ସୁଯୋଗ ଦେଇଛନ୍ତି । ସେ ଆହୁରି କହିଛନ୍ତି,ଏବେ ଅମରଜିତଙ୍କୁ ଉଡ଼ିବାରେ କେହି ଅଟକାଇ ପାରିବ ନାହିଁ । ବର୍ତ୍ତମାନ ଅରିଜିତ ସିଂଙ୍କ ପରି ଲୋକମାନେ ଅମରଜିତଙ୍କ ଗୀତ ଶୁଣିବେ ।

ଏନେଇ ବର୍ତ୍ତମାନ ଅମରଜିତ ମୁମ୍ବାଇର ସୋନୁ ସୁଦଙ୍କ ଘରେ ପହଞ୍ଚି ସେଠାରୁ ଏକ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘‘ସାରା ଭାରତରେ ଆଜି ମୋର ଯେତିକି ନାଁ ହୋଇଛି। ତାହା କେବଳ ଆପଣଙ୍କ ପାଇଁ ''। ଏହି ଫଟୋରେ ସୋନୁଙ୍କ ସହ ନୀଳ ରଙ୍ଗର ସାର୍ଟରେ ନଜର ଆସିଛନ୍ତି ବିହାରର ପୁଅ ଅମରଜିତ ଜୟକର । ଏଥିସହ ସୋନୁ ତାଙ୍କ କାନ୍ଧରେ ହାତ ରଖିଥିବା ବେଳେ ଅମରଜିତଙ୍କ ମୁହଁରେ ଜୀବନର ନୂଆ ଯାତ୍ରା ନେଇ ଖୁସି ଥିବା ଦେଖାଯାଇଛି ।

ସେହିପରି ଏହି ଫଟୋ ସେୟାର କରି ସୋନୁ ସୁଦ ନିଜ ଟ୍ବିଟରରେ ଲେଖିଛନ୍ତି, ବିହାରର ନାମ ଆଲୋକିତ ହେବ। ଅମରଜିତଙ୍କ ବିଷୟରେ କିଛି କହିବାକୁ ଗଲେ, ଇନଷ୍ଟାଗ୍ରାମରେ ତାଙ୍କର 14 ହଜାର ଫୋଲର୍ସ ଅଛନ୍ତି । ଅମରଜିତ ଗୀତ ଗାଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରନ୍ତି । ଫଳରେ ଯିଏ ଅମରଜିତଙ୍କ ଗୀତକୁ ପସନ୍ଦ କରନ୍ତି, ସେ ତାଙ୍କ ଗୀତରେ ଲାଇକ ଦିଅନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ସରଳ ଦେଖାଯାଉଥିବା ଅମରଜିତଙ୍କ ଚେହେରାକୁ ଦେଖନ୍ତୁ ନାହିଁ । ବାସ୍ତବରେ ସେ ସୁନ୍ଦର ଗୀତ ଗାଆନ୍ତି । ଅମରଜିତର ସ୍ବରରେ ଏକ ପରିପକ୍ବତା ଅଛି, ଯାହା ସୁପରହିଟ୍ ଗାୟକ ଅରିଜିତ ସିଂଙ୍କ ସ୍ବର ଭଳି ଅନୁଭବ କରାଇଥାଏ ।

ସୂଚନା ଥାଉ କି, 'ଗରିବଙ୍କ ମସିହା' ସୋନୁ ସୁଦ କୋରୋନା ସମୟରେ ଲୋକଙ୍କୁ ଅନେକ ସାହାଯ୍ୟ କରିଥିଲେ । ଏବଂ ସେହି କାର୍ଯ୍ୟକୁ ସେ ଆଜି ପର୍ଯ୍ୟନ୍ତ ଜାରି ରଖିଛନ୍ତି । ଏହାରି ମଧ୍ୟରେ ସେ ସୋସିଆଲ ମିଡିଆରେ ଅମରଜିତଙ୍କ ଏକ ଭିଡିଓ ଦେଖିଥିଲେ ଯେଉଁଥିରେ ସେ ନିଜର ଉଜ୍ଜଳ ସ୍ବର ସହିତ ଏକ ଗୀତ ଗାଉଥିଲେ । ଏହା ଦେଖି ଅଭିନେତା ବିଳମ୍ବ ନକରି ଅମରଜିତ ଜୟକରଙ୍କୁ ମୁମ୍ବାଇ ସ୍ଥିତ ନିଜ ଘରେ ଭେଟି ତାଙ୍କ ଫିଲ୍ମରେ ଗୀତ ଗାଇବାକୁ ଅଫର୍ ଦେଇଥିଲେ।

ସୂଚନା ଥାଉ କି, ଅମରଜିତ ଜୟକର ଜଣେ ଗାୟକ ସହ ସଙ୍ଗୀତ ଲେଖକ ମଧ୍ୟ । ସେ 17ବର୍ଷ ବୟସରେ ବିହାର idol ପ୍ରତିଯୋଗିତାରେ ବିଜେତା ହୋଇଥିଲେ । ପରେ ସେ ନିଜର ୟୁଟ୍ୟବ ୟ୍ୟାନେଲର ଖୋଲି ଗୀତ ଗାଇ ଅପଲୋଡ କରୁଥିଲେ । ପରେ ସେ ଖୁବ ଭାଇରାଲ ହେବା ସହ ବେଶ ଲୋକପ୍ରିୟତା ସାଉଁଟିପାରିଥିଲେ । ତେବେ ଏବେ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ଅଫିସିଆଲି ଅମରଜିତ ଜୟକର ହେବା ସହ ତାଙ୍କର 32 ହଜାରରୁ ଊର୍ଦ୍ଧ୍ବ ସବସ୍କ୍ରାଇବର ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.