ETV Bharat / entertainment

ଇସ୍ରାଏଲରୁ ଫେରୁଛନ୍ତି ଅଭିନେତ୍ରୀ ନୁସରତ୍ ଭରୁଚା; ଯୋଗାଯୋଗ କଲା ଦୂତାବାସ

author img

By ETV Bharat Odisha Team

Published : Oct 8, 2023, 9:14 AM IST

Updated : Oct 8, 2023, 11:07 AM IST

ଇସ୍ରାଏଲରେ ଫସିଛନ୍ତି ଅଭିନେତ୍ରୀ ନୁସରତ ଭରୁଚା । କାଲିଠୁ ତାଙ୍କ ସହ ଯୋଗାଯୋଗ ହୋଇପାରିନଥିବା ଖବର ଆସିଥିବା ବେଳେ ଏବେ ସେ ଭାରତ ଫେରୁଥିବା ସୂଚନା ମିଳୁଛି । ଅଧିକ ପଢନ୍ତୁ

ଇସ୍ରାଏଲରେ ଫସିଛନ୍ତି ଅଭିନେତ୍ରୀ ନୁସରତ୍ ଭରୁଚା

ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଘନଘଟା ଭିତରେ ବଲିଉଡରୁ ବିଳଚିତ କଲାଭଳି ଖବର ସାମ୍ନାକୁ ଆସିଛି । ଦୁଇ ଦେଶର ଘମାଘୋଟ ଲଢେଇ ଚାଲିଥିବା ବେଳେ ବଲିଉଡ ଅଭିନେତ୍ରୀ ନୁସରତ୍ ଭରୁଚା ଇସ୍ରାଏଲରେ ଫସି ରହିଛନ୍ତି । ତାଙ୍କ ଟିମ୍‌ର ଜଣେ ସଦସ୍ୟ ଏ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଦୁର୍ଭାଗ୍ୟବଶତଃ ନୁସରତ୍ ଇସ୍ରାଏଲରେ ଫସି ରହିଛନ୍ତି । ହାଇଫା ଇଣ୍ଟରନ୍ୟାସନାଲ ଫିଲ୍ଟ ଫେଷ୍ଟିଭାଲରେ ଯୋଗ ଦେବାକୁ ସେ ଇସ୍ରାଏଲ ଯାଇଥିଲେ । ଶନିବାର ପୂର୍ବାହ୍ନରୁ ତାଙ୍କ ସହିତ ଯୋଗାଯୋଗ ହୋଇପାରୁନି । ତେବେ ପ୍ରାପ୍ତ ସଦ୍ୟ ସୂଚନା ଅନୁସାରେ, ଅଭିନେତ୍ରୀ ନୁସରତ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ଏବଂ ସେ ଭାରତ ଫେରିବା ପାଇଁ ଇସ୍ରାଏଲ ଏୟାରପୋର୍ଟରେ ପହଞ୍ଚିଛନ୍ତି ।

ନୁସରତ୍‌ଙ୍କ ଟିମ୍ ମେମ୍ବର କହିଥିଲେ ଯେ, "ଶନିବାର ସକାଳୁ ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ ପରେ ମୁଁ ପୂର୍ବାହ୍ନ ସାଢେ ୧୨ ସମୟରେ ନୁସରତ୍‌ଙ୍କ ସହ ଯୋଗାଯୋଗ କରିଥିଲି । ସେତେବେଳେ ସେ ବେସ୍‌ମେଣ୍ଟରେ ସୁରକ୍ଷିତ ଥିବା କଥା ଜଣାଇଥିଲେ । ହେଲେ ଏହା ପରଠୁ ତାଙ୍କ ସହିତ ଆଉ ଯୋଗାଯୋଗ ହୋଇପାରୁନି । ଅଭିନେତ୍ରୀଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବାକୁ ଆମେ ଚେଷ୍ଟା କରୁଛୁ ।"

ଏହାମଧ୍ୟ ପଢନ୍ତୁ: Hamas Attack On Israel: ହମାସ୍ ଆକ୍ରମଣରେ ଇସ୍ରାଏଲରେ ୩୦୦ରୁ ଅଧିକ ମୃତ, ଭାରତ-ଆମେରିକାର ସମର୍ଥନ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପାଲେଷ୍ଟାଇନର ହମାସ୍‌ ଆତଙ୍କବାଦୀ ଗୋଷ୍ଠୀ ଶନିବାର ସକାଳୁ ଇସ୍ରାଏଲ ଉପରେ ଅଚାନକ ଘନ ଘନ ରକେଟ ମାଡ଼ କରିଥିଲା । ଗାଜା ଷ୍ଟ୍ରିପ୍‌ରୁ ୫୦୦୦ରୁ ଅଧିକ ରକେଟ ବର୍ଷା କରିବା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସ୍ଥିତ ଘନେଇଛି । ଏହି ଆକ୍ରମଣରେ ଇସ୍ରାଏଲରେ ୩୦୦ରୁ ଅଧିକ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକେ ଆହତ ହୋଇଛନ୍ତି । ସେହିପରି ଶତାଧିକ ନାଗରିକ ଓ ଇସ୍ରାଏଲ ଯବାନଙ୍କୁ ହମାସ୍ ଆତଙ୍କବାଦୀ ପଣବନ୍ଦୀ କରି ରଖିଛନ୍ତି ।

ହମାସର ପ୍ରଚଣ୍ଡ ଆକ୍ରମଣର ଜବାବରେ ପାଲେଷ୍ଟାଇନ ବିରୋଧରେ ଯୁଦ୍ଧ ଘୋଷଣା କରିଛି ଇସ୍ରାଏଲ । ଶତ୍ରୁଙ୍କୁ କଡା ଜବାବ ଦିଆଯିବ ଏବଂ ଏହି ଆକ୍ରମଣ ପାଇଁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି । ଫଳରେ ହମାସ୍ ଆକ୍ରମଣର କିଛି ଘଣ୍ଟା ମଧ୍ୟରେ ଗାଜା ପଟି ଉପରେ ଇସ୍ରାଏଲ ସେନା ମଧ୍ୟ ପ୍ରଚଣ୍ଡ ଆକ୍ରମଣ କରିଥିଲା । କ୍ଷେପଣାସ୍ତ୍ର ମାଡ଼ ସହ ଇସ୍ରାଏଲ ବାୟୁସେନାର ଏୟାର ଷ୍ଟ୍ରାଇକରେ ୧୯୮ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ହଜାରରୁ ଅଧିକ ଆହତ ହୋଇଥିଲେ ।

Last Updated : Oct 8, 2023, 11:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.