ETV Bharat / entertainment

ବିଜୟକାନ୍ତଙ୍କ ନିଧନ; ଶୋକବ୍ୟକ୍ତ କଲେ ବଲିଉଡରୁ ସାଉଥ ସେଲିବ୍ରିଟି - Vijayakanth Passes Away

Vijayakanth Passes Away: ଅଭିନେତା ତଥା ଡିଏମଡିକେ ସଭାପତି ବିଜୟକାନ୍ତ । କୋରୋନାରେ ଆକ୍ରାନ୍ତ ହୋଇ ଆଜି ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସାଉଥ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ବିଜୟକାନ୍ତଙ୍କ ନିଧନ; ଶୋକବ୍ୟକ୍ତ କଲେ ବଲିଉଡରୁ ସାଉଥ ସେଲିବ୍ରିଟି

author img

By ETV Bharat Odisha Team

Published : Dec 28, 2023, 9:57 PM IST

ହାଇଦ୍ରାବାଦ: ଦୁନିଆକୁ ଅଲବିଦା କହିଛନ୍ତି ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ତାରକା ତଥା ଡିଏମଡିକେ ସଭାପତି ବିଜୟକାନ୍ତ । କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଅଭିନେତା । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ସାଉଥ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ବଲିଉଡରୁ ସାଉଥ ଅନେକ ସେଲିବ୍ରିଟି ଅଭିନେତାଙ୍କ ଦେହାନ୍ତରେ ଶୋକପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଚଳୀ ଦେଇଛନ୍ତି ।

  • எனது அன்பிற்கினிய சகோதரர், தேசிய முற்போக்குத் திராவிட கழகத்தின் நிறுவனத் தலைவர், தமிழ் சினிமாவின் தனித்துவம் மிக்க நடிகர், கேப்டன் என்று அனைவராலும் அன்பு பாராட்டப்பட்ட விஜயகாந்த் அவர்களின் மறைவுச் செய்தி மிகுந்த துயரத்தைத் தருகிறது.

    தன் ஒவ்வொரு செயலிலும் மனிதநேயத்தைக்…

    — Kamal Haasan (@ikamalhaasan) December 28, 2023 " class="align-text-top noRightClick twitterSection" data=" ">

ସାଉଥ ଅଭିନେତା କମଲ ହାସନ ବିଜୟକାନ୍ତଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି । ସେ ଏକ୍ସରେ ପୋଷ୍ଟ ସେୟାର କରି ଲେଖିଛନ୍ତି, ମୋର ପ୍ରିୟ ଭାଇ, ନ୍ୟାସନାଲ ଆସୋସିଏସନ ଅଫ ଇଣ୍ଡିଆନ ସିନେମାର ସଭାପତି, ତାମିଲ ସିନେମାର ପ୍ରତି୍ଠିତ ଅଭିନେତା ଏବଂ କ୍ୟାପଟେନ ବିଜୟକାନ୍ତଙ୍କୁ ସମସ୍ତେ ଭଲ ପାଉଥିଲେ । ସେ ସବୁକାମରେ ଆତ୍ମବିଶ୍ବାସର ଆପଣାଇ ଜିତୁଥିଲେ । ବିନା ଭୟରେ ସେ ସାହାସର ସହ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ ଅଟେ । ସିନେମା, ରାଜନୀତି, କ୍ରାନ୍ତିକାରୀ କଳାକାର ଭାବେ ବିଜୟକାନ୍ତ ସବୁବେଳେ ଆମ ସ୍ମୃତିରେ ରହିବେ ।

  • Saddened to learn about Vijayakanth Garu's passing. A true powerhouse in both cinema and politics. May his soul find eternal peace. My thoughts are with his family and friends.

    — Jr NTR (@tarak9999) December 28, 2023 " class="align-text-top noRightClick twitterSection" data=" ">

ଜୁନିଅର ଏନଟିଆର ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ଏକ୍ସରେ ଲେଖିଛନ୍ତି, 'ବିଜୟକାନ୍ତ ଭାଇଙ୍କ ବିଷୟରେ ଜାଣି ବହୁତ ଦୁଃଖ ଲାଗିଲା । ସିନେମା ଏବଂ ରାଜନୀତି ସେ ଜଣେ ପାୱାରହାଉସ ଥିଲେ । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ । ଏ ବଂ ତାଙ୍କ ପରିବାରକୁ ମୁଁ ସମବେଦନା ଜଣାଉଛି ।' ସେହିପରି ସାଉଥ ଅଭିନେତା ବିକ୍ରମ ଲେଖିଛନ୍ତି, 'ବିଜୟକାନ୍ତଙ୍କ ଦେହାନ୍ତ ବହୁତ ଦୁଃଖଦାୟକ । ଆମେ ସର୍ବଦା ଆପଣଙ୍କୁ ମନେ ରଖିବୁ ।'

  • Saddened to hear the passing of one of the most loving and caring beings ever. We will miss you Captain!! #RIP

    — Vikram (@chiyaan) December 28, 2023 " class="align-text-top noRightClick twitterSection" data=" ">

ସେହିପରି ବଲିଉଡ ଅଭିନେତା ସୋନୁ ସୁଦ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ଲେଖିଛନ୍ତି, 'କାଲାଜଗର, ମୋର ପ୍ରଥମ ଫିଲ୍ମ ଥିଲା । ଯେଉଁଥିରେ ମୋତେ ଦିବଙ୍ଗତ ଅଭିନେତା ବିଜୟକାନ୍ତ ସାରଙ୍କ ସହ କାମ କରିବାର ସୁଯୋଗ ମିଳିଥିଲା । ମୋର କ୍ୟାରିଆର ତାଙ୍କର ଉପହାର । ଆପଣଙ୍କୁ ବହୁତ ମନେ ପକାଇବି । ଆପଣଙ୍କ ଆତ୍ମାକୁ ଶାନ୍ତି ମିଳୁ ।' ଅନୟ ସେଲିବ୍ରିଟିମାନେ ମଧ୍ୟ ଅଭିନେତାଙ୍କ ବିଯୋଗରେ ଗଭୀର ଶୋକପ୍ରକାଶ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।

  • “Kallazgar “ my first film ever , was a gift from the legend “ VIJAYKANTH” sir.. He came across this still of mine and in no time I was filming with him.. I owe my career to him .. Will miss you so much sir. RIP CAPTAIN 💔 pic.twitter.com/Zb4kaipBtV

    — sonu sood (@SonuSood) December 28, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: ଅଭିନେତା ତଥା ଡିଏମଡିକେ ମୁଖ୍ୟ ବିଜୟକାନ୍ତଙ୍କ ପରଲୋକ

ତାମିଲ ଚଳଚ୍ଚିତ୍ରର ଜଣେ ଜଣାଶୁଣା ଅଭିନେତା ହେଉଛନ୍ତି ବିଜୟକାନ୍ତ । ଚଳଚ୍ଚିତ୍ରରେ ସେ ସୈନ୍ୟ ଭୂମିକାରେ ବଳିଷ୍ଠ ଅଭିନୟ କରିଥିବାରୁ ତାଙ୍କୁ କ୍ୟାପଟେନର ଆଖ୍ୟା ଦିଆଯାଇଥିଲା । ସିନେମାରେ ଜଣେ ସଫଳ ଅଭିନେତା ହୋଇଥିବା ବେଳେ ରାଜନୀତିରେ ମଧ୍ୟ ସେ ବିଜ୍ଞ । 2005 ମସିହାରେ ସେ ଡିଏମଡିକେ ଦଳ ଗଠନ କରି ରାଜନୀତିରେ ପ୍ରବେଶ କରିଥିଲେ । ପ୍ରଥମ ଥର ପାଇଁ ଡିଏମଡିକେ ଦଳ 2006 ତାମିଲନାଡୁ ବିଧାନସଭା ନିର୍ବାଚନରେ ଲଢିଥିଲା । ସ୍ବାଧୀନ ଭାବରେ ନିର୍ବାଚନ ଲଢି ଏକାଧିକ ଆସନରେ ବିଜୟୀ ମଧ୍ୟ ହୋଇଥିଲା । 2011 ତାମିଲନାଡୁ ବିଧାନସଭା ନିର୍ବାଚନରେ ଡିଏମଡିକେ ଓ ଏଆଇଏଡିଏମକେ ମେଣ୍ଟ ଗଠନ କରିଥିଲେ । ବିଜୟକାନ୍ତ ବିରୋଧୀ ଦଳର ନେତା ହୋଇଥିଲେ । ତାଙ୍କର ମୃତ୍ୟୁରେ ବରିଷ୍ଠ ରାଜନେତା ଓ ବହୁ ଅଭିନେତା ଶୋକବ୍ୟକ୍ତ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.