ETV Bharat / entertainment

ପରିଣୀତି ନୁହେଁ, ରାଜନୀତି ପ୍ରସଙ୍ଗରେ ପ୍ରଶ୍ନ କରନ୍ତୁ: ରାଘବ ଚଢା

author img

By

Published : Mar 24, 2023, 7:45 PM IST

ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ ସାଂସଦ ରାଘବ ଚଢା ଏକାଠି ନଜର ଆସିବା ନେଇ ପ୍ରତିକ୍ରିୟା ରଖିଛନ୍ତି ରାଘବ । ପରିଣୀତିଙ୍କ ସମ୍ପର୍କରେ ପ୍ରଶ୍ନ ପଚାରିବାରୁ ହସି ହସି ଏପରି ଉତ୍ତର ଦେଲେ ରାଘବ । ଅଧିକ ପଢ଼ନ୍ତୁ

raghav chada response on viral video
ପରିଣୀତି ଓ ରାଘବଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ ସାଂସଦ ରାଘବ ଚଢାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ କଥା ଉଠିଛି । ପରିଣୀତି ସାଂସଦ ରାଘବ ଚଢାଙ୍କ ସହ ଲଞ୍ଚ ଓ ଡିନର ଡେଟରେ ନଜର ଆସିଥିଲେ । ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେବାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚା ନେଇ ପ୍ରତିକ୍ରିୟା ରଖିଛନ୍ତି ଆପ ସାଂସଦ ରାଘବ ଚଢା ।

ଶୁକ୍ରବାର ସଂସଦରୁ ବାହାରକୁ ଆସୁଥିବା ବେଳେ ସାଂସଦ ରାଘବ ଚଢାଙ୍କୁ ପରିଣୀତି ଚୋପ୍ରା ଏବଂ ତାଙ୍କ ସମ୍ପର୍କ ନେଇ ପ୍ରଶ୍ନ କରାଯାଇଥିଲା । ପ୍ରଥମେ ସେ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡାଇ ଦେବାକୁ ଚେଷ୍ଟା କରିଥିଲେ । ଏହାପରେ ହସିହସି ଉତ୍ତର ଦେଇଥିଲେ, "ଆପଣ ମୋତେ ରାଜନୀତି ପ୍ରସଙ୍ଗରେ ପ୍ରଶ୍ନ ପଚାରନ୍ତୁ, ପରିଣୀତି ବିଷୟରେ ନୁହେଁ ।" ରାଘବଙ୍କ ଏହି ଉତ୍ତର ଗଣମାଧ୍ୟମ ପ୍ରତିନିଧିଙ୍କୁ ସନ୍ତୁଷ୍ଟ କରିନଥିଲା । ତେଣୁ ରାଘବଙ୍କ ବିବାହ ନେଇ ସେମାନେ ପ୍ରଶ୍ନ କରିଥିଲେ । ଏହି ପ୍ରଶ୍ନରେ ରାଘବ ହସି ହସି କହି କହିଛନ୍ତି ଯେ, " ସମୟ ଆସିଲେ ସମସ୍ତଙ୍କୁ କହିବି । ଯେବେ ବିବାହ ପାଇଁ ନିଷ୍ପତ୍ତି ନେବି ସେତେବେଳେ ସମସ୍ତେ ଜାଣିବେ ।" ଏହାପରେ ପ୍ରତିନିଧି ଜଣକ ପରିଣୀତି ଏବଂ ତାଙ୍କୁ ନେଇ ହେଉଥିବା ଚର୍ଚ୍ଚା ସତ ନା ମିଛ ପଚାରିବାରୁ ରାଘବ କୌଣସି ଉତ୍ତର ଦେଇନଥିଲେ । ତେବେ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ମଧ୍ୟରେ ସେପରି କୌଣସି ସମ୍ପର୍କ ଅଛି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଉଭୟେ ଏନେଇ ବ୍ୟକ୍ତିଗତ ଭାବେ ସ୍ପଷ୍ଟୀକରଣ ଦେଇନାହାନ୍ତି ।

ପ୍ରକାଶ ଥାଉକି, ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ ସାଂସଦ ରାଘବ ଚଢା ମୁମ୍ବାଇ ସ୍ଥିତ ଏକ ରେସ୍ତୋରାଁରୁ ଏକା ସାଙ୍ଗରେ ବାହାରିଥିଲେ । ଏଥିସହ ଗୋଟିଏ ଗାଡ଼ିରେ ମଧ୍ୟ ଯାଇଥିଲେ । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁହେଁ ଡିନର ଏବଂ ଲଞ୍ଚ୍‌ ଡେଟ୍‌ରେ ନଜର ଆସିଛନ୍ତି । ଦୁଇ ଦୁଇ ଥର ଉଭୟେ ଏକାଠି ନଜର ଆସିବା ପରେ ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ହେଉଛି । ଗତ ଜାନୁଆରୀ ମାସରେ ପରିଣୀତି ଚୋପ୍ରା ଓ ରାଘବ ଚଢାଙ୍କୁ ଇଣ୍ଡିଆ ୟୁକେ ଆଉଟଷ୍ଟାଣ୍ଡିଂ ଆଚିଭର ଅନର୍ସ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଠାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ ହୋଇଥିବା ଚର୍ଚ୍ଚା ଜୋର ଧରିଛି । ତେବେ ଦୁହେଁ ଦୁହିଁଙ୍କୁ ଡେଟ କରୁଥିବା କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.