ETV Bharat / entertainment

ଝିଅ ବାହାଘରରେ ପୂର୍ବ ପତ୍ନୀଙ୍କୁ କିସ୍ କଲେ ଆମୀର, ୟୁଜର୍ସ ଦେଲେ ଏମିତି କମେଣ୍ଟ - କିରଣଙ୍କୁ କିସ୍ କଲେ ଆମୀର

Aamir Khan Kisses Ex-Wife: ଇରା ଖାନ ଓ ନୁପୁର ଶିଖରଙ୍କ ବିବାହ ହୋଇଛି । ଏହି ଅବସରରେ ଗୋଟିଏ ଫେମରେ ନଜର ଆସିଲେ ପୁରା ଖାନ ପରିବାର । ଏହି ସମୟର ଏକ ଭିଡିଓ ଏବେ ଭାଇରାଲ ହେଉଛି । ଯେଉଁଥିରେ ଆମୀର ପୂର୍ବ ପତ୍ନୀ କିରଣ ରାଓଙ୍କୁ କିସ୍ କରୁଥିବା ନଜର ଆସିଛନ୍ତି । ଅଧିକ ପଢନ୍ତୁ

ଲାଡଲିଙ୍କ ବିବାହରେ ପୂର୍ବ ପତ୍ନୀ କିରଣଙ୍କୁ କିସ୍ କଲେ ଆମୀର, ୟୁଜର୍ସ ଦେଲେ ଏମିତି କମେଣ୍ଟ

author img

By ETV Bharat Odisha Team

Published : Jan 4, 2024, 11:08 AM IST

ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ଆମୀର ଖାନଙ୍କ ଲାଡଲି ଇରା ଖାନ ଏବଂ ନୂପୁର ଶିଖରେଙ୍କ ବିବାହ ମୁମ୍ବାଇରେ ଆୟୋଜିତ ହୋଇଥିଲା । ଉଭୟ ପରିବାର ଏବଂ ସାଙ୍ଗସାଥୀଙ୍କ ଉପସ୍ଥିତିରେ କୋର୍ଟ ମ୍ୟାରେଜ କରିଛନ୍ତି । ଏହାପରେ ସନ୍ଧ୍ୟାରେ ରିସ୍ପେସନ ପାର୍ଟି ମଧ୍ୟ ଆୟୋଜିତ କରାଯାଇଥିଲା । ଏଥିରେ ଆମୀର ଗୋଟିଏ ଫେମରେ ଉଭୟ ପୂର୍ବ ପତ୍ନୀ ରୀନା ଦତ୍ତା ଏବଂ କିରଣ ରାଓଙ୍କ ସହ ନଜର ଆସିଥିଲେ । ଏହି ସମୟରେ ଆମୀର ନିଜ ପୂର୍ବ ପତ୍ନୀ କିରଣଙ୍କୁ ସମସ୍ତଙ୍କ ଉପସ୍ଥିତିରେ କିସ୍ କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

ଜାନୁଆରୀ ୩ରେ ଭିନ୍ନ ଶୈଳୀରେ ନୂପୁର ଏବଂ ଇରା ବିବାହ କରିଛନ୍ତି । ଆମୀର ଖାନ ଏବଂ ରୀନା ଦତ୍ତାଙ୍କ ଝିଅ ଇରା ଖାନଙ୍କ ବିବାହରେ ଅଭିନେତାଙ୍କ ପୂର୍ବ ପତ୍ନୀ କିରଣ ରାଓ ନିଜ ପୁଅ ଆଜାଦଙ୍କ ସହ ସାମିଲ ହୋଇଥିଲେ । ଏହାପରେ ଆୟୋଜିତ ରିସ୍ପେସନ ପାର୍ଟିରେ ଲାଡଲି ଇରା ଏବଂ ଜ୍ବାଇଁ ନୂପୁରଙ୍କ ସହ ପୁରା ପରିବାର ଏକାଠି ପୋଜ ଦେଇଥିଲେ । ଫ୍ୟାମିଲି ଫଟୋରେ ଆମୀର, ତାଙ୍କ ପୂର୍ବ ପତ୍ନୀ ରୀନା ଦତ୍ତା, ପୁଅ ଜୁନେଦ ଖାନ, ପୁଅ ଆଜାଦଙ୍କ ସହ କିରଣ ରାଓ, ଏବଂ ନୁପୁରଙ୍କ ମା' ଇରା ଏବଂ ନୁପୁରଙ୍କ ସହ ଏକାଠି ନଜର ଆସିଥିଲେ । ଏହି ସମୟରେ ଆମୀର ନିଜ ପୂର୍ବ ପତ୍ନୀ କିରଣ ରାଓଙ୍କ ଗାଲକୁ ସମସ୍ତଙ୍କ ଉପସ୍ଥିତିରେ କିସ୍ କରିଥିଲେ ।

ଆମୀର ଏବଂ କିରଣଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାପରେ ୟୁଜର୍ସ ଏହାକୁ ନେଇ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ଆମୀର ଖାନ ଏବଂ କିରଣ ରାଓଙ୍କ ଛାଡପତ୍ର ହୋଇଯାଇଥିଲା ନା ! ଆଉ ଜଣେ ଲେଖିଛନ୍ତି, ଆମୀର ଭାଇଙ୍କୁ ସଲାମ । ଆଉ ଜଣେ ଲେଖିଛନ୍ତି, ଛାଡପତ୍ର ହୋଇସାରିଛି ତ, ଏହା କ'ଣ ?

ଏହା ମଧ୍ୟ ପଢନ୍ତୁ: ଇରା-ନୁପୁରଙ୍କ ହଲଦୀ ସେରମନି, ଏକାଠି ନଜର ଆସିଲେ ଆମୀରଙ୍କ ପୂର୍ବ ପତ୍ନୀ ରୀନା-କିରଣ

ସୂଚନା ଥାଉକି, ଆମୀର ଖାନ ଏବଂ ପ୍ରଥମ ପତ୍ନୀ ରୀନା ଦତ୍ତାଙ୍କ ବିବାହ ୧୯୮୬ରେ ହୋଇଥିଲା । ୧୬ ବର୍ଷ ପରେ ଏହି ଯୋଡିଙ୍କ ୨୦୦୨ରେ ଛାଡପତ୍ର ହୋଇଥିଲା । ଏହାପରେ ଆମୀର ଏବଂ କିରଣଙ୍କ ଚଳଚ୍ଚିତ୍ର 'ଲଗାନ'ର ସେଟରେ ସାକ୍ଷାତ ହୋଇଥିଲା । ପରେ ୨୦୦୫ରେ ଉଭୟ ବିବାହ କରିଥିଲେ ଏବଂ ୨୦୨୧ରେ ଆମୀର ଏବଂ କିରଣ ଅଲଗା ହୋଇଥିଲେ । ତେବେ ଇରା ଖାନ ଏବଂ ଜୁନୈଦ ଖାନ ଆମୀର ଏବଂ ରୀନା ଦତ୍ତାଙ୍କ ପୁଅ ଝିଅ । ସେହିପରି ଆମୀର କିରଣ ରାଓଙ୍କର ଏକ ପୁଅ ଆଜାଦ ରାଓ ଖାନ ଅଛନ୍ତି, ଯିଏ ଆଇଭିଏଫ ମାଧ୍ୟମରେ ଜନ୍ମ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.