ETV Bharat / entertainment

ଇରା-ନୂପୁରଙ୍କ ରିସେପସନରେ କାହିଁକି ସାମିଲ ହେଲେନି କିରଣ ରାଓ, ସାମ୍ନାକୁ ଆସିଲା କାରଣ

Kiran Rao Not Attend Ira Khan Reception: ଆମୀର ଖାନ ଏବଂ ରୀନା ଦତ୍ତାଙ୍କ ଝିଅ ଇରା ଖାନଙ୍କ ୱେଡିଂ ରିସେପସନ ଆୟୋଜିତ ହୋଇଥିଲା । ଏଥିରେ ଆମୀରଙ୍କ ପୂର୍ବ ତଥା ଦ୍ବିତୀୟ ପତ୍ନୀ କିରଣ ରାଓ ସାମିଲ ହୋଇନଥିଲେ । ସେ କାହିଁକି ସାମିଲ ହୋଇନଥିଲେ ଜାଣନ୍ତୁ କାରଣ

author img

By ETV Bharat Odisha Team

Published : Jan 14, 2024, 5:50 PM IST

କାହିଁକି ଇରା-ନୂପୁରଙ୍କ ୱେଡିଂ ରିସେପସନରେ ସାମିଲ ହେଲେନି କିରଣ ରାଓ?

ହାଇଦ୍ରାବାଦ: ଆମୀର ଖାନଙ୍କ ଝିଅ ଇରା ଖାନ ନୂପୁର ଶିଖରେଙ୍କୁ ବିବାହ କରିଛନ୍ତି । ଜାନୁଆରୀ ୩ରେ କୋର୍ଟ ମ୍ୟାରେଜ ପରେ ଜାନୁଆରୀ ୧୦ରେ ଉଦୟପୁରରେ ଉଭୟ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କରିଛନ୍ତି । ଏହା ପରେ ଜାନୁଆରୀ ୧୩ରେ ଉଭୟଙ୍କ ୱେଡିଂ ରିସେପସନ ଗ୍ରାଣ୍ଡ ସମାରୋହରେ ଆୟୋଜିତ ହୋଇଥିଲା । ତେବେ ଏହି ସମାରୋହରେ ଅନେକ ସେଲିବ୍ରିଟିଙ୍କ ସମେତ ରାଜନେତା, ଶିଳ୍ପପତି ସାମିଲ ହୋଇଥିଲେ । ହେଲେ ଏହି ସମାରୋହରେ ଆମୀରଙ୍କ ପୂର୍ବ ତଥା ଦ୍ବିତୀୟ ପତ୍ନୀ କିରଣ ରାଓ ସାମିଲ ହୋଇନଥିଲେ ।

କିରଣ ରାଓ ଇରା ଖାନଙ୍କ ବିବାହର ସମସ୍ତ କାର୍ଯ୍ୟକ୍ରମରେ ପୂର୍ବରୁ ସାମିଲ ହୋଇଥିଲେ । ମୁମ୍ବାଇରେ କୋର୍ଟ ମ୍ୟାରେଜ ଠାରୁ ଆରମ୍ଭ କରି ଉଦୟପୁରରେ ରୀତିନୀତିରେ ବିବାହରେ ମଧ୍ୟ ନିଜ ପୁଇ ଆଜାଦଙ୍କ ସହ ସାମିଲ ହୋଇଥିଲେ । କିନ୍ତୁ ମୁମ୍ବାଇର ରିସେପସନ ପାର୍ଟିରେ କିରଣ ରାଓଙ୍କୁ ଦେଖିବାକୁ ମିଳିନଥିଲା । ଏହି ସମୟରେ ଇରାଙ୍କ ରିସେପସନର ଅନେକ ଭିଡିଓ ସାମ୍ନାକୁ ଆସିଥିବା ବେଳେ ଏଥିରେ କିରଣଙ୍କୁ ନ ଦେଖି ୟୁଜର୍ସ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେବା ସହ କଳ୍ପନାଜଳ୍ପନା କରୁଛନ୍ତି । ଏହାରି ମଧ୍ୟରେ କିରଣ କାହିଁକି ପାର୍ଟିରେ ସାମିଲ ହୋଇନଥିଲେ । ତାହାର କାରଣ ସାମ୍ନାକୁ ଆସିଛି ।

ବିବାହ ପରି ରିସେପସନରେ ମଧ୍ୟ ଇରା-ନୂପୁର ପୁରା ପରିବାର ସହ ମଞ୍ଚରେ ଗୋଟିଏ ଫ୍ରେମରେ ନଜର ଆସିଥିଲେ । ସମସ୍ତେ ପ୍ୟାପଙ୍କୁ ଏକାଠି ପୋଜ ଦେଇଥିଲେ । ଏହି ସମୟରେ ଆମୀର ଖାନଙ୍କୁ ଯେତେବେଳେ ପଚରାଗଲା ଯେ, କିରଣ ରାଓ କାହିଁକି ଏଥିରେ ସାମିଲ ହୋଇନାହାନ୍ତି । ସେ ଏହାର ଉତ୍ତରରେ କହିଛନ୍ତି ଯେ, କିରଣ ଜୀ ଅସୁସ୍ଥତା କାରଣରୁ ଏଠାରେ ସାମିଲ ହୋଇପାରିନାହାନ୍ତି । ସେ ଜ୍ବରରେ ଆକ୍ରାନ୍ତ ହୋଇଥିବାରୁ ସେ ଏହି ପାର୍ଟିରେ ଯୋଗ ଦେଇପାରିନାହାଁନ୍ତି । ଏଥିସହ ସେ ଏହି ସମୟରେ ତାଙ୍କ ଆଗାମୀ ନୂଆ ଫିଲ୍ମର ଟିମ ସହ ମଧ୍ୟ ସମସ୍ତଙ୍କୁ ପରିଚିତ କରାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମୁମ୍ବାଇରେ ଇରା-ନୂପୁରଙ୍କ ଗ୍ରାଣ୍ଡ ୱେଡିଂ ରିସେପସନ; ଫ୍ୟାମିିଲି ସହ ଗୋଟିଏ ଫ୍ରେମରେ ନବଦମ୍ପତି

ସୂଚନା ଥାଉ କି, ଆମୀର ଖାନ ରୀନା ଦତ୍ତାଙ୍କୁ ଛାଡପତ୍ର ଦେବା ପରେ ଆମୀର କିରଣ ରାଓଙ୍କୁ ବିବାହ କରିଥିଲେ । ଇରା ଖାନ ଆମୀର ଖାନ ଏବଂ ତାଙ୍କର ପ୍ରଥମ ପତ୍ନୀ ରୀନା ଦତ୍ତାଙ୍କ ଝିଅ ଏବଂ ଜୁନୈଦ ଖାନ ରୀନା ଦତ୍ତାଙ୍କ ପୁଅ ଏବଂ ଆଜାଦ ରାଓ ଖାନ ଆମୀର ଏବଂ କିରଣଙ୍କ ଏକମାତ୍ର ପୁଅ । ତେବେ ମୁମ୍ବାଇରେ ଇରା-ନୂପୁରଙ୍କ କୋର୍ଟ ମ୍ୟାରେଜ ସମୟରେ କିରଣ ନଜର ଆସିଥିଲେ । ସମସ୍ତେ ଏକାଠି ଫ୍ୟାମିଲି ଫଟୋ ମଧ୍ୟ କ୍ଲିକ କରିଥିଲେ । ଏହି ସମୟରେ ଆମୀର ତାଙ୍କୁ ସମସ୍ତଙ୍କ ଆଗରେ କିସ୍ କରି ଚର୍ଚ୍ଚାରେ ରହିଥିଲେ । ଏହା ପରେ କିରଣ, ଆଜାଦ ଏବଂ ଆମୀର ଉଦୟପୁରରେ ଇରା-ନୂପୁରଙ୍କ ସଙ୍ଗୀତ ସମାରୋହରେ ଗୀତ ଗାଇ ସମସ୍ତଙ୍କ ମନ ଜିତିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.