ETV Bharat / entertainment

Oscars 2024: ପ୍ରଥମ ଭାରତୀୟ ଫିଲ୍ମ ଭାବେ ଏଣ୍ଟ୍ରି କଲା ‘୨୦୧୮ ଏଭ୍ରିୱାନ ଇଜ୍ ଏ ହିରୋ’ - ମାଲାୟାଲମ୍ ଫିଲ୍ମ ୨୦୧୮ ଏଭ୍ରିଓ୍ବାନ ଇଜ୍ ଏ ରିୟଲ ହିରୋ

ଓସ୍କାର ଆଓ୍ଵାର୍ଡ ୨୦୨୪ ରେସ୍‌ରେ ମାଲାୟାଲମ୍ ଫିଲ୍ମ । ଭାରତ ପକ୍ଷରୁ ମାଲାୟାଲମ୍ ଫିଲ୍ମ ‘୨୦୧୮: ଏଭ୍ରିଓ୍ବାନ ଇଜ୍ ଏ ରିୟଲ ହିରୋ’ ଓସ୍କାର ଆଓ୍ଵାର୍ଡ ୨୦୨୪ ପାଇଁ ମନୋନୀତ ହୋଇଛି । ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ ଏହା ଘୋଷଣା କରିଛି । ଅଧିକ ପଢନ୍ତୁ

୨୦୧୮ ଏଭ୍ରିୱାନ ଇଜ୍ ଏ ହିରୋ
୨୦୧୮ ଏଭ୍ରିୱାନ ଇଜ୍ ଏ ହିରୋ
author img

By ETV Bharat Odisha Team

Published : Sep 28, 2023, 12:35 PM IST

ହାଇଦ୍ରାବାଦ: ଚଳିତବର୍ଷ ପାଇଁ ଓସ୍କାର ଦୌଡରେ ସାମିଲ ହୋଇଛି ମଲାୟାଲମ୍ ଫିଲ୍ମ ‘୨୦୧୮: ଏଭ୍ରିଓ୍ବାନ ଇଜ୍ ଏ ରିୟଲ ହିରୋ’ । ଓସ୍କାର 2024ରେ ମାଲାୟାଲମ ଫିଲ୍ମ ‘2018’କୁ ଭାରତ ପକ୍ଷରୁ ପଠାଯିବ । ଏନେଇ ଫିଲ୍ମ ଫେଡେରେସନ ଅଫ୍‌ ଇଣ୍ଡିଆ ଘୋଷଣା କରିଛନ୍ତି । କେରଳର ପ୍ରଳୟଙ୍କାରୀ ବନ୍ୟାକୁ ନେଇ ଗତିଶୀଳ ହୋଇଛି ଚଳଚ୍ଚିତ୍ରର କାହାଣୀ । ଏହି ଚଳଚ୍ଚିତ୍ରରେ ପ୍ରାକୃତିକ ବିପର୍ଯ୍ୟୟ ଉପରେ ମାନବ ବିଜୟର ଚିତ୍ର ରହିଛି ।

  • " class="align-text-top noRightClick twitterSection" data="">

ଫିଲ୍ମ ‘୨୦୧୮’ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ କାଟାଗୋରୀରେ ଓସ୍କାର୍‌ ପୁରସ୍କାର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବ । କହି ରଖୁଛୁ, ୨୦୦୨ରେ ଲଗାନ ପରଠାରୁ କୌଣସି ଭାରତୀୟ ଫିଚର୍ ସିନେମା ଓସ୍କାର ପାଇଁ ମନୋନୀତ ହୋଇନଥିଲେ । ଦୀର୍ଘ ୨୧ ବର୍ଷ ପରେ ଭାରତ ପାଇଁ ପୁଣି ଏହି ସୁଯୋଗ ଆଣି ଦେଇଛି ମଲାୟାଲମ୍ ଫିଲ୍ମ ‘୨୦୧୮’ । ୨୦୨୩ରେ ରିଲିଜ୍ ହୋଇଥିବା ଫିଲ୍ମ ପାଇଁ ୯୬ତମ ଓସ୍କାର ୨୦୨୪ ମାର୍ଚ୍ଚ ୧୦ରେ ଲସ୍‌ ଏଞ୍ଜେଲସରେ ଆୟୋଜିତ ହେବ । ଜୁଡେ ଆନ୍ଥାନି ଜୋସେଫଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଟୋଭିନୋ ଥୋମାସ୍, କୁଞ୍ଚାକୋ ବୋବାନ୍, ଆସିଫ୍ ଅଲି, ବିନୀତ ଶ୍ରୀନିବାସନ୍, ନାରାଅନ୍ ଏବଂ ଲାଲ ଅଭିନୟ କରିଛନ୍ତି। ‘୨୦୧୮: ଏଭ୍ରିଓ୍ବାନ ଇଜ୍ ଏ ରିୟଲ ହିରୋ’ ଚଳିତ ବର୍ଷ ମେ' ମାସରେ ମୁକ୍ତିଲାଭ କରିଥିଲା । ବକ୍ସ ଅଫିସରେ ସିନେମାକୁ ଜବରଦସ୍ତ ପ୍ରତିକ୍ରିୟା ମିଳିଥିଲା। ମାଲୟାଲମ ସିନେମା ଜଗତରେ ଏହା ସବୁଠାରୁ ଅଧିକ ରୋଜଗାର କରିଥିଲା ।

ଏହା ମଧ୍ୟ ପଢନ୍ତୁ: ପ୍ରଥମ ଭାରତୀୟ ଫିଚର ଡକ୍ୟୁମେଣ୍ଟାରୀ ଫିଲ୍ମ ଭାବେ Writing With Fire ଓସ୍କାର ପାଇଁ ମନୋନୀତ

ଓସ୍କାର 2024 ପାଇଁ ମାଲାୟାଲମ୍ ଚଳଚ୍ଚିତ୍ର '2018' ଚୟନ କରିବା ପୂର୍ବରୁ ଦ କେରଳ ଷ୍ଟୋରୀ (ହିନ୍ଦୀ), ରକି ଔର ରାନୀ କି ପ୍ରେମ କାହାଣୀ, ମିସେସ୍‌ ଚାଟାର୍ଜୀ ଭର୍ସେସ ନରୱେ (ହିନ୍ଦୀ), ବାଲାଗମ (ତେଲୁଗୁ), ବାଲବୀ (ମରାଠୀ) , ବାପ୍ଲୋକ (ମରାଠୀ) ଏବଂ 16 ଅଗଷ୍ଟ, 1947 (ତାମିଲ) ସହିତ 22 ଫିଲ୍ମ ଉପରେ ବିଚାର କରାଯାଇଥିଲା । ଶେଷରେ ‘୨୦୧୮: ଏଭ୍ରିଓ୍ବାନ ଇଜ୍ ଏ ରିୟଲ ହିରୋ’ ବାଜି ମାରିଲା ଏବଂ ଏହାକୁ ଭାରତ ତରଫରୁ ଓସ୍କାର 2024ରେ ଅଫିସିଆଲ ଏଣ୍ଟ୍ରି ମିଳିଛି ।

ଖୁସି ବ୍ୟକ୍ତ କଲେ କଳାକାର

ନିଜ ଖୁସି ବ୍ୟକ୍ତ କରି କଳାକାର ଟୋଭିନୋ ଥୋମାସ କହିଛନ୍ତି, "ଓସ୍କାର ପାଇଁ ମନୋନୀତ ହୋଇଥିବା ଏହି ଭାରତୀୟ ଚଳଚ୍ଚିତ୍ର ବାସ୍ତବରେ ଆମ ଚଳଚ୍ଚିତ୍ର ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତରେ ପରିଣତ ହୋଇଛି । କେବଳ ଜଣେ ଅଭିନେତା ଭାବରେ ମୋ ପାଇଁ ଏକ ଗର୍ବର ମୁହୂର୍ତ୍ତ ନୁହେଁ, ବରଂ ପୂରା ଟିମ୍‌ ପାଇଁ, ଯେଉଁମାନେ ଏହି ପରିଯୋଜନାରେ ନିଜର ହୃଦୟ ଏବଂ ପ୍ରାଣ ଲଗାଇଦେଇଛନ୍ତି ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.