ETV Bharat / entertainment

ରାମଚରଣ-ଚିରଞ୍ଜିବିଙ୍କ ପରେ ନେଟଫ୍ଲିକ୍ସ ସିଇଓଙ୍କୁ ଭେଟିଲେ ମହେଶ ବାବୁ, ସେୟାର କଲେ ଫଟୋ

author img

By ETV Bharat Odisha Team

Published : Dec 9, 2023, 2:21 PM IST

Mahesh Babu meet Netflix CEO: ନେଟଫ୍ଲିକ୍ସ ସିଇଓ ଟେଡ ସାରାଣ୍ଡୋସ ହାଇଦ୍ରାବାଦରେ ପହଞ୍ଚିବା ପରେ ସାଉଥ ତାରକା ତାଙ୍କ ସହ ସାକ୍ଷାତ କରୁଥିବା ନେଇ ଫଟୋ ସାମ୍ନାକୁ ଆସୁଛି। ରାମଚରଣ-ଚିରଞ୍ଜିବିଙ୍କ ପରେ ନେଟଫ୍ଲିକ୍ସ ସିଇଓଙ୍କୁ ଭେଟିଲେ ମହେଶ ବାବୁ । ଅଧିକ ପଢନ୍ତୁ

Mahesh Babu meet Netflix CEO
Mahesh Babu meet Netflix CEO

ହାଇଦ୍ରାବାଦ: ନେଟଫ୍ଲିକ୍ସ ସିଇଓ ଟେଡ ସାରାଣ୍ଡୋସକୁ ଭେଟିଲେ ସାଉଥ ସୁପପଷ୍ଟାର ମହେଶ ବାବୁ । ଏକ କାର୍ଯ୍ୟକ୍ରମରେ ହାଇଦ୍ରାବାଦରେ ଦୁହିଁଙ୍କର ଭେଟ ହୋଇଥିବା ନେଇ ସୂଚନା ରହିଛି । ତେବେ ସାକ୍ଷାତ ସମୟର ଫଟୋକୁ ମଧ୍ୟ ମହେଶ ବାବୁ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଫଟୋକୁ ଦେଖି ସାକ୍ଷାତାକାରକୁ ନେଇ ପ୍ରଶଂସକମାନେ ମଧ୍ୟ ଉତ୍ସାହିତ ରହିଛନ୍ତି।

ଆଜି(ଶନିବାର) ସକାଳେ ମହେଶ ବାବୁ ଟେଡ ସାରାଣ୍ଡୋସଙ୍କ ସହ ସାକ୍ଷାତ ସମୟର ଦୁଇଟି ଫଟୋ ସେୟାର କରିଛନ୍ତି । ପୋଷ୍ଟ କରି ସେ ଲେଖିଛନ୍ତି, ଭିସନାରି ସିଇଓ ଏବଂ ତାଙ୍କ ଟିମ୍ ସହିତ ମନୋରଞ୍ଜନର ଭବିଷ୍ୟତ ବିଷୟରେ ଆଲୋଚନା କରିଥିଲୁ । ତେବେ ମହେଶ ବାବୁ ସେୟାର କରିଥିବା ଫଟୋରେ ମହେଶଙ୍କ ଧର୍ମପତ୍ନୀ ନମ୍ରତା ସିରୋଡକର ଏବଂ ଏସିଇ ଲେଖକ ତଥା ନିର୍ଦ୍ଦେଶକ ତ୍ରିବିକ୍ରିମ ଶ୍ରୀନିବାସ ମଧ୍ୟ ଉପସ୍ଥିତ ରହିଥିବା ଦେଖାଯାଇଛି ।

କହିରଖୁଛୁ କି, ମହେଶ ବାବୁଙ୍କ ପୂର୍ବରୁ ଚିରଞ୍ଜିବି ଏବଂ ରାମଚରଣ ମଧ୍ୟ ହାଇଦ୍ରାବାଦରେ ଟେଡ ସାରାଣ୍ଡୋସଙ୍କ ସହିତ ସାକ୍ଷାତ କରିଥିଲେ। ତେବେ ନେଟଫ୍ଲିକ୍ସ ଭଳି ଏଣ୍ଟରଟେଇମେଣ୍ଟ ପାଓ୍ବାର ହାଉସ ଚଲାଉଥିବା ଟେଡ ହାଇଦ୍ରାବାଦ ପହଞ୍ଚିବା ପରେ ଜୁନିୟର ଏଟନିଆର ତାଙ୍କୁ ନିଜ ବାସଭବନକୁ ନିମନ୍ତ୍ରଣ କରିଥିଲେ। ସେହି ସମୟର କିଛି ବିଶେଷ ମୁହୁର୍ତ୍ତର ଫଟୋକୁ ମଧ୍ୟ ଜୁନୟର ଏନଟିଆର ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ: Guntur Kaaram: ମହେଶ ବାବୁଙ୍କ ଫିଲ୍ମରେ ରହିବ କିଙ୍ଗ୍‌ ଖାନଙ୍କ କ୍ୟାମିଓ ! ବଢିଲା ଫ୍ୟାନ୍ସଙ୍କ ଉତ୍ସାହ

ସୋସିଆଲ ମିଡିଆ ପୋଷ୍ଟ ଅନୁସାରେ, ଗତକାଲି ଅର୍ଥାତ ଡିସେମ୍ବର 8 ତାରିଖରେ Jr NTR ଇନଷ୍ଟାଗ୍ରାମରେ ଟେଡଙ୍କ ସହ ଫଟୋ ସେୟାର କରିଥିବା ବେଳେ ଏହାକୁ ଦେଖି ପ୍ରଶଂସକ ମଧ୍ୟ ଖୁସି ବ୍ୟକ୍ତି କରିଥିଲେ । ଟେଡ ଏବଂ ତାଙ୍କ ଟିମକୁ ମଧ୍ୟାହ୍ନ ଭୋଜନ ପାଇଁ ଘରକୁ ନିମନ୍ତ୍ରଣ କରି ମୁଁ ବହୁତ ଖୁସୀ । ଚଳଚ୍ଚିତ୍ର ପ୍ରତି ରହିଥିବା ଭଲ ପାଇବାକି ଟେଡ ପରିପ୍ରକାଶ କରିଥିଲେ। ଏହାସହ ସୁସ୍ବାଦୁ ଖାଦ୍ୟ ଏବଂ ବାର୍ତ୍ତାଳାପ ମତେ ବହୁତ ଖୁସି ପ୍ରଦାନ କରିଛି ।

ଏହା ମଧ୍ୟ ପଢନ୍ତୁ: ରଣବୀର କପୁରଙ୍କ ଫ୍ୟାନ୍ ସାଉଥର ଏହି ସେଲିବ୍ରିଟି, ଆନିମଲ ପ୍ରି-ରିଲିଜ ଇଭେଣ୍ଟରେ ଖୁଲାସା

ମନୋରଞଜନ କ୍ଷେତ୍ରରେ ନେଟଫ୍ଲିକ୍ସକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବା ପାଇଁ ଟେଡଙ୍କୁ 2016 ମସିହାରେ ପ୍ରାଇମଟାଇମ ଏମି ପୁରସ୍କାର ମିଳିଥିଲା। ମନୋରଞ୍ଜନ ମାର୍କେଟିଂ ଏବଂ ଯୋଗାଯୋଗରେ ମହତ୍ବପୂର୍ଣ୍ଣ ଅବଦାନ ପାଇଁ ତାଙ୍କୁ 2022 ମସିହାରେ ଏଣ୍ଟରଟାଇନମେଣ୍ଟ ଅଫ ଦ ଇୟର ସମ୍ମାନରେ ସମ୍ମାନିତ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.