ETV Bharat / elections

ବିଜୟ ମହାପାତ୍ରଙ୍କୁ ଭେଟିଲେ ଦିଲୀପ ରାୟ, ବିଜେପିକୁ ଫେରିବା ନେଇ ଚର୍ଚ୍ଚା - Meeting

ପାଟକୁରାରେ ବିଜୟ ମହାପାତ୍ରଙ୍କୁ ଭେଟିଲେ ଦିଲୀପ ରାୟ । ଦୀର୍ଘଦିନର ବନ୍ଧୁଙ୍କ ପାଇଁ କରିବେ ନିର୍ବାଚନ ପ୍ରଚାର । ଏପଟେ ବିଜେପିକୁ ଫେରିବା ନ ଫେରିବା ଉପରେ ମୌନ ରହିବା ଘଟଣାକୁ ନେଇ ରାଜ୍ୟବ୍ୟାପୀ ଜୋରଦାର ଚର୍ଚ୍ଚା ଚାଲିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା
author img

By

Published : Apr 18, 2019, 6:36 PM IST

କେନ୍ଦ୍ରାପଡ଼ା: ଓଡ଼ିଶା ରାଜନୀତିରେ ଦୁଇ ଚର୍ଚ୍ଚିତ ଚେହେରା ବିଜୟ ମହାପାତ୍ର ଏବଂ ଦିଲୀପ ରାୟଙ୍କ ମଧ୍ୟରେ ଆଜି ଭେଟଘାଟ ହୋଇଛି । ବିଜୟଙ୍କ ସହ ସାକ୍ଷାତ କରିବାକୁ ଆଜି ତାଙ୍କ ପାଟକୁରା ସ୍ଥିତ ତଳକୁସୁମା ବାସଭବନ ଠାରେ ପହଞ୍ଚିଥିଲେ ଦିଲୀପ । ଯାହାପରେ ରାଉରକେଲାର ଏହି ପୂର୍ବତନ ବିଧାୟକ ପୁଣି ବିଜେପିକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା

ଦୀର୍ଘ ଦିନର ବନ୍ଧୁ ତଥା ବଡ଼ ଭାଇ(ଶ୍ରଦ୍ଧାରେ ଡାକନ୍ତି) ବିଜୟ ମହାପାତ୍ରଙ୍କ ପାଇଁ ଚଳିତ ନିର୍ବାଚନରେ ପ୍ରଚାର କରିବାକୁ ଯାଉଛନ୍ତି ଦିଲୀପ । ସେ ଏନେଇ ପୂର୍ବରୁ ବିଜୟ ମହାପାତ୍ରଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଆଜିଠାରୁ ସେ ପ୍ରଚାର କରିବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲେ ହେଁ ବ୍ୟସ୍ତତା କାରଣରୁ ସମୟ ଦେଇପାରିନାହାନ୍ତି । ତେବେ ଦିନେ ଦୁଇଦିନ ମଧ୍ୟରେ ସେ ବିଜୟଙ୍କ ସହ ପାଟକୁରା ନିର୍ବାଚନ ମଣ୍ଡଳୀରେ ବୁଲି ଭୋଟ ମାଗିବେ ବୋଲି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ବିଜୟ ମହାପାତ୍ର ଏବଂ ଦିଲୀପ ରାୟ ବିଜେଡିର ଦୁଇ ପ୍ରତିଷ୍ଠାତା ସଦସ୍ୟ । ତେବେ ବିଜେଡିରୁ ବହିଷ୍କାର ପରେ ଉଭୟେ ବିଜେପିରେ ମିଶିଥିଲେ । ହେଲେ ଗତବର୍ଷ ଦଳୀୟ ଅଣଦେଖା ଏବଂ ରାଉରକେଲା ପ୍ରତି ଅବହେଳାର କାରଣ ଦର୍ଶାଇ ଦୁଇଜଣ ଏକା ସାଙ୍ଗରେ ବିଜେପି ଛାଡ଼ିଥିଲେ । ଏପରିକି ଦିଲୀପ ରାୟ ରାଉରକେଲା ବିଧାୟକ ପଦବୀରୁ ମଧ୍ୟ ଇସ୍ତଫା ଦେଇଥିଲେ । ଏହାପରେ ସେମାନେ ବିଜେଡିକୁ ଫେରୁଥିବା ନେଇ ଜୋର ଚର୍ଚ୍ଚା ହେଲା । ଏପରିକି ଦିଲୀପ ରାୟଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା । ତେବେ ଅଙ୍କ ଛିଣ୍ଡିନଥିବାରୁ କିଛି ହୋଇପାରିଲା ନାହିଁ ।

ସମୟକ୍ରମେ ବିଜୟ ମହାପାତ୍ର ପୁଣି ବିଜେପିକୁ ଫେରିଥିବା ବେଳେ ପାଟକୁରା ବିଧାନସଭା ଟିକେଟ ହାତେଇଛନ୍ତି । ଇତିମଧ୍ୟରେ ବିଜୟଙ୍କ ପାଇଁ ଦିଲୀପ ପ୍ରଚାର ମୈଦାନକୁ ଓହ୍ଲାଇବା ଏବଂ ଏହି ଭେଟଘାଟ ପୁଣି ଚର୍ଚ୍ଚାର ଖୋରାକ ଯୋଗାଇଛି । ତେବେ ଦିଲୀପ ବିଜେପିକୁ ଫେରୁଛନ୍ତି ନାଁ ସ୍ବାଧୀନ ରହି ବିଜେପି ପ୍ରତି ସମର୍ଥନ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.