ETV Bharat / elections

ନବୀନଙ୍କୁ ନେଇ କଣ କୁହନ୍ତି ବିଜେପୁର ଜନତା... - BARGARGH

ସୁବଳଙ୍କ ପରୋଲକ ପରେ ତାଙ୍କ ପରିବାର ବିଜେଡିରେ ବିଲନ ହେବାପରେ ଦୀର୍ଘ 15ବର୍ଷ ପରେ ଏହି ଆସନରେ ଶଙ୍ଖ ଫୁଙ୍କିବାକୁ ସକ୍ଷମ ହେଲା ବିଜେଡି  ଗତବର୍ଷ ଉପ-ନିର୍ବାଚନ ଠାରୁ ବିଜେପୁର ନିର୍ବାଚନ ମଣ୍ଡଳୀ ଚର୍ଚ୍ଚାରେ ଥିବାବେଳେ ଚଳିତ ନିର୍ବାଚନରେ ଏହି ଆସନଟି ଉତ୍କଣ୍ଠା ବଢାଇଦେଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବରଗଡ
author img

By

Published : Apr 7, 2019, 11:09 AM IST

ବରଗଡ: ବଦଳିବ କି ଇତିହାସ? ବାଜି ମାରିବେକି ନବୀନ, ବଦଳି ଯିବେକି ବିଜେପୁରବାସୀ । 2019 ବିଧାନସଭା ନିର୍ବାଚନ ହେବକି ମୂକସାକ୍ଷୀ । ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି ସମଗ୍ର ରାଜ୍ୟରେ । କାରଣ ବରଗଡ ଜିଲ୍ଲା ବିଜେପୁରର ବିଧାନସଭା ଆସନରେ ଆଜି ପର୍ଯ୍ୟନ୍ତ ଯେତେ ବି ନିର୍ବାଚନ ହୋଇଛି ସବୁବେଳେ ସ୍ଥାନୀୟ ନେତା ଆଗ୍ରାଧିକାର ପାଇଆସିଛନ୍ତି ।

1961ରୁ 2014 ନିର୍ବାଚନ ପର୍ଯ୍ୟନ୍ତ ବିଜେପୁର ଜନତା କେବଳ ସ୍ଥାନୀୟ ପ୍ରାର୍ଥୀଙ୍କୁ ନିର୍ବାଚିତ କରିଆସିଛନ୍ତି । ଏପରିକି ପଶ୍ଚିମ ଓଡିଶା ରାଜନୀତିକୁ ଭଲଭାବରେ ବୁଝିଥିବା ତଥା ଶାସକ ଦଳ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଗତ 2014 ବିଧାନସଭାରେ ଏହିଠାରୁ ନିର୍ବାଚନ ଲଢି ମାତ ଖାଇଥିଲେ। ବିଜେପୁର ଆସନରେ ଲଗାତାର 3ଥର ବିଧାୟକ ହୋଇଥିବା ସ୍ବର୍ଗତ ସୁବଳ ସାହୁ ଏହି ଆସନରେ କଂଗ୍ରସକୁ ବଞ୍ଚାଇ ରଖିଥିଲେ। ସୁବଳଙ୍କ ପରଲୋକ ପରେ ତାଙ୍କ ପରିବାର ବିଜେଡିରେ ବିଲନ ହେବାପରେ ଦୀର୍ଘ 15ବର୍ଷ ପରେ ଏହି ଆସନରେ ଶଙ୍ଖ ଫୁଙ୍କିବାକୁ ସକ୍ଷମ ହେଲା ବିଜେଡି ଗତବର୍ଷ ଉପ-ନିର୍ବାଚନ ଠାରୁ ବିଜେପୁର ନିର୍ବାଚନ ମଣ୍ଡଳୀ ଚର୍ଚ୍ଚାରେ ଥିବାବେଳେ ଚଳିତ ନିର୍ବାଚନରେ ଏହି ଆସନଟି ଉତ୍କଣ୍ଠା ବଢାଇଦେଇଛି । ଏହି ଆସନରୁ ବିଜେଡି ସୁପ୍ରିମୋ ଖୋଦ ନିର୍ବାଚନ ଲଢୁଥିବାରୁ ଏହି ଆସନକୁ ନେଇ ଉତ୍କଣ୍ଠା ବଢିବା ସ୍ବାଭାବିକ ।

ତେବେ ଆଜି ପର୍ଯ୍ୟନ୍ତ ବାହାର ପ୍ରାର୍ଥୀଙ୍କୁ ଗ୍ରହଣ କରିନଥିବା ବିଜେପୁର ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ଗ୍ରହଣ କରିବେ ତ? ଏହା ଜାଣିବା ପାଇଁ ଇଟିଭି ଭାରତ ପହଞ୍ଚିଥିଲା ବିଜେପୁରର ଜନତାଙ୍କ ପାଖେ। ଆଉ ଜନତା କଣ କହୁଛନ୍ତି ଶୁଣନ୍ତୁ...

ଭିଡିଓ ସୌଜନ୍ୟ: :ସମ୍ବାଦଦାତା, ବରଗଡ

ବରଗଡରୁ ରାଜେଶ ସରାଫ, ଇଟିଭି ଭାରତ

Intro:ଯାଜପୁର ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ନିର୍ବାଚନ। ସେଲାଗି ଚାଲିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା। ତେବେ ଚତୁର୍ଥ ଦିନରେ ନାମାଙ୍କନ ଦାଖଲ କରିଛି କୋରେଇ ବିଧାନସଭା ଆସର ବିଜେପି ପ୍ରାର୍ଥୀ ବିଶ୍ୱଜିତ ନାୟକ। ଏନେ 5ଟି ପ୍ରଶ୍ନ କାର୍ଯ୍ୟକ୍ରମ ରେ ଆମ ପ୍ରତିନିଧି ତାଙ୍କ ସହିତ ଆଲୋଚନା କରିଥିଲେ। ବିଶ୍ୱଜିତ ଆମ ପ୍ରଶ୍ନ ଉତ୍ତର ଦେଇ କହିଥିଲେ ବିଜେଡିର ଦଳ ପ୍ରତି ଥର ପ୍ରାର୍ଥୀ ପରିବର୍ତ୍ତନ , ଦୁର୍ନୀତି ଓ କୋରେଇ ରେ ଆଖିଦୃଶିଆ କୌଣସି ବିକାଶ ମୁଳକ କାର୍ଯ୍ୟ ନ କରିବ ଫଳରେ ବିଜେଡି ଉପରେ ଲୋକଙ୍କର ଆସ୍ଥା ତୁଟିଛି।
ଏଥିସହ ବିଜେପି ଓ ମୋଦୀ ସରକାରଙ୍କ ପ୍ରତି ଲୋକ ଆକୃଷ୍ଟ ହୋଇଛନ୍ତି ତେବେ ଏହିସବୁ ଆଧାର କରି ମୁଁ ଜିତିବି ବୋଲି ଆଶା କରିଛନ୍ତି। ସେପଟେ କଂଗ୍ରେସ ରୁ ପ୍ରାର୍ଥୀ ବୋଇଥିବା ବନ୍ଦିତା ପରିଡ଼ା ତାଙ୍କ ସଂପର୍କୀୟ ବୋଲି ଜଣାପଡିଛି। ତେବେ ସଂପର୍କୀୟ ହେଲେ ମଧ୍ୟ ନିର୍ବାଚନ ମୈଦାନରେ ତାଙ୍କ ସହିତ ଲଢ଼େ ଜୋରଦାର ହେବ ବୋଲି ବିଶ୍ୱଜିତ କହିଛନ୍ତି।

Body:bite-ବିଶ୍ୱଜିତ ନାୟକ, କୋରେଇ ବିଜେପି ପ୍ରାର୍ଥୀ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.