ETV Bharat / elections

'ବେରୋଜଗାରୀ ସମସ୍ୟା ଦୂର କରିବି'

ବିକାଶ ଏବଂ ବେରୋଜଗାରୀ ସମସ୍ୟା ରହିବ ତାଙ୍କର ପ୍ରଥମ ପ୍ରାଥମିକତା । ଏହା ବ୍ୟତୀତ ଚାଷୀଙ୍କ ସମସ୍ୟାକୁ ମଧ୍ୟ ସେ ସମାନ ଗୁରୁତ୍ବ ଦେବେ ବୋଲି କହିଛନ୍ତି ରାଧାରାଣୀ ପଣ୍ଡା ।

author img

By

Published : Apr 8, 2019, 10:11 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡ଼ା

ଝାରସୁଗୁଡ଼ା: କମ୍ୟୁନିଷ୍ଟ ଓ କଂଗ୍ରେସ ଦଳର ନେତାଙ୍କ ଅଧୀନରେ ରହିଆସିଥିଲା ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ । ସେଠାରେ ସର୍ବମୋଟ 13 ଥର ବିଧାନସଭା ନିର୍ବାଚନ ହୋଇଥିବାବେଳେ କମ୍ୟୁନିଷ୍ଟ ଓ କଂଗ୍ରେସ ଛଅ ଛଅ ଥର ବିଜୟ ହୋଇଥିଲେ । କିନ୍ତୁ 2014 ନିର୍ବାଚନରେ ଏଠାକାର ରେକର୍ଡ ଭାଙ୍ଗିଥିଲେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା । ଲୋକଙ୍କ ମନକୁ ଜିଣିବା ସହ ନିର୍ବାଚନରେ ବାଜି ମାରିଥିଲେ ସେ । ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରାଧାରାଣୀ ପଣ୍ଡା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡ଼ା

ତେବେ ନିର୍ବାଚନ ଜିତିଲେ ଲୋକଙ୍କ ପାଇଁ କଣ କରିବେ, ସେ ନେଇ ମତ ପ୍ରକାଶ କରିଛନ୍ତି ସେ । ଇଟିଭି ଭାରତର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ସାମିଲ ହୋଇ ଏହିସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ଶ୍ରୀମତୀ ପଣ୍ଡା । ବିକାଶ ଏବଂ ବେରୋଜଗାରୀ ସମସ୍ୟା ରହିବ ତାଙ୍କର ପ୍ରଥମ ପ୍ରାଥମିକତା । ଏହା ବ୍ୟତୀତ ଚାଷୀଙ୍କ ସମସ୍ୟାକୁ ମଧ୍ୟ ସେ ସମାନ ଗୁରୁତ୍ବ ଦେବେ ବେଲି କହିଛନ୍ତି ।

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ବିଭାଜନ ଯୋଜନା ନେଇ ମଇଦାନକୁ ଓହ୍ଲାଇଥିବା ଶ୍ରୀମତୀ ପଣ୍ଡା ଏଥର ମଧ୍ୟ ଲୋକଙ୍କ ଭରସା ଜିତିପାରିବେ କି ନାହିଁ, ତାହା ଆଗାମୀ ଦିନରେ ଜଣାପଡିବ ।

ଝାରସୁଗୁଡ଼ାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାୟତଃ କମ୍ୟୁନିଷ୍ଟ ଓ କଂଗ୍ରେସ ଦଳର ନେତା ମାନଙ୍କ ଅଧୀନରେ ରହିଆସିଛି । ଏହି ନିର୍ବାଚନ ମଣ୍ଡଳୀ ରେ 13 ଥର ବିଧାନସଭା ନିର୍ବାଚନ ହୋଇଥିବା ବେଳେ କମ୍ୟୁନିଷ୍ଟ 6 ଥର ଓ କଂଗ୍ରେସ 6 ଥର ବିଧାୟକ ନିର୍ବାଚିତ ହୋଇଥିଲେ କିନ୍ତୁ 2014 ରେ ବିଜେପି ପ୍ରାର୍ଥୀ ଶ୍ରୀମତୀ ରାଧାରାଣୀ ପଣ୍ଡା ନିର୍ବାଚିତ ହୋଇଥିଲେ ।

ବ୍ରଜରାଜନଗର ନିର୍ବାଚନ ଏହି ମଣ୍ଡଳୀ ରେ ଏପର୍ଯ୍ୟନ୍ତ ବିଜେଡି ଥରେ ହେଲେ ଆସନ ଦଖଲ କରିପାରିନଥିବା ବେଲେ ବିଜେପି ର ପ୍ରାର୍ଥୀଙ୍କ ବିଜୟ କଂଗ୍ରେସ ଦଳକୁ ଦୁର୍ବଳ କରିଦେଇଛି ।

କମ୍ୟୁନିଷ୍ଟ ଓ କଂଗ୍ରେସ ଦଳର ଦୁର୍ଗ କୁହାଯାଉଥିବା ବ୍ରଜରାଜନଗର ବିଧାନସଭା ମଣ୍ଡଳୀ କାମୁନିଷ୍ଟ ଦଳର ସ୍ବର୍ଗତ ପ୍ରସନ୍ନ ପଣ୍ଡାଙ୍କ ଦେହାନ୍ତ ପରେ କମୁନିଷ୍ଟ ଦଳ ଧୀରେ ଧୀରେ ଦୁର୍ବଳ ଦେବାକୁ ଲାଗିଲା ଏହି ନିର୍ବାଚନ ମଣ୍ଡଳୀକୁ କଂଗ୍ରେସ ଅଧିନ କୁ ଚାଲିଯାଇଥିଲା । 2014 ନିର୍ବାଚନ ସମୟରେ କଂଗ୍ରେସ ରୁ ବିଜେଡି କ୍ୟାମ୍ପ ଡ଼ିଆ ମାରିଥିବା ଅନୁପ ସାଏ ଏଠାରୁ ବିଜେଡି ଟିକେଟ ରେ ନିର୍ବାଚନ ଲଢ଼େଇ କରିଥିଲେ କିନ୍ତୁ ବିଜେଡି ର ଲୋକପ୍ରିୟତା କମ ଥିବାରୁ ପରାଜୟ ଦେଖିବାକୁ ମିଳିଥିଲା ।

ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ରେ ନିର୍ବାଚନ ର ବିଗୁଲ ବାଜି ସାରିଛି ଦଳୀୟ ଟିକେଟ ମିଳିଛି ଏଥର ବିଜେଡି ଦଳରୁ ଅନୁପ ସାଏ ଙ୍କୁ ଟିକେଟ କାଟି ଏହି ଆସନରୁ ବିଜେଡି ର ବରିଷ୍ଠ ନେତା ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ୁଥିବା କିଶୋର ମହାନ୍ତି ଙ୍କୁ ବ୍ରଜରାଜନଗର ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ କମ୍ୟୁନିଷ୍ଟ ଦଳର ରମେଶ ତ୍ରିପାଠୀ ସହିତ ବିଜେପିର ପ୍ରାର୍ଥୀ ଶ୍ରୀମତି ରାଧାରାଣୀ ପଣ୍ଡା ଙ୍କ ସହିତ ହେବ ନିର୍ବାଚନି ଲଢ଼ିଇ ।

ONE 2 ONE

Body:।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.