ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଥିବାବେଳେ ଏଠାରେ ଚଳିତ ବର୍ଷ କଂଗ୍ରେସ ଓ କମ୍ୟୁନିଷ୍ଟ ଦଳରୁ ମିଳିତ ଭାବରେ ପ୍ରାର୍ଥୀ ହୋଇଛନ୍ତି ସଂଗ୍ରାମ କେଶରୀ ମହାନ୍ତି । ଏହା ମଧ୍ୟରେ ‘ଇଟିଭି ଭାରତ’ ର ପାଞ୍ଚଟି ପ୍ରଶ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ସଂଗ୍ରାମ କେଶରୀ ମହାନ୍ତି ।
ଯଦି ସେ ଚଳିତ ନିର୍ବାଚନରେ ବିଧାୟକ ଭାବରେ ବିଜୟୀ ହୁଅନ୍ତି, ତେବେ ସେ ପ୍ରଥମେ ନିଜ ଅଞ୍ଚଳର ବେକାରୀ ସମସ୍ୟା ଦୂର କରିବାର ଲକ୍ଷ ରଖିଛନ୍ତି । ଏଥିସହ ସମସ୍ତ ଚାଷଜମିକୁ ପାଣି ଯୋଗାଇବେ ବୋଲି କହିଛନ୍ତି ସଂଗ୍ରାମ କେଶରୀ ମହାନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ