ETV Bharat / elections

‘ନିର୍ବାଚନ ପାଇଁ ରାୟଗଡା ପୋଲିସ ପ୍ରସ୍ତୁତ’ - ରାୟଗଡା ପୋଲିସ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ଜୋରଦାର କରିଛି ରାୟଗଡା ପୋଲିସ। ଜନସାଧାରଣ କିପରି ଶାନ୍ତିଶୃଙ୍ଖଳାରେ ମତଦାନ କରିବେ ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ରାୟଗଡା ଅତିରିକ୍ତ ଏସପି ଭି.ଆର ରାଓ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Apr 9, 2019, 1:35 PM IST

ରାୟଗଡା: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଝିରେ ଆଉ ଗୋଟିଏ ଦିନ ବାକି ଅଛି । ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ କିପରି ଶାନ୍ତିଶୃଙ୍ଖଳାରେ ସମାପନ ହେବ ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମତଦାନ ବେଳେ ଯେପରି କୌଣସି ଅପ୍ରୀତିକର ଘଟଣା ନ ଘଟେ ସେଥିପାଇଁ ମଧ୍ୟ ସଜାଗ ରହିଛି ପୋଲିସ ବିଭାଗ । ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ କିପରି ପ୍ରସ୍ତୁତ ଅଛି ରାୟଗଡା ପୋଲିସ ? ଅଧିକ ଜାଣିବା ପାଇଁ ଜିଲ୍ଲାର ଅତିରିକ୍ତ ଏସପି ଭି.ଆର ରାଓଙ୍କ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚକୁ ଜୋରଦାର କରାଯାଇଛି । ଜନସାଧାରଣ ଯେପରି ସୁରକ୍ଷିତ ଭାବେ ମତଦାନ କରିବେ ସେଥିପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଶ୍ରୀ ରାଓ କହିଛନ୍ତି । ଅନ୍ୟପଟେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଦିନ ମାଓବାଦୀଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ମାଓବାଦୀଙ୍କ ବନ୍ଦ ଡାକରାର କୌଣସି ପ୍ରଭାବ ପଡିବ ନାହିଁ । ତେଣୁ ନିର୍ଭୟରେ ଯାଇ ଭୋଟ୍‌ ଦେବାକୁ ଭୋଟରଙ୍କୁ ସେ ନିବେଦନ କରିଛନ୍ତି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

AD

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.