ETV Bharat / elections

ସ୍ମାର୍ଟ ହେବ ସମ୍ବଲପୁର, ପ୍ରତିବଦ୍ଧତାର ଇସ୍ତାହାର ଉନ୍ମୋଚନ କଲେ ବିଜେଡି ପ୍ରାର୍ଥୀ ରାସେଶ୍ବରୀ

ପ୍ରତିବଦ୍ଧତାର ଇସ୍ତାହାର ଉନ୍ନୋଚନ କରିଛନ୍ତି ସମ୍ବଲପୁର ବିଜେଡି ବିଧାୟିକା ପ୍ରାର୍ଥୀ ଡା. ରାସେଶ୍ବରୀ ପାଣିଗ୍ରାହୀ । ଶ୍ରେଷ୍ଠ ସମ୍ବଲପୁର ଗଢିବାର ଦୃଢ ସଙ୍କଳ୍ପ ପତ୍ରରେ ରହିଛି ସମ୍ବଲପୁରକୁ ସ୍ମାର୍ଟ ସିଟି କରିବା ଭଳି ଅନେକ ମୁଖ୍ୟ ପ୍ରସଙ୍ଗ ।

author img

By

Published : Apr 9, 2019, 9:26 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ସମ୍ବଲପୁର

ସମ୍ବଲପୁର: ପ୍ରତିବଦ୍ଧତାର ଇସ୍ତାହାର ଉନ୍ନୋଚନ କରିଛନ୍ତି ସମ୍ବଲପୁର ବିଧାନସଭାର ବିଜେଡି ପ୍ରାର୍ଥୀ ଡା. ରାସେଶ୍ବରୀ ପାଣିଗ୍ରାହୀ । ଶ୍ରେଷ୍ଠ ସମ୍ବଲପୁର ଗଢିବାର ଦୃଢ ସଙ୍କଳ୍ପ ପତ୍ରରେ ରହିଛି ସମ୍ବଲପୁରକୁ ସ୍ମାର୍ଟ ସିଟି କରିବା ଭଳି ଅନେକ ମୁଖ୍ୟ ମୁଦ୍ଦା । ଆଗାମୀ ନିର୍ବାଚନରେ ସମ୍ବଲପୁରର ସର୍ବାଙ୍ଗୀନ ବିକାଶ ପାଇଁ ଇସ୍ତାହାରରେ ରହିଛି ପ୍ରତିଶ୍ରୁତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ସମ୍ବଲପୁର

ଏହି ନିର୍ବାଚନୀ ଇସ୍ତାହାରରେ ବୁର୍ଲା ଓ ହୀରାକୁଦ ବସ୍ତିବାସୀଙ୍କୁ ସ୍ଥାୟୀ ଜମିପଟ୍ଟା ପ୍ରଦାନ କରିବା ପାଇଁ ରହିଛି ଦୃଢ ପ୍ରତିଶ୍ରୁତି । ସେହିପରି ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା, 24 ଘଣ୍ଟା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ସମ୍ବଲପୁର ମହିଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ସଙ୍କଳ୍ପ । ଏହାସହ ଜମାଦାରପାଲି ଏୟାର ଷ୍ଟ୍ରିପରୁ ରାଜ୍ୟର ଅନ୍ୟ ସହର ଗୁଡ଼ିକୁ ପୁନଃ ବିମାନ ସେବା ଆରମ୍ଭ, ସହର ଉପକଣ୍ଠରେ ଆଉଟର ରିଂରୋଡ଼ ନିର୍ମାଣ କରିବା ଭଳି ଅନେକ ପ୍ରସଙ୍ଗକୁ ଏହି ଇସ୍ତାହାରରେ ସ୍ଥାନ ଦେଇଛନ୍ତି ରାସେଶ୍ବରୀ ।

ଏତଦ୍‌ବ୍ୟତୀତ ପୂର୍ବ ପ୍ରସ୍ତାବିତ ଓ କାର୍ଯ୍ୟକାରୀ ପ୍ରକଳ୍ପ ସହ ସ୍ବରେଜ ବ୍ୟବସ୍ଥା ଓ ଫ୍ଲାଇ ଓଭରକୁ ଶୀଘ୍ର ଶେଷ କରିବା,ସମ୍ବଲପୁରକୁ ଶିକ୍ଷା, ସ୍ଵାସ୍ଥ୍ୟ ଓ କ୍ରୀଡ଼ା କ୍ଷେତ୍ରରେ ଜାତୀୟ ସ୍ତରୀୟ କରିବା ଓ ସମ୍ବଲପୁରରେ ରାଜ୍ୟର ଦ୍ଵିତୀୟ ଚିଡିଆଖାନା ତିଆରି କରିବା ସହ ସମ୍ବଲପୁରକୁ ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭବେ ଗଢିବା ପାଇଁ ସମସ୍ତ ପଦକ୍ଷେପକୁ ଇସ୍ତାହାରରେ ରାସେଶ୍ବରୀ ପାଣିଗ୍ରାହୀ ସ୍ଥାନ ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରାଣା, ଇଟିଭି ଭାରତ

Intro:Body:

blank 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.