ETV Bharat / elections

ଓମ ପ୍ରକାଶଙ୍କ ବିରୋଧରେ ଜାରି ହେଲା ଲୁକ ଆଉଟ ନୋଟିସ - 2019

ଏସପି କହିଛନ୍ତି ଓମଙ୍କ ବିରୋଧରେ ଆର୍ମସ ଆକ୍ଟ, ହତ୍ୟା ଉଦ୍ୟମ, ଦଙ୍ଗା ସୃଷ୍ଟି କରିବା ଆଦି ଗମ୍ଭୀର ଦଫା ଲାଗିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Apr 25, 2019, 3:29 PM IST

ପୁରୀ: ନିର୍ବାଚନକୁ ନେଇ ପୁରୀ ପୋଲିସ ଏବେ ଆକ୍ସନ ମୁଡରେ । କୌଣସି ନିର୍ବାଚନୀ ହିଂସାକାରୀଙ୍କୁ ବରଦାସ୍ତ କରିବା ଅବସ୍ଥାରେ ନାହିଁ ପୁରୀ ପୋଲିସ । ନିର୍ବାଚନରେ ନିୟୋଜିତ ଥିବା ଅଧିକାରୀଙ୍କୁ ମାଡ ଘଟଣାରେ 3ଦିନ ତଳେ ପିପିଲି ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଥିଲା ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ପୁରୀ

ତେବେ ନିର୍ବାଚନ ଦିନ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର କଣାସ ବ୍ଳକ 78 ନମ୍ବର ବୁଥରେ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର ଓ ତାଙ୍କର କର୍ମୀମାନେ ଇଭିଏମ୍ ଭାଙ୍ଗିବା ସହ ହିଂସା ସୃଷ୍ଟି କରିବା ଅଭିଯୋଗ ହୋଇଥିଲା । ନିଜେ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର ଏହି ସବୁ ଘଟଣା ଭିଆଇଥିବା ଅଭିଯୋଗ ହେବା ପରଠାରୁ ଫେରାର ଥିବା ଓମ ପ୍ରକାଶଙ୍କୁ ଧରିବାକୁ ଆଜି ପୁରୀ ପୋଲିସ ଓମ ପ୍ରକାଶଙ୍କ ବିରୋଧରେ ଲୁକ୍ ଆଉଟ ନୋଟିସ ଜାରି କରିବା ସହ ତାଙ୍କୁ ଧରିବାକୁ ତିନୋଟି ଟିମ୍ ଗଠନ କରିଛନ୍ତି ଏସପି ଉମାଶଙ୍କର ଦାଶ ।

ଏସପି କହିଛନ୍ତି ଓମଙ୍କ ବିରୋଧରେ ଆର୍ମସ ଆକ୍ଟ, ହତ୍ୟା ଉଦ୍ୟମ, ଦଙ୍ଗା ସୃଷ୍ଟି କରିବା ଆଦି ଗମ୍ଭୀର ଦଫା ଲାଗିଛି ।

ସୂଚନା ଥାଉକି ଏହି ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା ଦୁଇ ଜଣଙ୍କୁ ଗିରଫ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.