ETV Bharat / elections

ବଢିଲା ସମ୍ବିତଙ୍କ ସାହସ, ବିଜେଡିରେ ସାମିଲ ହେଲେ ଶତାଧିକ କଂଗ୍ରେସ କର୍ମୀ - bjd

ପାରାଦ୍ବୀପରେ ପଟ ପରିବର୍ତ୍ତନ କଲେ କଂଗ୍ରେସ କର୍ମୀ । କଂଗ୍ରେସ ଛାଡି ବିଜେଡିରେ ହେଲେ ସାମିଲ । ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଶତାଧିକ କଂଗ୍ରେସ କର୍ମୀ ଆଜି(ବୁଧବାର) ଦଳରେ ଯୋଗଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 10, 2019, 10:44 PM IST

ଭୁବନେଶ୍ବର: ପାରାଦ୍ବୀପରେ ପଟ ପରିବର୍ତ୍ତନ କଲେ କଂଗ୍ରେସ କର୍ମୀ । କଂଗ୍ରେସ ଛାଡି ବିଜେଡିରେ ହେଲେ ସାମିଲ । ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଶତାଧିକ କଂଗ୍ରେସ କର୍ମୀ ଆଜି(ବୁଧବାର) ଦଳରେ ଯୋଗଦେଇଛନ୍ତି । ପାରାଦ୍ବୀପ ବିଜେଡି ବିଧାୟକ ପ୍ରାର୍ଥୀ ସମ୍ବିତ ରାଉତରାୟଙ୍କ ନେତୃତ୍ବରେ କର୍ମୀମାନେ ଦଳକୁ ଆପଣାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କଂଗ୍ରେସ ଜଣେ ଅପରାଧୀକୁ ପାରାଦ୍ବୀପରୁ ପ୍ରାର୍ଥୀ କରିଥିବା ଅଭିଯୋଗ କରି ପୂର୍ବରୁ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ପ୍ରମୋଦ ଜେନା ଦଳ ଛାଡି ବିଜେଡିରେ ଯୋଗଦେଇଥିଲେ । ତେବେ ଆଜିର ମିଶ୍ରଣ ପର୍ବରେ ପୁରୁଣା କଥାକୁ ପୁଣି ଦୋହରାଇଛନ୍ତି ପ୍ରମୋଦ । ସେପଟେ ମିଶ୍ରଣ ପରେ ଦଳ କଂଗ୍ରେସ କର୍ମୀଙ୍କୁ ସ୍ବାଗତ କରିଥିବା କହିଛନ୍ତି ସମ୍ବିତ ।

ସୂଚନା ଥାଉକି, ଚଳିତ ବର୍ଷ ପାରାଦ୍ବୀପ ବିଧାନସଭା ଆସନ ପାଇଁ କଂଗ୍ରେସ ଅରିନ୍ଦମ ସର୍ଖେଲ(ବାପି)ଙ୍କୁ ପ୍ରାର୍ଥୀ କରିଛି । ଏପଟେ ବିଜେଡି, ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପ୍ରାର୍ଥୀ କରିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.