କେନ୍ଦୁଝର: ନିର୍ବାଚନ ଯେତିକି ପାଖେଇ ଆସୁଛି, ନେତାଏ ଲୋକଙ୍କ ନିକଟତର ହେବାପାଇଁ ଆପଣାଉଛନ୍ତି ନୂଆ ନୂଆ ଫର୍ମୁଲା। କିପରି ଭୋଟ ହାତେଇବେ ସେନେଇ ପ୍ରସ୍ତୁତ କରୁଛନ୍ତି ରଣନୀତି। ଏଥର ନିର୍ବାଚନରେ ପ୍ରାର୍ଥୀ ନିଜ ପ୍ରତିଦ୍ବନ୍ଦ୍ବୀଙ୍କ ଦୁର୍ନୀତିକୁ ଲୋକଲୋଚନକୁ ଆଣି ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ କରୁଛନ୍ତି ଜୋରଦାର ପ୍ରୟାସ। ସ୍ଥାନୀୟ ଅଞ୍ଚଳର ସମସ୍ୟାକୁ କେନ୍ଦ୍ର କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଆଶା ରଖିଛନ୍ତି କେନ୍ଦୁଝର ନିର୍ବାଚନ ମଣ୍ଡଳୀର ବିଜେପି ପାର୍ଥୀ ଅନନ୍ତ ନାଏକ।
ଏଥର ନିର୍ବାଚନରେ ପଞ୍ଚମ ଥର ପାଇଁ ସାଂସଦ ଭାବେ ଭାରତୀୟ ଜନତା ପାର୍ଟି ଅନନ୍ତ ନାଏକଙ୍କୁ କରିଛି ପାର୍ଥି। ସେ ଏହି ନିର୍ବାଚନରେ ଜିତିଲେ କିଛି ପୁରୁଣା ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ସହ ମୋଦୀଙ୍କ ବିକାଶର ବାର୍ତ୍ତାକୁ ବଢ଼ାଇବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ।
ଇଟିଭି ଭାରତର ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ କହିଛନ୍ତି, କେନ୍ଦୁଝରରେ ଶିଳ୍ପାଞ୍ଚଳଥିଲେ ମଧ୍ୟ ଏହାର ଉପଯୁକ୍ତ ବ୍ୟବହାର ହେଉନାହିଁ । ସେହିପରି କେନ୍ଦୁଝରକୁ ଏକ ସମୃଦ୍ଧ ସହର ଭାବେ ଗଢିତୋଳିବାକୁ ଲକ୍ଷ୍ୟ ରଖିଥିବା ବେଳେ ଅଞ୍ଚଳର ବିକାଶକୁ ପ୍ରାଧାନ୍ୟ ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ