ETV Bharat / elections

କେନ୍ଦ୍ରାପଡାରେ ବଳ କଷିବାକୁ ହେଭିୱ୍ବେଟଙ୍କ ନାମାଙ୍କନ ଦାଖଲ

ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, କଂଗ୍ରେସ ଲୋକସଭା ପ୍ରାର୍ଥୀ ଧରଣୀଧର ନାୟକ, ପାଟକୁରା ବିଧାନସଭା ଆସନ ପାଇଁ ବିଜେପିର ବିଜୟ ମହାପାତ୍ରଙ୍କ ଭଳି ହେଭିୱ୍ବେଟ ନେତା ନାମାଙ୍କନପତ୍ର ଭରିଛନ୍ତି।

author img

By

Published : Apr 8, 2019, 4:24 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା,କେନ୍ଦ୍ରାପଡା

କେନ୍ଦ୍ରାପଡ଼ା: ନାମାଙ୍କନପତ୍ର ଦାଖଲ କଲେ କେନ୍ଦ୍ରାପଡାର ହେଭିୱେଟ ନେତା। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାୟ ସବୁ ରାଜନୈତିକ ଦଳ ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବାକୁ ଆରମ୍ଭ ହୋଇଛି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା,କେନ୍ଦ୍ରାପଡା

ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, କଂଗ୍ରେସ ଲୋକସଭା ପ୍ରାର୍ଥୀ ଧରଣୀଧର ନାୟକ, ପାଟକୁରା ବିଧାନସଭା ଆସନ ପାଇଁ ବିଜେପିର ବିଜୟ ମହାପାତ୍ରଙ୍କ ଭଳି ହେଭିୱ୍ବେଟ ନେତା ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଭରିଛନ୍ତି ।

ସେହିଭଳି ବିଜେଡିର ବେଦପ୍ରକାଶ ଅଗ୍ରୱାଲ୍, କଂଗ୍ରେସର ଜୟନ୍ତ ମହାନ୍ତି, ଆଳି ବିଧାନସଭା ଆସନ ପାଇଁ ପ୍ରତାପ ଦେବ, ବିଜେପିର ଦୋଳ ଗୋବିନ୍ଦ ନାୟକ, ରାଜନଗର ବିଧାନସଭା ଆସନ ପାଇଁ କଂଗ୍ରେସର ଅଂଶୁମାନ ମହାନ୍ତି, ବିଜେଡିର ଧୃବ ସାହୁ, ବିଜେପିର ଅଲେଖ ଜେନା ପ୍ରମୁଖ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ 3 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବିଭିନ୍ନ ଦଳର ପ୍ରାର୍ଥୀ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ରାଜନଗର କଂଗ୍ରେସ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ମହାକାଳପଡା କଂଗ୍ରେସ ପ୍ରାର୍ଥୀ ବିଭ୍ରାଂଶୁ ଲେଙ୍କା ନାମାଙ୍କନପତ୍ର ଦାଖଲ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସାରିଛନ୍ତି |

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.