ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ସୋମବାର ପ୍ରମୁଖ ରାଜନୈତିକ ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସାଂସଦ ପ୍ରାର୍ଥୀନୀ ଅଞ୍ଜଳି ସରେନ ସୋମବାର ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। କଂଗ୍ରେସ ଓ ଜେଏମଏମର ମିଳିତ ପ୍ରାର୍ଥୀ ଭାବେ ଜେଏମଏମର ସୁପ୍ରିମୋ ଶିବୁ ସରେନଙ୍କ ସୁପୁତ୍ରୀ ଅଞ୍ଜଳି ନାମାଙ୍କନ ଦାଖଲ କରିଛନ୍ତି।
ସୋମବାର ଅଞ୍ଜଳୀଙ୍କ ପ୍ରାର୍ଥୀପତ୍ର ଦାଖଲ ସମୟରେ ଝାଡଖଣ୍ଡ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅଞ୍ଜଳୀଙ୍କ ଭାଇ ହେମନ୍ତ ସରେନ ଉପସ୍ଥିତ ଥିଲେ। ହେମନ୍ତ ସରେନ ଆଜି ଝାଡଖଣ୍ଡରୁ ହେଲିକପ୍ଟର ଯୋଗେ ବାରିପଦା କଲେଜପଡ଼ିଆରେ ଓହ୍ଲାଇବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତେବେ ଜେଏମ୍ଏମର ଲଢେଇ ରାଜ୍ୟ ବିଜେଡି ସହ ନୁହେଁ ବରଂ ବିଜେପି ସହ ହେବ ବୋଲି କହିଛନ୍ତି ହେମନ୍ତ ସରେନ କହିଛନ୍ତି ।
ତେବେ ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ମୟୂରଭଞ୍ଜବାସୀ ଚଳିତ ନିର୍ବାଚନରେ ଉଭୟ ସରକାରଙ୍କୁ ବରଖାସ୍ତ କରି ଜେଏମ୍ଏମକୁ ଭୋଟ ଦେବେ ବୋଲି କହିଛନ୍ତି ହେମନ୍ତ ସରେନ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ