ETV Bharat / elections

ନିର୍ବାଚନୀ ରଣାଙ୍ଗନା: ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ଏଥର ତ୍ରିମୁଖୀ ଲଢେଇ

ବହୁ ବାଦବିବାଦ ପରେ ବୁଧବାର ଚମ୍ପୁଆ ବିଧାନସଭା ଆସନ ପାଇଁ ଶାସକ ବିଜେଡି ଓ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି । ପୂର୍ବରୁ କଂଗ୍ରେସ ଏହି ଆସନ ପାଇଁ ନିଜ ପ୍ରାର୍ଥୀ ଘୋଷଣା କରି ସାରିଥିଲା । ଆଉ ଏବେ ପ୍ରାର୍ଥୀ ପତ୍ର ଦାଖଲ ପରେ କେନ୍ଦୁଝରର ଏହି ହେଭିୱେଟ୍ ଆସନରେ ହେବ ତ୍ରିମୁଖୀ ଲଢେଇ ।

author img

By

Published : Apr 5, 2019, 2:34 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ବହୁ ବାଦବିବାଦ ପରେ ବୁଧବାର ଚମ୍ପୁଆ ବିଧାନସଭା ଆସନ ପାଇଁ ଶାସକ ବିଜେଡି ଓ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି । ପୂର୍ବରୁ କଂଗ୍ରେସ ଏହି ଆସନ ପାଇଁ ନିଜ ପ୍ରାର୍ଥୀ ଘୋଷଣା କରି ସାରିଥିଲା । ଆଉ ଏବେ ପ୍ରାର୍ଥୀ ପତ୍ର ଦାଖଲ ପରେ କେନ୍ଦୁଝରର ଏହି ହେଭିୱେଟ୍ ଆସନରେ ହେବ ତ୍ରିମୁଖୀ ଲଢେଇ । ଚମ୍ପୁଆ ବିଧାନସଭା ଆସନରେ ବିଜେଡିରୁ ମିନାକ୍ଷୀ ମହାନ୍ତ, ବିଜେପିରୁ ମୁରଲୀ ମନୋହର ଶର୍ମା ଓ କଂଗ୍ରେସରୁ ଯଦୁମଣି ବାରିକ ନାମାଙ୍କନ ଦାଖଲ କରିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦୁଝର

ଟିକେଟ ପାଇବା ପରେ 3 ଦଳର ହେଭିୱେଟ୍ ନେତା ନିଜ ଦଳର ସମର୍ଥକ ଓ କର୍ମୀଙ୍କ ସହ ଆସି ଚମ୍ପୁଆ ଉପଜିଲ୍ଲାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ସୂଚନାଯୋଗ୍ୟ, ବିଜେଡି ପକ୍ଷରୁ ଘୋଷିତ ପ୍ରାର୍ଥୀର ନାମ ଚମ୍ପୁଆର ବର୍ତ୍ତମାନ ବିଧାୟକ ସନାତନ ମହାକୁଡଙ୍କ ସମର୍ଥିତ ବୋଲି ଜଣାପଡିଛି । ତେବେ ଶାସକ ଦଳର ପ୍ରାର୍ଥିନୀ ଜିଲ୍ଲାର ବିକାଶକୁ ମୁଦ୍ଦା କରି ନିର୍ବାଚନ ମଇଦାନକୁ ଓହ୍ଲାଇବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଦୁର୍ନୀତିକୁ କେନ୍ଦ୍ର କରି ନିର୍ବାଚନ ଲଢିବେ ବୋଲି କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.