ETV Bharat / elections

ମୋଦିଙ୍କ 'ପୋଷ୍ଟମ୍ୟାନ ଥିଓରୀ'ର ଜବାବ ଦେଲା ବିଜେଡି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବର ସମାବେଶରେ 'ପୋଷ୍ଟମ୍ୟାନ ଥିଓରୀ' ଉପସ୍ଥାପନ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ମୋଦିଙ୍କ ଜବାବର ପ୍ରତିଜବାବ ରଖି ବିଜେଡି ଆଇଟି ସେଲ ମୁଖ୍ୟ ଆମର ପଟ୍ଟନାୟକ କହିଛନ୍ତି, ସଂଘୀୟ ବ୍ୟବସ୍ଥାରେ କିଛି ନୂଆ କରିନି କେନ୍ଦ୍ର । ଓଡ଼ିଶାର ଟିକସ ଅର୍ଥରୁ କେନ୍ଦ୍ର ସହାୟତା ଦେଉଛି ବୋଲି ସେ ପାଲଟା ଯୁକ୍ତି ବାଢିଛନ୍ତି ।

author img

By

Published : Apr 17, 2019, 5:05 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଟଙ୍କିକିଆ ଚାଉଳ କାହାର ? ଶ୍ରେୟ ପାଇଁ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁର ସମାବେଶରେ ଚାଉଳ କାର୍ଡ ଖେଳିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବର ସମାବଶରେ 'ପୋଷ୍ଟମ୍ୟାନ ଥିଓରୀ' ଉପସ୍ଥାପନ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ରାଜ୍ୟ ବାଣ୍ଟୁଥିବା ଚାଉଳର ସିଂହ ଭାଗ କେନ୍ଦ୍ର ଦେଉଛି । ଏପଟେ ଖାଲି ବାଃବାଃ ନେଉଛି ରାଜ୍ୟ । ମୋଦି ପୁଣି କହିଥିଲେ, ଦିଲ୍ଲୀରୁ ଆପଣଙ୍କ ପୁଅ ମନିଅର୍ଡର ପଠାଇଛନ୍ତି । ତାକୁ ପୋଷ୍ଟ ମ୍ୟାନ ଆଣି ଆପଣଙ୍କ ଘରେ ଦେଲା, ତେବେ ଆପଣ କୁହନ୍ତୁ ତ ଟଙ୍କା କିଏ ପଠାଇଛି । ଆପଣଙ୍କ ପୁଅ ନା ପୋଷ୍ଟମ୍ୟାନ ?
ଏଭଳି ଢଙ୍ଗରେ ବିଜେଡିକୁ ଟାର୍ଗେଟ କରିଥିଲେ। ପିଏମ ମୋଦି ।

ଏପଟେ ମୋଦିଙ୍କ ଜବାବର ପ୍ରତିଜବାବ ରଖି ବିଜେଡି ଆଇଟି ସେଲ ମୁଖ୍ୟ ଆମର ପଟ୍ଟନାୟକ କହିଛନ୍ତି, ସଂଘୀୟ ବ୍ୟବସ୍ଥାରେ ନୂଆ କିଛି କରିନି କେନ୍ଦ୍ର । ଓଡ଼ିଶାର ଟିକସ ଅର୍ଥରୁ କେନ୍ଦ୍ର ସହାୟତା ଦେଉଛି ବୋଲି ସେ ପାଲଟା ଯୁକ୍ତି ବାଢିଛନ୍ତି । ଏହା ଛଡା ଯେଉଁ ଭଳି ଭାବେ କେନ୍ଦ୍ର ଖାଦ୍ୟ ସୁରକ୍ଷା ଆଇନରେ ଅନେକ ହିତାଧିକାରୀଙ୍କୁ ବାଦ ଦେଲା, ସେମାନଙ୍କୁ ରାଜ୍ୟ ସରକାର ନିଜସ୍ୱ ଯୋଜନା କରି ସାମିଲ କଲେ । ଏ ନେଇ ରାଜ୍ୟକୁ ଶ୍ରେୟ ମିଳିବା କଥା ବୋଲି ଆମର କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.