ETV Bharat / elections

ଗରିବର ସାଥି କଂଗ୍ରେସ: ଚିତ୍ତରଞ୍ଜନ

ନିର୍ବାଚନ ପ୍ରଚାର ବ୍ୟସ୍ତତା ମଧ୍ୟରେ ସୁବର୍ଣ୍ଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଚିତ୍ତରଞ୍ଜନ ମିଶ୍ର ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ପ୍ରଶ୍ନ କରିଥିଲେ । ଚଳିତ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ବିଜୟୀ ହେଲେ ଗରୀବ ଜନସାଧାରଣ, ଦଳିତ ନିଷ୍ପେଷିତଙ୍କ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି କଂଗ୍ରେସ ପ୍ରାର୍ଥୀ ଚିତ୍ତରଞ୍ଜନ ମିଶ୍ର ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Apr 12, 2019, 11:03 AM IST

ସୂବର୍ଣ୍ଣପୁର: ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ନିର୍ବାଚନ ଆସନ୍ତା ପର୍ଯ୍ୟାୟ ମତଦାନ ପାଇଁ ଜୋରସୋର ପ୍ରଚାର ଅଭିଯାନ ଜାରି ରଖିଛନ୍ତି ବିଭିନ୍ନ ଦଳୀୟ ନେତା । ଇତିମଧ୍ୟରେ ଇଟିଭି ଭାରତର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମ ନେଇ ପହଞ୍ଚିଥିଲୁ ସୁବର୍ଣ୍ଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ । ଏହି ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଚିତ୍ତରଞ୍ଜନ ମିଶ୍ର ଆମ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜର ଉତ୍ତର ରଖିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଚାଷୀ ମୁଲିଆର ସାଥୀ, ଗରିବର ବନ୍ଧୁ କଂଗ୍ରେସ। ସବୁ ସମୟରେ ଦିନଦରିଦ୍ର, ଚାଷୀ, ଶ୍ରମିକଙ୍କ ସେବାରେ ସମର୍ପିତ କଂଗ୍ରେସ। ଚଳିତ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ବିଜୟୀ ହେଲେ ଗରୀବ ଜନସାଧାରଣ, ଦଳିତ ନିଷ୍ପେଷିତଙ୍କ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି କଂଗ୍ରେସ ପ୍ରାର୍ଥୀ ଚିତ୍ତରଞ୍ଜନ ମିଶ୍ର ।

ଅଧିକ ପଢନ୍ତୁ: ରାଜଧାନୀ ରାଜନୀତି, ବସ୍ତି ବାସିନ୍ଦାଙ୍କ ଭୋଟ ସାଜିବ ନିର୍ଣ୍ଣାୟକ

ସୁବର୍ଣ୍ଣପୁର ଜିଲ୍ଲା ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗାଁରୁ ସହର ଘରଘର ବୁଲି ନିଜ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ବଖାଣୁଥିବା ବେଳେ ଚଳିତ ନିର୍ବାଚନରେ କଂଗ୍ରେସର ପ୍ରତିଶୃତି କଥାକୁ ଲୋକମାନଙ୍କ ଆଗରେ ଉପସ୍ଥାପନ କରିଛନ୍ତି । କାଳିଆ ଯୋଜନାର ବିଫଳତା ଓ ଜିଲ୍ଲାରେ ଜଳସେଚନର ସମସ୍ୟା ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛନ୍ତି ।

ଅଧିକ ପଢନ୍ତୁ: 'ନବୀନ ବାବୁଙ୍କର କେହି ସମକକ୍ଷ ନେତା ନାହାଁନ୍ତି'

ସେହିପରି ନିର୍ବାଚନୀ ନାରାରେ ସେ ଗରିବର ବନ୍ଧୁ ବୋଲି କହିଛନ୍ତି । ବିଜେଡି ପ୍ରାର୍ଥୀ ନିରଂଜନ ପୂଜାରୀ ଓ ବିଜେପି ପ୍ରାର୍ଥୀ ଅଶୋକ ପୂଜାରୀ ଗୋଟିଏ ପରିବାରର ହୋଇଥିବା ବେଳେ ଲୋକେ ତାଙ୍କୁ ଗ୍ରହଣ କରୁ ନଥିବା କହିଛନ୍ତି । ଉଭୟେ ତାଙ୍କ ଠାରୁ ଏଥର ପରାଜିତ ହେବେ ବୋଲି ଦୃଢ ଭାବେ କହିଛନ୍ତି କଂଗ୍ରେସ ପ୍ରାର୍ଥୀ ଚିତ୍ତରଞ୍ଜନ ମିଶ୍ର ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

sample description

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.