ସୁବର୍ଣ୍ଣପୁର: ଜିଲ୍ଲା ତରଭା ବ୍ଲକର ପୁଆ ଅଞ୍ଚଳରେ ଆରମ୍ଭ ହୋଇଛି ଜୋରଦାର ପ୍ରଚାର । ସୋନପୁର ବିଧାନସଭା ନିର୍ବାଚନୀ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଆରମ୍ଭ କରିଛନ୍ତି ପ୍ରଚାର ।
ଗୁରୁବାର ଡୁଙ୍ଗୁରିପାଲି ବ୍ଲକର ସିଆଲିଠାରେ ହେବାକୁ ଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଲିରେ ସାମିଲ ହେବା ପାଇଁ ଭୋଟରଙ୍କୁ ଅନୁରୋଧ କରିଛନ୍ତି ନିରଞ୍ଜନ। ନବୀନଙ୍କ ସ୍ୱଚ୍ଛ ଓ ବିକାଶଶୀଳ ଶାସନ ବ୍ୟବସ୍ଥାରେ ସାମିଲ ହେବା ପାଇଁ ବିଜୁ ଜନତା ଦଳର ଦଳୀୟ ଚିହ୍ନରେ ଭୋଟ ଦେବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି ପୂଜାରୀ ।
ଶିକ୍ଷା ,ସ୍ବାସ୍ଥ୍ୟ ,ବିଜୁଳି ,ବିଜୁ ପକ୍କାଘର ଆଦି କ୍ଷେତ୍ରରେ ଜିଲ୍ଲାର ବିକାଶ କଥା ବଖାଣିବା ସହିତ ଦଳୀୟ ଚିହ୍ନରେ ଭୋଟ ଦେବା ପାଇଁ ଭୋଟରଙ୍କୁ ଅନୁରୋଧ କରିଛନ୍ତି । ପୁଆ ଓ ଆଖପାଖ ଗାଁ ଗୁଡିକରେ ଗୁରୁବାର ସିଆଲିର ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ସଭାରେ ସାମିଲ ହୋଇ ଜିଲ୍ଲାର ବିକାଶରେ ଭାଗୀଦାର ହେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ