ETV Bharat / elections

ବାଲେଶ୍ବରରେ ଧର୍ମେନ୍ଦ୍ରଙ୍କ ରୋଡ ଶୋ' - ବାଲେଶ୍ବର

ବାଲେଶ୍ବର ଉପରେ ସମସ୍ତଙ୍କ ନଜର ଥିବାବେଳେ ଆଜି (ଗୁରୁବାର) ବିଜେପି ପାଇଁ ରୋଡ ସୋ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମେ ଧର୍ମେନ୍ଦ୍ର ସିନେମା ଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପ୍ରଚାର ଆରମ୍ଭ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Apr 25, 2019, 12:29 PM IST

ବାଲେଶ୍ବର: ଚତୁର୍ଥ ପର୍ଯ୍ୟାୟରେ ବାଲେଶ୍ବରରେ ନିର୍ବାଚନ ହେବାକୁ ଥିବାବେଳେ ଜୋରସୋରରେ ଚାଲିଛି ପ୍ରଚାର । ବିଭିନ୍ନ ଦଳର ନେତୃବୃନ୍ଦ ଏଠାରେ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଅଣ୍ଟା ଭିଡିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର ଉପରେ ସମସ୍ତଙ୍କ ନଜର ଥିବାବେଳେ ଆଜି (ଗୁରୁବାର) ବିଜେପି ପାଇଁ ରୋଡ ଶୋ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମେ ଧର୍ମେନ୍ଦ୍ର ସିନେମା ଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପ୍ରଚାର ଆରମ୍ଭ କରିଥିଲେ ।

ପ୍ରଚାର ସମୟରେ ବାଲେଶ୍ୱରରେ ଥିବା ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରିବା ପାଇଁ ନିବେଦନ କରିଥିଲେ । ତାଙ୍କ ସହ ବାଲେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ବିଧାୟକ ପ୍ରାର୍ଥୀ ମଦନ ମୋହନ ଦତ୍ତ ସାମିଲ ହୋଇଥିଲେ । ତେବେ ଏହି ପ୍ରଚାର ସିନେମା ଛକରୁ ଆରମ୍ଭ ହୋଇ ବାରବାଟୀରେ ଥିବା ସହିଦ ବାଘାଯତୀନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଧର୍ମେନ୍ଦ୍ର ଶେଷ କରିଥିଲେ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ଆସନ୍ତା 29 ତାରିଖ ବାଲେଶ୍ୱରରେ ନିର୍ବାଚନ ଥିବା ବେଳେ ବିଭିନ୍ନ ଦଳର ତୁଙ୍ଗ ନେତାମାନେ ତୁହା କୁ ତୁହା ବାଲେଶ୍ୱର ଆସୁଛନ୍ତି। କଂଗ୍ରେସ ଏକ ପ୍ରକାର ନିରବ ଥିବା ବେଳେ ବିଜେପି ଓ ବିଜେଡି ମଧ୍ୟରେ ଜୋରଦାର କଥା କଟାକଟି ଚାଲିଥିବା ଦେଖିବାକୁ ମିଳିଛି। ଏବେ ସବୁ ଦଳର ନଜର ବାଲେଶ୍ୱର ଉପରେ ରହିଛି।

Body:23 ତାରିଖ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ବାଲେଶ୍ୱର ଆସିଥିବା ବେଳେ ସମାନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାଲେଶ୍ୱରରେ ନିର୍ବାଚନ ପ୍ରଚାର କରିଥିଲେ। ନବୀନ ପୁଣି 24 ତାରିଖ ବାଲେଶ୍ୱରର 5ଟି ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବା ସହ ବାଲେଶ୍ୱର ସହରରେ ରୋଡ଼ ସୋ କରିଥିଲେ।
ଆଜି ବିଜେପି ପକ୍ଷରୁ ମଧ୍ୟ ଏକ ଜୋରଦାର ରୋଡ଼ ସୋ କରାଯାଇଥିଲା। ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଲୋକଙ୍କ ସମର୍ଥନ ଭିକ୍ଷା କରିଥିଲେ। ପ୍ରଥମେ ଧର୍ମେନ୍ଦ୍ର ସିନେମା ଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପ୍ରଚାର ଆରମ୍ଭ କରିଥିଲେ। ବାଲେଶ୍ୱରରେ ଥିବା ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରିବା ପାଇଁ ନିବେଦନ କରିଥିଲେ। ତାଙ୍କ ସହ ବାଲେଶ୍ୱର ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ବିଧାୟକ ପ୍ରାର୍ଥୀ ମଦନ ମୋହନ ଦତ୍ତ ସାମିଲ ହୋଇଥିଲେ। ସିନେମା ଛକରୁ ପ୍ରଚାର ଆରମ୍ଭ କରି ବାରବାଟୀ ରେ ଥିବା ସହିଦ ବାଘାଯତୀନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପ୍ରଚାର ଶେଷ କରିଥିଲେ।

Conclusion:ତେବେ ଗତକାଲି ରେମୁଣା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଶପଥ ପାଠ ଉତ୍ସବରେ ମୋଦିଙ୍କୁ ନିମନ୍ତ୍ରଣ କରିବା ଘଟଣାରେ ଧର୍ମେନ୍ଦ୍ର ପ୍ରତିକ୍ରିୟା ରଖିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି ଯେ, ଚାରି ଆଡ଼େ ଏବେ ପରିବର୍ତ୍ତନର ବାତ୍ୟା ବୋହୁଛି। ଅହେତୁକ ପରିମାଣର ଜନ ସମର୍ଥନ ବିଜେପି ପ୍ରତି ବଢୁଛି। ତେଣୁ ଏ ସରକାର ବଦଳିବ, ନରେନ୍ଦ୍ର ମୋଦି ଶପଥ ନେବା ବେଳେ ନବୀନ ପୂର୍ବାତନ ମୁଖ୍ୟମନ୍ତ୍ରୀ ଭାବେ ପାଖରେ ବସିବେ।
ବାଇଟ- ଧର୍ମେନ୍ଦ୍ର ପ୍ରଧାନ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.