ETV Bharat / elections

ଅନୁଗୋଳ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଜୋରଦାର ପ୍ରଚାର - Election

ନିର୍ବାଚନ ପୂର୍ବରୁ ଅନୁଗୋଳରେ କଂଗ୍ରେସର ଜୋରଦାର ପ୍ରଚାର । ଗାଁକୁ ଗାଁ ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ । ଆଜି ଏକାଠି ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ କାମାକ୍ଷା ପ୍ରସାଦ ସିଂଦେଓ ଓ ବିପ୍ଲବ ଜେନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Apr 17, 2019, 9:54 PM IST

ଅନୁଗୋଳ: ଜିଲ୍ଲାର ସଦର ନିର୍ବାଚନ ମଣ୍ଡଳୀରେ ଭଲ ସ୍ଥିତିରେ ରହିଛି କଂଗ୍ରେସ । ଏଠାରୁ କଂଗ୍ରେସ ଜିଲ୍ଲା ସଭାପତି ବିପ୍ଲବ ଜେନାଙ୍କୁ ବିଧାୟକ ପ୍ରାର୍ଥୀ କରିଥିବାବେଳେ ଢେଙ୍କାନାଳ ଲୋକସଭା ପ୍ରାର୍ଥୀ କାମାକ୍ଷା ପ୍ରସାଦ ସିଂଦେଓଙ୍କ ସହ ମିଶି ସେ ଜୋରଦାର ପ୍ରଚାର ଚଳାଇଛନ୍ତି ।

ଆଜି ନିର୍ବାଚନ ମଣ୍ଡଳୀର 6ଟି ପଞ୍ଚାୟତରେ ଉଭୟେ ବୁଲି ବୁଲି ପ୍ରଚାର କରିଛନ୍ତି । ପ୍ରଥମେ ବିପ୍ଲବ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ସହରର ହାଟ ଛକ ନିକଟରୁ ନିଜ ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ । ପରେ ଗାଁକୁ ଗାଁ ନିଜ ସମର୍ଥକଙ୍କ ସହ ଯାଇ ପଥପ୍ରାନ୍ତ ସଭା କରାଇଥିଲେ । ପାଦରେ ଚାଲିଚାଲି ଯାଇ ସେ ଲୋକଙ୍କୁ ଭୋଟ ମାଗିଛନ୍ତି । ତାଙ୍କ ପାଇଁ କେହି ଷ୍ଟାର ପ୍ରଚାରକ ନୁହଁନ୍ତି, ତାଙ୍କ ଭୋଟର ହିଁ ତାଙ୍କ ପାଇଁ ଷ୍ଟାର ପ୍ରଚାରକ ବୋଲି କହିଛନ୍ତି ବିପ୍ଲବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଏପଟେ ‘କଂଗ୍ରେସ ମିଛ କହେ ନାହିଁ । ବିଗତ ଦିନରେ ଯାହା କହିଛି, ତାହା କଂଗ୍ରେସ କରିଛି । ଲୋକେ ଅନେକ ଥର ତାଙ୍କୁ କ୍ଷମତା ଦେଇଛନ୍ତି ଏଥର ପୁଣି କ୍ଷମତା ଦେବେ’ ବୋଲି କହିଛନ୍ତି ସାଂସଦ ପ୍ରାର୍ଥୀ ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂଦେଓ । ଉଭୟଙ୍କ ମିଳିତ ପ୍ରଚାର ଯୋଗୁଁ କର୍ମୀଙ୍କ ମନୋବଳ ଦୃଢ ହୋଇଛି । ଯେଉଁଥିପାଇଁ କଂଗ୍ରେସ ଜିତିବା ନେଇ କର୍ମୀ ମଧ୍ୟ ଆଶାବାଦୀ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.