ETV Bharat / elections

ପତ୍ନୀଙ୍କ ସହ ମତାଧିକାର ସାବ୍ୟସ୍ତ କଲେ ଧରଣୀଧର - kendrapada

ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ । 6 ଲୋକସଭା ଏବଂ 41 ବିଧାନସଭା ଆସନରେ ଭୋଟ ଦେଉଛନ୍ତି ଭୋଟର । ତେବେ ପତ୍ନୀଙ୍କ ସହ ଆସି ନିଜ ଗ୍ରାମରେ ଭୋଟ ଦେଇଛନ୍ତି କେନ୍ଦ୍ରାପଡା କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Apr 29, 2019, 10:25 AM IST

କେନ୍ଦ୍ରାପଡା: ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ରାଜ୍ୟର 6ଟି ଲୋକସଭା ଏବଂ 41ଟି ବିଧାନସଭା ଆସନରେ ଭୋଟ ଦେଉଛନ୍ତି ଭୋଟର । ତେବେ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ମତାଧିକାର ସାବ୍ୟସ୍ତ କରିଛନ୍ତି । ଧରଣୀଧର କଂଗ୍ରେସ ଦଳର ସାଂସଦ ପ୍ରାର୍ଥୀ । ଆଜି ସକାଳ 9ଟାରେ ନିଜ ପତ୍ନୀଙ୍କ ସହ ଆସି ନିଜ ଗ୍ରାମ ରାଜକନିକା ବ୍ଲକ କଣ୍ଟାପଡା ସ୍ଥିତ କେଶବାନନ୍ଦ ବିଦ୍ୟାଳୟରେ ମତଦାନ କରିଥିଲେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କେନ୍ଦ୍ରାପଡା

ଯେଉଁ ବୁଥରେ ସେ ମତଦାନ କରିଛନ୍ତି ପୂର୍ବରୁ ସେହି ସ୍କୁଲରେ ପାଠ ପଢିଥିବାରୁ ବେଶ ଖୁସି ଥିବା କହିଛନ୍ତି । ତେବେ ଚଳିତ ନିର୍ବାଚନରେ ଧରଣୀଧର ବିଜୟୀ ହେବା ନେଇ ଆଶା ବ୍ୟକ୍ତ କରିଥିବା ବେଳେ ଏଥର ମାଟିପୁଅକୁ ହିଁ ସମର୍ଥନ ମିଳିବ ବୋଲି କହିଛନ୍ତି । କଂଗ୍ରେସ ପ୍ରତି ଲୋକଙ୍କ ସମର୍ଥନ ରହିଛି । ଯାହା ସେମାନେ ନିଜ ମତଦାନରେ ସ୍ପଷ୍ଟ କରିବେ । ତେବେ ଆଇନଜୀବୀରୁ ରାଜନୀତିରେ କ୍ଷେତ୍ରରେ ଧରଣୀଧର କେତେ ସଫଳ ହେବେ ତାହା ଫଳାଫଳ ବାହାରିବା ପରେ ଜଣାପଡିବ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ କରିଛନ୍ତି କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀର ତିନିପ୍ରମୁଖ ଦଳରୁ ଜିଲ୍ଲାର ଏକମାତ୍ର ପ୍ରାର୍ଥୀ ଧରଣୀଧର ନାୟକ।କଂଗ୍ରେସ ଦଳରୁ ସାଂସଦ ପ୍ରାର୍ଥୀ ଥିବା ଧରଣୀଧର ନିଜ ଗ୍ରାମ ରାଜକନିକା ବ୍ଲକ ଅନ୍ତର୍ଗତ କଣ୍ଟାପଡା ସ୍ଥିତ କେଶବାନନ୍ଦ ବିଦ୍ୟାଳୟରେ ନିଜ ପତ୍ନୀଙ୍କ ସହ ଆସି ପୂର୍ବାହ୍ନ ନ'ଘଟିକା ସମୟରେ ମତଦାନ କରିଥିଲେ।ଏହି ଗ୍ରାମରେ ପାଠପଢି ଏହି ବିଦ୍ୟାଳୟ ରେ ସେ ମତଦାନ କରୁଥିବାରୁ ବହୁ ଆନନ୍ଦିତ ବୋଲି କହିଛନ୍ତି ଧରଣୀଧର।

Body:ତେବେ ଚଳିତ ନିର୍ବାଚନରେ ଧରଣୀଧର ବିଜୟୀ ହେବାପାଇଁ ଆଶା ବ୍ୟକ୍ତ କରିଥିବା ବେଳେ ଏଥର ମାଟିପୁଅକୁ ହିଁ ସମର୍ଥନ ମିଳିବ ବୋଲି କହିଛନ୍ତି ଧରଣୀଧର ଓ ତାଙ୍କ ପତ୍ନୀ।କଂଗ୍ରେସ ପ୍ରତି ସମର୍ଥନ ଲୋକମାନଙ୍କର ରହିଛି ଓ ତାହା ଲୋକମାନେ ସେମାନଙ୍କର ମତଦାନରେ ସ୍ପଷ୍ଟ କରିବେ ବୋଲି କହିଛନ୍ତି ଉଭୟ ଦମ୍ପତ୍ତି।

Conclusion:ଆଇନଜୀବୀରୁ ରାଜନୀତି କ୍ଷେତ୍ରରେ କେତେ ସଫଳ ହେବେ ତାହା ସମୟ କହିବ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.