ETV Bharat / elections

ଖୋର୍ଦ୍ଧାର ସାମୂହିକ ଉନ୍ନତି ସ୍ବାଗତିକାଙ୍କ ଲକ୍ଷ୍ୟ - development

ଏଥର ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ସ୍ବାଗତିକା ପଟ୍ଟନାୟକ ଠିଆ ହୋଇଛନ୍ତି। ଚଳିତ ନିର୍ବାଚନରେ ସେ ନିର୍ବାଚିତ ହୋଇ ଜୟଯୁକ୍ତ ହେଲେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Apr 7, 2019, 1:15 PM IST

ଖୋର୍ଦ୍ଧା: ହାତ ଗଣତି ଦିନ କେଇଟା ପରେ ନିର୍ବାଚନ। ଯେତିକି ତାରିଖ ପାଖେଇ ଆସୁଛି ସେତିକି ନେତାଙ୍କ ମନରେ ଛନକା ପଶୁଛି। ଭୋଟ ହାତେଇବାକୁ ପ୍ରସ୍ତୁତ ହେଉଛି ରଣନୀତି। ସ୍ଥାନୀୟ ଅଞ୍ଚଳର ସମସ୍ୟାକୁ ମୁଦ୍ଦା କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଆଶା ରଖିଛନ୍ତି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ସ୍ବାଗତିକା ପଟ୍ଟନାୟକ।

ଇଟିଭି ଭାରତର "ନେତାଙ୍କୁ 5ଟି ପ୍ରଶ୍ନ କାର୍ଯ୍ୟକ୍ରମ"ର କଂଗ୍ରେସ ପ୍ରାର୍ଥୀ ସ୍ବାଗତିକା ଉତ୍ତର ଦେଇଥିଲେ। ସେ କହିଥିଲେ, ଖୋର୍ଦ୍ଧା ଅଞ୍ଚଳରେ ଚାଷୀଙ୍କ ପାଇଁ ଜଳସେଚନ, ସ୍ବାସ୍ଥ୍ୟ ସେବାରେ ଉନ୍ନତିକରଣ, ବେକାର ଯୁବକଯୁବତୀମାନଙ୍କୁ ନିଯୁକ୍ତି କ୍ଷେତ୍ରରେ କାର୍ଯ୍ୟ କରିବେ।

ସେହିପରି ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ସହ ବିଭିନ୍ନ ଯୋଜନା କରିବେ। ଏଥିସହ 'କଂଗ୍ରେସ ଲାଓ ଖୋର୍ଦ୍ଧା ବଞ୍ଚାଅ' ସ୍ଲୋଗାନରେ ଲୋକଙ୍କ ନିକଟରେ ପହଞ୍ଚିବେ ବୋଲି ସ୍ବାଗତିକା କହିଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:

lasklkla

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.