ETV Bharat / elections

ବିଜେଡିକୁ ଘେରିଲା ବିଜେପି ମହିଳା ମୋର୍ଚ୍ଚା

କିଛିଦିନର ନିରବତା ପରେ ପୁଣିଥରେ ବିଜେଡି ଉପରେ ହମଲା କରିଛି ବିଜେପି ମହିଳା ମୋର୍ଚ୍ଚା । ବିଜେଡିକୁ ଆଜି ତାରି ଅସ୍ତ୍ରରେ ଘାଇଲା କରିଛି ବିଜେପି, ବିଜେଡି ନିର୍ବାଚନରେ ମହିଳା କାର୍ଡ ଖେଳୁଥିବାବେଳେ ଆଜି ବିଜେପି ଅଭିଯୋଗ କରିଛି ବିଜେଡି କେମିତି ମହିଳା ବିରୋଧୀ ନେତାଙ୍କୁ ନିର୍ବାଚନ ଲଢିବା ପାଇଁ ଦଳ ଟିକେଟ ଦେଇଛି ।

author img

By

Published : Apr 6, 2019, 9:53 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ଦଳଙ୍କ ମଧ୍ୟରେ ସେତିକି ଆରୋପ ପ୍ରତ୍ୟାରୋପ ବଢିବାରେ ଲାଗିଛି । କିଛିଦିନର ନିରବତା ପରେ ପୁଣିଥରେ ବିଜେଡି ଉପରେ ହମଲା କରିଛି ବିଜେପି ମହିଳା ମୋର୍ଚ୍ଚା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଜେଡିକୁ ଆଜି ତାରି ଅସ୍ତ୍ରରେ ଘାଇଲା କରିଛି ବିଜେପି, ବିଜେଡି ନିର୍ବାଚନରେ ମହିଳା କାର୍ଡ ଖେଳୁଥିବାବେଳେ ଆଜି ବିଜେପି ଅଭିଯୋଗ କରିଛି ବିଜେଡି କେମିତି ମହିଳା ବିରୋଧୀ ନେତାଙ୍କୁ ନିର୍ବାଚନ ଲଢିବା ପାଇଁ ଦଳ ଟିକେଟ ଦେଇଛି । ଜଣେ ନେତା ଯାହାଙ୍କର ନାଁରେ ହତ୍ୟା ମାମଲା ସହ ସହ ଯୌନ ବ୍ୟଭିଚାର ଭଳି ମାମଲା ଥିବାବେଳେ ତାଙ୍କୁ ଦଳ ଟିକେଟ ଦେଇଛି ।

ଏହା ବିଜେଡିର କେଉଁ ପ୍ରକାର ସମ୍ମାନ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାପତି ପ୍ରଭାତୀ ପରିଡା । ସେହିପରି ପ୍ରଦୀପ ମହାରଥୀ, ବ୍ରଜ ପ୍ରଧାନ, ମହେଶ୍ବର ମହାନ୍ତି ଓ ଶ୍ରୀନାଥ ସୋରେନଙ୍କୁ ପ୍ରାର୍ଥୀ କରିବା ମହିଳା ବିରୋଧୀ ବୋଲି ବିଜେପି କହିଛି ।

ଏହାସହ ଏହି ନେତାଙ୍କୁ ଟିକେଟ ଦେବା ଓ ମହିଳାଙ୍କ ପାଇଁ 33 ପ୍ରତିଶତ ଘୋଷଣାକୁ ପ୍ରଭାତି ବିରୋଧ କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.