ETV Bharat / elections

ବିଜେଡିର କନ୍ଧମାଳ ଦଖଲ - 2019

ଦୀର୍ଘ ପନ୍ଦର ବର୍ଷ ପରେ କନ୍ଧମାଳ ଲୋକସଭା ସହ ସମସ୍ତ ବିଧାନସଭା ଆସନ ଦଖଲ କରିଛି ବିଜେଡି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : May 26, 2019, 11:07 PM IST

ଫୁଲବାଣୀ: ସରିଛି ନିର୍ବାଚନ, ବାହାରି ସାରିଛି ଫଳ । ଏବେ ବିଜୟୀ ପ୍ରାର୍ଥୀ ବିଜୟ ଉତ୍ସବ ପାଳନ କରୁଥିବା ବେଳେ ପରାଜିତ ପ୍ରାର୍ଥୀ ନିଜ ଭୁଲ ଖୋଜୁଛନ୍ତି । ସେହି କ୍ରମରେ କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ସମସ୍ତ ବିଧାନସଭା ଓ ଲୋକସଭାକୁ ବିଜେଡି ଅକ୍ତିଆର କରିନେଇଛି । ଏହାସହ ଦୀର୍ଘ ପନ୍ଦର ବର୍ଷ ପରେ ବିଜେଡି ଘୁ. ଉଦୟଗିରି ବିଧାନସଭା ଆସନ ମଧ୍ୟ ଦଖଲ କରିଛି ।

2008 ଦଙ୍ଗା ପରବର୍ତ୍ତୀ ନିର୍ବାଚନ ପରେ ବାଲିଗୁଡା ଓ ଘୁ.ଉଦୟଗିରି ବିଧାନସଭା ଆସନକୁ ଅକ୍ତିକାର କରିଥିଲା ବିଜେପି। ତେବେ 2014ରେ କଂଗ୍ରେସ ହାତକୁ ଯାଇଥିଲା ଘୁ.ଉଦୟଗିରି ଆସନ । କନ୍ଧମାଳ ଏକ ପ୍ରକାର ବିଜେପି ଓ କଂଗ୍ରେସର ଗଡ ହୋଇ ରହିଥିଲା ।

କିନ୍ତୁ ଚଳିତ ନିର୍ବାଚନରେ ବିଜେପି, କଂଗ୍ରେସ ଗଡ ଭାଙ୍ଗି ବିଜେଡି ଏଠି ଉଡାଇଛି ସବୁଜ ବାନା । ଲୋକସଭା ଆସନ ସହ ସମସ୍ତ 7ଟି ବିଧାନସଭା ଆସନକୁ ନିଜ ଦଖଲକୁ ନେଇଛି ବିଜେଡି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.