ETV Bharat / elections

ପାରାଦୀପରେ ବିଜେଡିର ମାନସ ମନ୍ଥନ

ପାରାଦୀପ ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ସୁଦୃଢ କରିବା ସହ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟଙ୍କୁ ଜିତାଇବା ପାଇଁ ଚାଲିଛି ପ୍ରୟାସ । ଏନେଇ ଆଜି(ରବିବାର) ପାରଦୀପର ବିଜୁଟ୍ରଷ୍ଟ ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।

author img

By

Published : Apr 14, 2019, 11:34 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ପାରାଦୀପ ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ସୁଦୃଢ କରିବା ସହ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟଙ୍କୁ ଜିତାଇବା ପାଇଁ ଚାଲିଛି ପ୍ରୟାସ । ଏନେଇ ଆଜି(ରବିବାର) ପାରଦୀପର ବିଜୁଟ୍ରଷ୍ଟ ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ପ୍ରମୋଦ ଜେନା, ସାଂସଦ କୁଳମଣୀ ସାମଲ ଓ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟ ପ୍ରମୁଖ ଯୋଗଦେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ତେବେ ଏହି ବୈଠକ ଅବସରରେ ଅନେକ କଂଗ୍ରେସ କର୍ମୀ ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ସୂଚନା ଥାଉକି, କଂଗ୍ରେସ ପାରାଦୀପରୁ ଅରିନ୍ଦମ ସର୍ଖେଲ ଓରଫ ବାପିଙ୍କୁ ପ୍ରାର୍ଥୀ କରିଥିବାରୁ ଏହାକୁ ବିରୋଧ କରି ପ୍ରମୋଦ ଜେନା ଦଳ ଛାଡି ବିଜେଡିରେ ଯୋଗଦେଇଥିଲେ । ପରେ ବିଜେଡି ତାଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ରୂପେ ନିଯୁକ୍ତି ଦେଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Body:

କେମିତି ନେତାଙ୍କୁ ଚାହୁଁଛନ୍ତି ଭୋଟର? 

ଫୁଲବାଣୀ: ଦ୍ବିତୀୟ ପର୍ଯ୍ୟାୟରେ ଆସନ୍ତା 18 ତାରିଖରେ କନ୍ଧମାଳ ଲୋକସଭା କ୍ଷେତ୍ରରେ ହେବ ଭୋଟ ଗ୍ରହଣ। ସେଥିପାଇଁ ପ୍ରଚାର ମଧ୍ୟ ସରଗରମ ହୋଇଛି । ଏହା ସହିତ ଜିଲ୍ଲାର କୋଣ ଅନୁକୋଣରୁ ଆରମ୍ଭ କରି ଗାଁ ଗଣ୍ଡା, ସହର ବଜାରରେ ଭୋଟକୁ ନେଇ ଲାଗିଛି ଜୋରଦାର ଚର୍ଚ୍ଚା । 

ଛକ ମାନଙ୍କରେ ଥିବା ଚା' ଖଟି ହେଉ କିମ୍ବା ଦୋକାନ ବଜାର ନିଜ ନିଜ ମଧ୍ୟରେ ଅନେକ ବିଷୟରେ ଚର୍ଚ୍ଚା କରୁଛନ୍ତି ଭୋଟର। ଜିଲାରେ ସ୍ବାସ୍ଥ୍ୟ, ଶିକ୍ଷାର ଅବ୍ୟବସ୍ଥା ସହିତ ପାଣି , ଜଙ୍ଗଲ, ଜମିର ଉପେକ୍ଷାକୁ ନେଇ ସରଗରମ ହେଉଛି ଆଲୋଚନା । କିଏ ପରିବର୍ତ୍ତନ ଚାହୁଁଛି ତ, କିଏ ପୁଣି ମୌଳିକ ସମସ୍ୟାର ସମାଧାନ। 

ବିଭିନ୍ନ ଦଳର ଆଭିମୁଖ୍ୟ ଓ ପ୍ରତିଶ୍ରୁତି ପ୍ରତାରଣାରେ ଜର୍ଜରିତ ଭୋଟର ଏବେ ଉତ୍ତର ଚାହୁଁଛି। ଏମିତି ଏକ ଚର୍ଚ୍ଚିତ ସ୍ଥାନ ଫୁଲବାଣୀ ବିଜୁ ପଟ୍ଟନାୟକ ଛକରେ ଆମ ଟିମ ଭେଟିଥିଲେ ବିଭିନ୍ନ ବର୍ଗର ଭୋଟରଙ୍କୁ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.