ବ୍ରହ୍ମପୁର: କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବେଗୁନିଆପଡା ଠାରେ ଆୟୋଜିତ ହୋଇଛି ବିଜେଡିର ମହିଳା ସମାବେଶ । ସ୍ଥାନୀୟ ଷ୍ଟାଡିୟମ ପରିସରରେ ଆୟୋଜିତ ସମାବେଶରେ ମୁଖ୍ୟଅତିଥି ରୂପେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇଛନ୍ତି ।
ଏହି ଅବସରରେ ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟକୁ ଆହୁରି ଅଧିକ ବୃଦ୍ଧି କରିବା ସହ ମହିଳା ମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ନେବା ପାଇଁ ଦଳୀୟ ପ୍ରାର୍ଥୀଙ୍କୁ ଆଗାମୀ ନିର୍ବାଚନରେ ବିଜୟୀ କରିବାକୁ ସେ ଆହ୍ବାନ କରିଛନ୍ତି।
ତେବେ ପ୍ରଦୀପଙ୍କ ସହ ଦଳର ଆସିକା ଲୋକସଭା ପ୍ରାର୍ଥନୀ ପ୍ରମିଳା ବିଷୋୟୀ ଓ କବିସୂର୍ଯ୍ୟନଗର ବିଧାୟିକା ପ୍ରାର୍ଥୀ ଲତିକା ପ୍ରଧାନଙ୍କ ସମେତ ଦଳର ବହୁ ନେତୃବୃନ୍ଦ ଉପସ୍ଥିତ ରହି ଭୋଟ ଭିକ୍ଷା କରିଥିଲେ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ