ETV Bharat / elections

'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ': ଭୋଗରାଇ ବିଜେପି ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି

author img

By

Published : Apr 10, 2019, 11:14 AM IST

ଇଟିଭି ଭାରତର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବାଲେଶ୍ବର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି । ତାଙ୍କୁ ଆମେ କିଛି ପ୍ରଶ୍ନ ପଚାରିଥିଲୁ ଆଉ ସେ ନିଜ ଅଞ୍ଚଳବାସୀଙ୍କୁ କେତେଯେ ଭଲପାଆନ୍ତି ତାହା ବଖାଣିଛନ୍ତି। ଆଉ 'ଅବକି ବାର ମୋଦି ସରକାର' ର ସ୍ଲୋଗାନ ଦେଇ ଲୋକଙ୍କ ପାଖରେ ପହଞ୍ଚିବେ ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ନିର୍ବାଚନ ମତଦାନ ଯେତେ ପାଖେଇ ଆସୁଛି ନେତାମାନେ ସେତେ ତପ୍ତର ହୋଇଉଠୁଛନ୍ତି । ନିଜର ପ୍ରଚାର ପ୍ରସାର ଅଭିଯାନ ଭିତରେ ବ୍ୟସ୍ତ ହୋଇପଡୁଛନ୍ତି। ବାଲେଶ୍ବର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି ମଧ୍ୟ ନିଜର ପ୍ରଚାର ଅଭିଯାନରେ ବ୍ୟସ୍ତ ଅଛନ୍ତି । ତେବେ ତାଙ୍କର ଏହି ବହୁମୂଲ୍ୟ ସମୟ ଭିତରେ ଆମ ଇଟିଭି ଭାରତ 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମ ନେଇ ତାଙ୍କ ନିକଟକୁ ପହଞ୍ଚିଥିଲା। ସେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଆମ ପ୍ରଶ୍ନରେ ମାନଖୋଲି ଉତ୍ତର ଦେଇଛନ୍ତି। ଆଉ ଭୋଗରାଇ ଅଞ୍ଚଳବାସୀଙ୍କ ପ୍ରତି ସବୁବେଳେ ଶ୍ରୀ ମହାନ୍ତି ଉତ୍ସର୍ଗୀକୃତ ରହିବେ ବୋଲି କହିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଯଦି ସେ କ୍ଷମତାକୁ ଆସନ୍ତି ତେବେ ଭୋଗରାଇର ଲୋକମାନେ କିପରି ସମସ୍ତ ମୌଳିକ ସୁବିଧା ପାଇବେ ସେ ନେଇ ଚେଷ୍ଟା କରିବେ ବୋଲି କହିଛନ୍ତି। ନିଜ ଉତ୍ତର ଦେବା ବେଳେ ଶ୍ରୀ ମହାନ୍ତି ସମର୍ଥକଙ୍କ ଭଲପାଇବାକୁ ବଖାଣିଥିଲେ। ଏମିତିକି ସେ ଭାବବିହ୍ଵଳ ହୋଇ କାନ୍ଦି ପକାଇଥିଲେ। ନିଜ ସମର୍ଥକଙ୍କ ଉପସ୍ଥିତିରେ ଅଂଶୁମାନ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଧାୟକ ପାଣ୍ଠିର ଗୋଟିଏ ବି ଟଙ୍କା ଅନ୍ୟଥା ଯିବନି ବରଂ ସବୁକିଛି ଲୋକଙ୍କ ହିତରେ ଲାଗିବ ବୋଲି ସେ କହିଛନ୍ତି।

19 ବର୍ଷ ଶାସନ କାଳ ଭିତରେ ସେମିତି କିଛି ବିକାଶ ହୋଇନାହିଁ ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ସେହିପରି ମନ୍ତ୍ରୀ ତଥା ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ ମିଛରେ ବାହା ବାହା ନେଉଛନ୍ତି, କୌଣସି ବିକାଶ ମୂଳକ ପଦକ୍ଷେପ ନେଇ ନାହାନ୍ତି ବୋଲି ଅଂଶୁମାନ ସିଧା ସଳଖ ଅନନ୍ତଙ୍କୁ ଟାର୍ଗେଟ କରିଛନ୍ତି। 'ଅବକି ବାର ମୋଦି ସରକାର' ର ସ୍ଲୋଗାନ ଦେଇ ଲୋକଙ୍କ ପାଖରେ ପହଞ୍ଚିବେ ବୋଲି ସେ କହିଛନ୍ତି । ତେବେ ଅଂଶୁମାନ ପ୍ରଥମ ଥର କରି ପ୍ରାର୍ଥୀ ହୋଇଥିବା ବେଳେ ଆଗାମୀ ନିର୍ବାଚନକୁ ନେଇ ସେ ବେଶ ଆଶାବାଦୀ ଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି ସାମିଲ ହୋଇଛନ୍ତି ଇଟିଭି ଭାରତର ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ। ମାନଖୋଲି ଉତ୍ତର ଦେଇ ଭୋଗରାଇ ଅଞ୍ଚଳବାସୀଙ୍କ ପ୍ରତି ସବୁବେଳେ ଶ୍ରୀ ମହାନ୍ତି ଉତ୍ସର୍ଗୀକୃତ ରହିବେ ବୋଲି କହିଛନ୍ତି।

Body:ଭୋଗରାଇର ଲୋକମାନେ କେମିତି ସମସ୍ତ ମୌଳିକ ସୁବିଧା ପାଇବେ ସେ ନେଇ ଶ୍ରୀମହାନ୍ତି ଚେଷ୍ଟା କରିବେ ବୋଲି କହିଛନ୍ତି। ନିଜ ଉତ୍ତର ଦେବା ବେଳେ ଶ୍ରୀ ମହାନ୍ତି ସମର୍ଥକଙ୍କ ଭଲପାଇବାକୁ ବଖାଣିଥିଲେ। ଏମିତିକି ସେ ଭାବବିହ୍ଵଳ ହୋଇ କାନ୍ଦି ପକାଇଥିଲେ। ନିଜ ସମର୍ଥକଙ୍କ ସହ ଆଜି ଅଂଶୁମାନ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଧାୟକ ପାଣ୍ଠିର ଗୋଟିଏ ବି ଟଙ୍କା ଅନ୍ୟଥା ଯିବନି ବରଂ ସବୁକିଛି ଲୋକଙ୍କ ହିତରେ ଲାଗିବ ବୋଲି ସେ କହିଛନ୍ତି।

Conclusion:19 ବର୍ଷ ଶାସନ କାଳ ଭିତରେ ସେମିତି କିଛି ବିକାଶ ହୋଇନାହିଁ ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ମନ୍ତ୍ରୀ ତଥା ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ ମିଛରେ ବାହା ବାହା ନେଉଛନ୍ତି, କୌଣସି ବିକାଶ ମୂଳକ ପଦକ୍ଷେପ ନେଇ ନାହାନ୍ତି ବୋଲି ଅଂଶୁମାନ ସିଧା ସଳଖ ଅନନ୍ତଙ୍କୁ ଟାର୍ଗେଟ କରିଛନ୍ତି। ଅବକି ବାର ମୋଦି ସରକାର ର ସ୍ଲୋଗାନ ଦେଇ ଲୋକଙ୍କ ପାଖରେ ପହଞ୍ଚିବେ ବୋଲି ଅଂଶୁମାନ କହିଛନ୍ତି। ତେବେ ଅଂଶୁମାନ ପ୍ରଥମ ଥର କରି ପ୍ରାର୍ଥୀ ହୋଇଥିବା ବେଳେ ଆଗାମୀ ନିର୍ବାଚନକୁ ନେଇ ସେ ବେଶ ଆଶାବାଦୀ ଥିବା ଜଣାପଡିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.