ମାଲକାନଗିରି: ଆରମ୍ଭରୁ ବିଭ୍ରାଟ । ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ଦେଖା ଦେଇଛି ବିଭ୍ରାଟ । ଜିଲ୍ଲାରେ ମୋଟ 540ଟି ବୁଥ ହୋଇଥିବା ବେଳେ ଅନେକ ବୁଥରେ ଇଭିଏମ ମେସିନ ଅଚଳ ଥିବା ଜଣାପଡ଼ିଛି । ଫଳରେ ଉକ୍ତ ବୁଥ ଗୁଡ଼ିକରେ ମତଦାନ କାର୍ଯ୍ୟ ଆରମ୍ଭ ହୋଇପାରିନଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ମୁତାବକ ଜିଲ୍ଲାରେ ମୋଟ 540ଟି ବୁଥ କରାଯାଇଥିଲା। ସେଥିମଧ୍ୟରୁ 126ଟି ବୁଥକୁ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଥିଲା । ତେବେ ଜିଲ୍ଲାରେ ଅଧିକାଂଶ ବୁଥରେ ଇଭିଏମ ଅଚଳ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ମତଦାନ ସେଠାରେ ଆରମ୍ଭ ହୋଇପାରିନାହିଁ ।
ସେପଟେ ଏହି ସମସ୍ୟା ସମାଧାନ ପାଇଁ ଘଟଣାସ୍ଥଳରେ ପ୍ରଶାସନ ବର୍ତ୍ତମାନ ପର୍ଯ୍ୟନ୍ତ ପହଞ୍ଚିନଥିବା ଜଣାପଡ଼ିଛି । କିଛି ସମୟ ପୂର୍ବରୁ ବୁଥ୍ ନମ୍ବର 65, 70, 71ରେ ଇଭିଏମ ଅଚଳ ହୋଇପଡିଥିଲା । ଫଳରେ କିଛି ସମୟ ପାଇଁ ଏହି ବୁଥ୍ ଗୁଡିକରେ ଭୋଟ୍ଦାନ ବନ୍ଦ ରହିଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ