ETV Bharat / elections

ବାଲେଶ୍ବର ହେବ ସ୍ମାର୍ଟ ସିଟି: ପ୍ରତାପ ଷଡଙ୍ଗୀ - BALESWAR LS CONSTITUENCY

ଜିଲ୍ଲାରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀକୁ ନେଇ ଏକ ସର୍କିଟ ଟୁରିଜିମ ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ । ଫକୀର ମୋହନ ବିଶ୍ବବିଦ୍ୟାଳୟରେ ବନ୍ଦର ଭିତ୍ତିକ ପାଠ୍ୟକ୍ରମ ମଧ୍ୟ ପ୍ରଚଳନ କରାଯିବ, ଯଦ୍ବାରା ନିଯୁକ୍ତି ସୃଷ୍ଟି ହେବ ବୋଲି କହିଛନ୍ତି ପ୍ରତାପ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 17, 2019, 1:36 PM IST

ବାଲେଶ୍ବର: ବର୍ତ୍ତମାନ ରାଜ୍ୟରେ ସାଧରଣ ନିର୍ବାଚନ ସହ ରାଜ୍ୟ ବିଧାନସଭା ନିର୍ବାଚନ ଜାରି ରହିଛି । ସମସ୍ତ ରାଜନୈତିକ ଦଳ ନିର୍ବାଚନରେ କ୍ଷମତାକୁ ଆସିବା ପାଇଁ ଭୋଟରଙ୍କୁ ବିଭିନ୍ନ ଲୋଭନୀୟ ପ୍ରତିଶୃତି ଦେଉଛନ୍ତି। ଏହାରି ଭିତରେ ସମସ୍ତ ରାଜନୈତିକ ଦଳ ନିଜ ନିଜ ଦଳର ଇସ୍ତାହାର ପ୍ରକାଶ କରିସାରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଆଜି ବାଲେଶ୍ବର ଲୋକସଭା ସଂସଦୀୟ କ୍ଷେତ୍ରର ଯୋଜନା ଓ ବିକାଶ ପାଇଁ ବାଲେଶ୍ବର ବିଜେପି ପକ୍ଷରୁ ଏକ ସଂକଳ୍ପ ପତ୍ର ଉନ୍ମୋଚିତ କରାଯାଇଛି। ବାଲେଶ୍ବର ଲୋକସଭା ଆସନରେ ଯଦି ଦଳ ବିଜୟୀ ହୁଏ ତାହେଲେ ବାଲେଶ୍ବରର ପୂର୍ଣାଙ୍ଗ ବିକାଶ କରାଯିବ । ସଂକଳ୍ପ ପତ୍ର ସଂପର୍କରେ ବିସ୍ତୃତ ସୂଚନା ଦେଇ ସାଂସଦ ପ୍ରାର୍ଥୀ କହିଛନ୍ତିଯେ ଜିଲ୍ଲାରେ ଶିଳ୍ପର ବିକାଶ କରାଯିବ, ଦରିଦ୍ରତାକୁ ଲୋପ କରାଯିବ, ଚାଷ ଜମିକୁ ଜଳ ସେଚିତ କରାଯିବ, ଯୁବକ, ଯୁବତୀଙ୍କ ନିଯୁକ୍ତି ସୁ-ନିଶ୍ଚିତ କରାଯିବ।

ଏହାସହ ଜିଲ୍ଲାରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀକୁ ନେଇ ଏକ ସର୍କିଟ ଟୁରିଜମ ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ। ଫକୀର ମୋହନ ବିଶ୍ବବିଦ୍ୟାଳୟରେ ବନ୍ଦର ଭିତ୍ତିକ ପାଠ୍ୟକ୍ରମ ମଧ୍ୟ ପ୍ରଚଳନ କରାଯିବ ଯଦ୍ବାରା ନିଯୁକ୍ତି ସୃଷ୍ଟି ହେବ ବୋଲି କହିଛନ୍ତି ପ୍ରତାପ ।

ଏହି ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ବର ଲୋକସଭା ସଂସଦୀୟ କ୍ଷେତ୍ରର ସମସ୍ତ ବିଧାୟକ ପ୍ରାର୍ଥୀ ଉପସ୍ଥିତ ଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ଆଗାମୀ ନିର୍ବାଚନକୁ ଆଖିରେ ରଖି ବିଭିନ୍ନ ରାଜନୈତିକ ଦଳ ଭୋଟରଙ୍କ ପାଇଁ ଇସ୍ତାହାର ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଲୋକସଭା ପାଇଁ କେଉଁ ପ୍ରକାର ବିକାଶ ହେବ ସେ ନେଇ ଏକ ସଂକଳ୍ପ ପତ୍ର ଉନ୍ମୋଚନ କରିଛି ବିଜେପି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ପକ୍ଷରୁ ବାଲେଶ୍ୱର ଲୋକସଭା କ୍ଷେତ୍ରରେ ସଂକଳ୍ପ ପତ୍ର ଉନ୍ମୋଚନ କରାଯାଇଥିଲା।

Body:ବିଜେପି କ୍ଷମତାକୁ ଆସିଲେ ବାଲେଶ୍ୱରରେ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହେବା ସହ ବିଭିନ୍ନ ଉପକୂଳରେ ବନ୍ଦର ପ୍ରତିଷ୍ଠା କରାଯିବ। ଚିଟଫଣ୍ଡ ରେ କ୍ଷତି ସହିଥିବା ଲୋକଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରିବ ବିଜେପି। 2022 ସୁଦ୍ଧା ସମସ୍ତଙ୍କୁ ମୌଳିକ ସୁବିଧା ପ୍ରଦାନ ସହ ଆଦିବାସୀଙ୍କୁ ଭୂମି ପଟା ପ୍ରଦାନ କରାଯିବ। ବାଲେଶ୍ୱରରେ ଏଲଆଇସି ଡିଭିଜନ ପାଖରୁ ଆରମ୍ଭ କରି ବ୍ୟବସାୟର ପେଣ୍ଠସ୍ଥଳୀ କରାଯିବ ବୋଲି କୁହାଯାଇଥିଲା। ଏହାସହ ଫକୀର ମୋହନ ବିଶ୍ଵବିଦ୍ୟାଳୟରେ ବନ୍ଦର ଭିତ୍ତିକ ପାଠ୍ୟକ୍ରମ ସାମିଲ କରିବା ସହ ବାଲେଶ୍ୱରରେ ଏକ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସଂକଳ୍ପ ପତ୍ରରେ ସ୍ଥାନ ଦିଆଯାଇଛି।

Conclusion:ତେବେ ବାଲେଶ୍ୱର ଲୋକସଭା ପ୍ରାର୍ଥୀ ଭାବେ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବେଳେ ବାଲେଶ୍ଵର ବିକାଶ ନେଇ ଏମିତି ସଂକଳ୍ପ ପତ୍ର ଜାରି କରିଛନ୍ତି। ଆଗାମୀ ଦିନରେ ଲୋକମାନେ କେମିତି ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ଏହି ସମ୍ବାଦିକ ସମ୍ମିଳନୀରେ ବିଜେପିର ପ୍ରାର୍ଥୀମାନେ ଉପସ୍ଥିତ ଥିଲେ।
ବାଇଟ- ପ୍ରତାପ ଚନ୍ଦ୍ର ଷଡଙ୍ଗୀ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.