ETV Bharat / elections

କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ ପାଇଁ ବିଜେଡିର ଦାବିପତ୍ର - congreess

ରାଜନଗରର ବିଜେଡି ବିଧାୟକ ପ୍ରାର୍ଥୀ ଧୃବ ସାହୁ ରାଜନଗର କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ନାମରେ ପ୍ରାର୍ଥୀ ପତ୍ରରେ ତଥ୍ୟ ଲୁଚାଇଥିବା ଅଭିଯୋଗ ଆଣିଛନ୍ତି । ଏହାସହ ଅଂଶୁମାନଙ୍କ ପ୍ରାର୍ଥୀ ପତ୍ରକୁ ନାକଚ କରିବାପାଇଁ ମଧ୍ୟ ଅଭିଯୋଗ ଆଣିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Apr 10, 2019, 11:03 PM IST

କେନ୍ଦ୍ରାପଡା: କଂଗ୍ରେସ ରାଜନଗର ବିଧାୟକ ପ୍ରାର୍ଥୀଙ୍କ ନାମରେ ଗୁରୁତର ଅଭିଯୋଗ ଆଣିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଧୃବ ସାହୁ । ପ୍ରାର୍ଥୀପତ୍ର ନାକଚ ପାଇଁ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ହୋଇଛନ୍ତି ଧୃବ । ପ୍ରାର୍ଥୀ ପତ୍ରରେ ତଥ୍ୟ ଲୁଚାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଧୃବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଏଠାରେ ସୂଚନାଯୋଗ୍ୟ ଯେ ରାଜନଗରର ବିଜେଡି ବିଧାୟକ ପ୍ରାର୍ଥୀ ଧୃବ ସାହୁ ରାଜନଗର କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ନାମରେ ପ୍ରାର୍ଥୀ ପତ୍ରରେ ତଥ୍ୟ ଲୁଚାଇଥିବା ଅଭିଯୋଗ ଆଣିଛନ୍ତି । ଧୃବ କହିଛନ୍ତି ଯେ ଗତ ୨୦୧୮ ମସିହା ସେପ୍ଟେମ୍ବର 4ତାରିଖରେ ଅଂଶୁମାନଙ୍କ ନାମରେ ସର୍ବେଶ୍ବର ସାମଲ ରାଜନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଅଧାର କରି ରାଜନଗର ପୋଲିସ ଅଂଶୁମାନଙ୍କ ନାମରେ ଏକ ମାମଲା ରୁଜୁ କରିଥିଲା । ତାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଟ ଦଫା ୩୪୧,୩୨୩,୨୯୪,୫୦୬,୩୫୪(ସି),୧୦୯,୩୪ ସହ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆକ୍ଟ ୨୦୦୦ ମସିହା ୬୬(ଇ) ଭଳି ସଙ୍ଗୀନ ଦଫାରେ କେସ ଚାଲୁ ରହିଛି । ମାତ୍ର ଅଂଶୁମାନ ଦାଖଲ କରିଥିବା ନୋଟାରୀ ଆଫିଡେଭିଟ ଫର୍ମରେ ୨୬ ସେକ୍ସନ ରୁଲ ୪(ଏ)ରେ ଏଗୁଡିକ ଉଲ୍ଲେଖ କରିନଥିବା ରିଟର୍ଣ୍ଣିଂ ଅଫିସର ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତଙ୍କ ନିକଟରେ ଅଭିଯୋଗ କରିଛନ୍ତି ଧୃବ ।

ଏହାସହ ଅଂଶୁମାନଙ୍କ ପ୍ରାର୍ଥୀ ପତ୍ରକୁ ନାକଚ କରିବା ପାଇଁ ମଧ୍ୟ ଅଭିଯୋଗ କରିଛନ୍ତି । ଯଦି ରିଟର୍ଣ୍ଣିଂ ଅଫିସର ଏହି ଅଭିଯୋଗକୁ ଗମ୍ଭୀରତାର ସହ ବିଚାର ନକରନ୍ତି, ତେବେ ଏହି ମାମଲାକୁ ନେଇ ବିଜେଡି ସାଧାରଣ ଲୋକଙ୍କ ପାଖକୁ ଯିବ ବୋଲି ଅଶୁଂମାନ କହିଛନ୍ତି । ତତ୍‌ସହିତ କୋର୍ଟ ଅଫ 'ଲ' ଆଶ୍ରୟ ନେବ ବୋଲି କହିଛନ୍ତି ଧୃବ ସାହୁ । ଅଭିଯୋଗ ପାଇବା ପରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତ ଏହି ଘଟଣାରେ କୌଣସି ଭୂମିକା ନାହିଁ ବୋଲି କହିଛନ୍ତି ରିଟର୍ଣ୍ଣିଂ ଅଫିସର ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

sample description

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.