ETV Bharat / elections

ପୁଣି ଘୁଞ୍ଚିଲା ପାଟକୁରା ନିର୍ବାଚନ

author img

By

Published : May 6, 2019, 5:13 PM IST

Updated : May 6, 2019, 6:01 PM IST

ଫାଇଲ ଫଟୋ

2019-05-06 17:04:13

ପୁଣି ଘୁଞ୍ଚିଲା ପାଟକୁରା ନିର୍ବାଚନ

PHOTO
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର:  ଯାହା ଆଶଙ୍କା କରାଯାଉଥିଲା ଶେଷରେ ତାହାହିଁ ହେଲା । ପୁଣିଥରେ ପାଟକୁରା ନିର୍ବାଚନକୁ ଘୁଞ୍ଚାଇଛନ୍ତି ନିର୍ବାଚନ କମିଶନ । ଆସନ୍ତା 19ରେ ପାଟକୁରା ନିର୍ବାଚନ କରିବାପାଇଁ ଦିନ ଧାର୍ଯ୍ୟ ହୋଇଥିବାବେଳେ ଆଜି ଏହାକୁ ନିର୍ବାଚନ କମିଶନ ଘୁଞ୍ଚାଇ ଦେଇଛନ୍ତି । 

ବାତ୍ୟା ‘ଫନି’ ରେ ହୋଇଥିବା କ୍ଷୟକ୍ଷତି ଓ ପୁନଃ ରୁଦ୍ଧାର କାର୍ଯ୍ୟପାଇଁ ନିର୍ବାଚନକୁ ଘୁଞ୍ଚାଇଛନ୍ତି ନିର୍ବାଚନ କମିଶନ । ତେବେ ଆସନ୍ତା 2 ମାସ ଭିତରେ ପାଟକୁରା  ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ ଓ ପରିସ୍ଥିତି ସ୍ବାଭାବିକ ହେଲେ ନିର୍ବାଚନ କମିଶନ ନୂତନ ତାରିଖ ଧାର୍ଯ୍ୟ କରିବେ  ବୋଲି ଜଣାପଡିଛି । 

ସୂଚନା ଯୋଗ୍ୟ ‘ଫନି’ ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ପାଟକୁରା ନିର୍ବାଚନ ଘୁଞ୍ଚାଇବା ପାଇଁ ଦାବି କରିଥିଲେ । ଅନ୍ୟପଟେ ବିଜେପିର ଏକ ପ୍ରତିନିଧି ଦଳ ପାଟକୁରା ନିର୍ବାଚନ ନ ଘୁଞ୍ଚାଇବା ପାଇଁ ଦାବି କରିଥିଲେ । ଯାହାକୁ ନେଇ ଏକ ଅନିଶ୍ଚିତତା ଭିତରେ ଗତି କରୁଥିଲା ପାଟକୁରା ନିର୍ବାଚନ ଭାଗ୍ୟ ।  

ଭୁବନେଶ୍ବରରୁ, ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ 
 
Intro:Body:

HNM H

Conclusion:
Last Updated : May 6, 2019, 6:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.