ETV Bharat / elections

ବିଳମ୍ବ ପରେ ସୁରୁଖୁରୁରେ ଚାଲିଛି ମତଦାନ: ଜିଲ୍ଲାପାଳ - polling

ଯାନ୍ତ୍ରିକ ତ୍ରୁଟି କାରଣରୁ ବିଳମ୍ବରେ ନବରଙ୍ଗପୁର ଜିଲ୍ଲାରେ ବିଳମ୍ବରେ ଆରମ୍ଭ ହୋଇଛି ମତଦାନ । ମତଦାନ କେନ୍ଦ୍ରରେ ନିର୍ବାଚନୀ ସୁରକ୍ଷା ସମ୍ପର୍କରେ ଇଟିଭି ଭାରତ ସହ ସ୍ବତନ୍ତ୍ର ଆଲୋଚନା କଲେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Apr 11, 2019, 11:43 AM IST

Updated : Apr 11, 2019, 11:57 AM IST

ନବରଙ୍ଗପୁର: ଆରମ୍ଭ ହୋଇଛି ଗଣତନ୍ତ୍ରର ମହାପର୍ବ । ସକାଳ 7ଟାରୁ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମାତ୍ର ଯାନ୍ତ୍ରିକ ତ୍ରୁଟି କାରଣରୁ ନବରଙ୍ଗପୁର ଜିଲ୍ଲାରେ ବିଳମ୍ବରେ ଆରମ୍ଭ ହୋଇଛି ମତଦାନ । ତେବେ ମତଦାନ କେନ୍ଦ୍ରରେ ନିର୍ବାଚନୀ ସୁରକ୍ଷା ସମ୍ପର୍କରେ ଇଟିଭି ଭାରତ ସହ ସ୍ବତନ୍ତ୍ର ଆଲୋଚନା କରିଥିଲେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ତ୍ରୁଟିଶୂନ୍ୟ ମତଦାନ ପାଇଁ ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ସକାଳ 5.30ରୁ ମକ ପୋଲିଂ ଆରମ୍ଭ ହୋଇଥିଲା । ଜିଲ୍ଲାରେ 3ଟି ବିଧାନସଭା ଆସନ ଯଥା ଝରିଗାଁ, ଉମରକୋଟ, ଡାବୁଗାଁ ପାଇଁ 983ଟି ବୁଥରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମାତ୍ର ଯାନ୍ତ୍ରିକ ତ୍ରୁଟି କାରଣରୁ ମତଦାନ ବିଳମ୍ବରେ ହୋଇଥିଲା । ପରେ ଭିଭିପାଟ ଓ କଣ୍ଟ୍ରୋଲ ୟୁନିଟ୍ ପରିବର୍ତ୍ତନ ପରେ ମତଦାନ ଆରମ୍ଭ ହୋଇଥିଲା । ସକାଳ 9ଟା ସୁଦ୍ଧା 4.5 ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲାପାଳ ଅଜିତ ସିଂହ ସୂଚନା ଦେଇଛନ୍ତି । ତେବେ ମତଦାନକୁ ନେଇ ଜିଲ୍ଲାର ମହିଳାଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଆଗ୍ରହ ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ନବରଙ୍ଗପୁରରେ ମତଦାନ ଆରମ୍ଭ

ସେହିପରି ମୌଳିକ ସୁବିଧାରୁ ବଞ୍ଚିତ ଜିଲ୍ଲାର 2ଟି ସ୍ଥାନରେ ଭୋଟ ବର୍ଜନର ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ଭୋଟ ଦେବା ସମସ୍ତଙ୍କ ମୌଳିକ ଅଧିକାର ସହ ସାମ୍ବିଧାନିକ ଅଧିକାର ବୋଲି କହିଛନ୍ତି ଜିଲ୍ଲାପାଳ । ଏହିକ୍ରମରେ ଭୋଟ ବର୍ଜନର ନିଷ୍ପତ୍ତି ନେଇଥିବା ଗ୍ରାମବାସୀଙ୍କୁ ସେ ଭୋଟ ଦେବାକୁ ପରାମର୍ଶ ଦେଇଛନ୍ତି ।

ମଡେଲ ଡିଗ୍ରୀ କଲେଜରେ ମତଦାନ ନେଇ ସମସ୍ତ ପ୍ରକାଶ ବ୍ୟବସ୍ଥା କରାଯାଇଛି । ସିସିଟିଭି ଠାରୁ ଆରମ୍ଭ କରି ପୋଲିସକର୍ମୀଙ୍କୁ ମଧ୍ୟ ସେଠାରେ ନିୟୋଜିତ କରାଯାଇଛି । ତେବେ ପୋଲିଂ ବୁଥ ଠାରୁ ଦୂର ଥିବା ଜିଲ୍ଲାବାସୀଙ୍କ ସୁରକ୍ଷା ଓ ନିଜସ୍ବ ସ୍ବାର୍ଥକୁ ମଧ୍ୟ ଗୁତୁତ୍ବ ଦିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ ବିଶୋୟୀ, ଇଟିଭି ଭାରତ

Intro:Body:

aslkjalks

Conclusion:
Last Updated : Apr 11, 2019, 11:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.