ETV Bharat / elections

ଶିକ୍ଷା ଓ ସ୍ବାସ୍ଥ୍ୟରେ ଉନ୍ନତି ପ୍ରଥମ ଲକ୍ଷ୍ୟ: କିଶୋର - କିଶୋର

ରାଜନୀତିରେ ନୂଆ କିନ୍ତୁ ଲୋକଙ୍କ ସେବା ପାଇଁ ଆଗେଇ ଆସିଛନ୍ତି ଫୁଲବାଣୀର କଂଗ୍ରେସ ପ୍ରାର୍ଥୀ କିଶୋର କହଁର । ନିଜ ସରକାରୀ ଚାକିରୀରୁ ଅବସର ନେଇ ସେବାକୁ ନିଜ ଜୀବନର ଆଧାର କରିଛନ୍ତି । ନିଜ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ସହ ବିକାଶ ତାଙ୍କର ମୂଳ ଲକ୍ଷ୍ୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Apr 13, 2019, 12:21 PM IST

ଫୁଲବାଣୀ: ସରକାରୀ ଚାକିରୀରୁ ଅବସର ନେବା ପରେ ରାଜନୀତିରେ ଯୋଗଦେଇଥିଲେ କିଶୋର କହଁର । କନ୍ଧମାଳ ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତରେ ସରପଞ୍ଚରୁ ଏବେ ଫୁଲବାଣୀ କଂଗ୍ରେସ ଆସନରୁ ବିଧାନସଭା ପ୍ରାର୍ଥୀ ହୋଇଛନ୍ତି କିଶୋର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଆମ ସ୍ବତନ୍ତ୍ର କାର୍ଯ୍ୟକ୍ରମ 'ପାଞ୍ଚୋଟି ପ୍ରଶ୍ନ ନେତା'ଙ୍କୁରେ ଅତିଥି ହୋଇ ଆମ ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି କଂଗ୍ରେସ ପ୍ରାର୍ଥୀ କିଶୋର କହଁର । ତେବେ ଜିଲ୍ଲାରେ ଅବହେଳିତ ହୋଇ ରହିଥିବା ଶିକ୍ଷା ଓ ସ୍ବାସ୍ଥ୍ୟରେ ଉନ୍ନତି ହିଁ ମୋର ପ୍ରାଥମିକତା ବୋଲି କହିଛନ୍ତି କିଶୋର ।

ଦାଦନଙ୍କୁ ରୋଜଗାର ଓ ବାହାର ରାଜ୍ୟରୁ ନିଜ ରାଜ୍ୟକୁ ଫେରାଇ ଆଣିବା, ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ ମୋର ଚଳିତ ନିର୍ବାଚନୀ ସ୍ଲୋଗାନ ରହିଥିବା ସେ କହିଛନ୍ତି । ତେବେ ବିଧାୟକ ପାଣ୍ଠିର ସୁବିନିଯୋଗ କରିବି ବୋଲି କହିଛନ୍ତି କଂଗ୍ରେସ ପ୍ରାର୍ଥୀ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.